ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢ଼ାଇଛି ୟୁଏଆଇଏଲ ଖଣି ପ୍ରକଳ୍ପ ରାୟଗଡା : ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲାର ଏକ ସହଯୋଗୀ କମ୍ପାନୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢାଇବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି କ୍ରମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି l ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ଖଣି ପ୍ରକଳ୍ପ ତରଫରୁ ସାମାଜିକ ଦାୟିତ୍ୱବୋଧ ଅଭିଯାନ ଅଧୀନରେ ଦୁଇଦିନିଆ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରାୟଗଡା ଓ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ସ୍ଥିତ ବ୍ଲକ କାର୍ଯ୍ୟାଳୟ ଏବଂ କାଶିପୁର ବ୍ଲକ୍ ଟିକିରି ଡୋରଗୁଡା ସ୍ଥିତ କ୍ଲବ ହାଉସ ଠାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେଇ ଆୟୋଜିତ ହୋଇଥିଲା l କାର୍ଯ୍ୟକ୍ରମରେ ମୋଟ ୮୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପୂର୍ବରୁ ଆୟୋଜିତ ସ୍ୱାସ୍ଥ୍ୟ କ୍ୟାମ୍ପରେ ଚିହ୍ନଟ କରାଯିବା ପରେ ସେମାନଙ୍କୁ ବିଭିନ୍ନ ଜୀବନ ରକ୍ଷାକାରୀ ଉପକରଣ ପ୍ରଦାନ କରାଯାଇଛି l ଉକ୍ତ ଉପକରଣ ଯଥା , ଆଶାବାଡୀ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଗମନାଗମନ ସୁଗମ ସକାଶେ ଭୀଲ ଚେୟାର ଓ ଅନ୍ୟାନ୍ୟ ଶଯ୍ୟକାରୀ ସାଧନ ଇତ୍ୟାଦି ପ୍ରଦାନ ହୋଇଛି l ଏହି କାର୍ଯ୍ୟକ୍ରମ କମ୍ପାନୀ ଖଣି ପ୍ରକଳ୍ପ ଅଧୀନରେ ସ୍ୱାବଲମ୍ବନ ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ ହୋଇଥିବା ସ୍ଥଳେ ଓପନ ଲର୍ଣ୍ଣିଙ୍ଗ ସିଷ୍ଟମ ସହଭାଗିତାରେ ସଫଳ ରୂପାୟନ ହୋଇଛି l ଏହା କମ୍ପାନୀର ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ ପ୍ରତି ପ୍ରତିବଦ୍ଧତା ଦର୍ଶାଇଥିବା ବେଳେ ଆଗାମୀ ଦିନରେ ଅନୁରୂପ କମ୍ପାନୀ ଓ ଏହାର ଆଖପାଖ ଅଞ୍ଚଳରେ ସମ୍ପ୍ରତି ଉନ୍ନତିମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଖଣି ସିଏସଆର ମୁଖ୍ୟ ନିହାରିକା ସାହୁ ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ଖଣି ସିଏସଆର ମୁଖ୍ୟ ନିହାରିକା ସାହୁଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଖଣିଜ ପାଣ୍ଠି ସମନ୍ୱୟ ଅଧିକାରୀ ପ୍ରଶାନ୍ତ ମିଶ୍ର, ଥୁଆମୁଲ ରାମପୁର ବ୍ଳକ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କ ସମେତ ଶିଶୁ ବିକାଶ ଓ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ।
ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି। ଏଥିସହ…

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ୟୁନିଟ…

ବିମାନ ସେବା ସହରରୁ ନିୟମିତ କରିବା ଲାଗି ଆଜି ରାଉରକେଲା ଏଆରପୋର୍ଟ ଆକ୍ସନ୍ କମିଟି ପକ୍ଷରୁ ବିମାନ ବନ୍ଦର ନିକଟରେ ଧାରଣା
*ଏଆରପୋର୍ଟ ଆକ୍ସନ୍ କମିଟି ପକ୍ଷରୁ ଧାରଣା* ରାଉରକେଲାରେ ଆଉ କିଛି ଦିନ ପରେ ଆରମ୍ଭ ହେବ ହକି ପ୍ରିମୀୟର ଲିଗ୍। ମାତ୍ର ରାଉରକେଲାରୁ ବିମାନ ସେବା ଏପର୍ଯ୍ୟନ୍ତ…