କଲେଜ ପରିସରରେ ଛୁରାମାଡ,୩ ସଙ୍କଟାପନ୍ନ।
ଖଲ୍ଲିକୋଟ ସ୍ଥିତ ରାମଚନ୍ଦ୍ର ମର୍ଦ୍ଦରାଜ ମହାବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହା କି ମେଘନା ପାହାଣ ନାମକ ଜଣେ ଛାତ୍ରର ଛୁରା ମାଡ଼ରେ ୩ ଜଣ ଅଣଛାତ୍ର ଆହତ ହୋଇ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଜଣେ ଆହତ ଯୁବକ ର ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ସୁଚନା ଅନୁଯାୟୀ ଜଣାପଡିଛି ଯେ ପୁର୍ବ ଶତୃତା କୁ ନେଇ ଆହତ ୩ ଜଣ ମେଘନାକୁ ଆକ୍ରମଣ କରିବା ପାଇଁ ଖେଳପଡିଆ ରେ ଛକି ଥିବା ବେଳେ ପରୀକ୍ଷା ଦେବା ପାଇଁ ଆସୁଥିବା ମେଘନା ପ୍ରଥମେ ଝଗଡା ହୋଇଥିଲା ମେଘନା ପୁର୍ବ ପ୍ରସ୍ତୁତି ଅନୁଯାୟୀ ପକେଟରେ ରଖିଥିବା ଛୁରୀ ବାହାର କରି ଅଣଛାତ୍ର ୩ ଜଣକୁ ଆକ୍ରମଣ କରିଥିଲା ଓ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରି ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ ଊ। ଏହି ବିଷୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ,,