ନୂଆଦିଲ୍ଲୀ : ଶପଥ ଗ୍ରହଣ ପର୍ବ ଶେଷ ହେବା ପରେ ଆଜି ରାତି ସୁଦ୍ଧା ଦିଲ୍ଲୀ ରେଖା ଗୁପ୍ତା ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ହୋଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ଗୃହ, ଅର୍ଥ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ରଖିବାର ସମ୍ଭାବନା ଥିବାବେଳେ ପ୍ରବେଶ ବର୍ମାଙ୍କୁ ପିଡବ୍ଲୁଡି, ଶିକ୍ଷା ଓ ପରିବହନ ବିଭାଗ ଦିଆଯାଇପାରେ । ସେହିପରି ମନଜିନ୍ଦର ସିଂ ସିରସାଙ୍କୁ ସ୍ବାସ୍ଥ୍ୟ, ସହରି ବିକାଶ ଓ ଶିଳ୍ପ ବିଭାଗ ମିଳିପାରେ । ବିଜେପି ନେତ୍ରୀ ରେଖା ଗୁପ୍ତା ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉପ ରାଜ୍ୟପାଳ ଭିକେ ସକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ୬ ଜଣ ବିଜେପି ବିଧାୟକ କ୍ୟାବିନେଟ ସଦସ୍ୟ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ରେଖା ପ୍ରଥମଥର ପାଇଁ ବିଧାୟକ ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାଲିମାର ବାଗରୁ ରେଖା ୨୯ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ବିଜେପି ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଦଖଲ କରିଥିବା ବେଳେ ଫଳାଫଳ ପ୍ରକାଶ ପାଇବାର ୧୧ ଦିନ ପରେ ରେଖା ଗୁପ୍ତା ଓ ତାଙ୍କ କ୍ୟାବିନେଟ ସହଯୋଗୀମାନେ ରାମଲୀଲା ମୈଦାନରେ ଶପଥ ନେଇଛନ୍ତି।
Related Posts

“Railways Reunites Separated Couple at Maha Kumbh: A Heartwarming Tale of Dedication and Service”
RAILWAYS REUNITES SEPARATED COUPLE AT MAHA KUMBH A Heartwarming Tale of Dedication and Service*l UP[02-02-25] – In a heartwarming display…

“End of Parallel Cinema Era: Shyam Benegal Passes Away”
It was Year 1976. A leading Director of Indian Parallel Cinema was making a movie on Diary Farmers of Gujurat.…

ସନ୍ନ୍ୟାସ ନେଲେ ଭାରତୀୟ କ୍ରିକେଟ୍ ଟିମ୍ର ଓପନର୍ ଶିଖର ଧଓ୍ୱନ।
ନୂଆଦିଲ୍ଲୀ:୧୪ ବର୍ଷର କ୍ରିକେଟ ଯାତ୍ରାରେ ଲାଗିଲା ଫୁଲ୍ଷ୍ଟପ୍। ସେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି…