କିଟ୍ରେ ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣାରେ ଆଉ ୫ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା କିଟ୍ ବିଶ୍ୱବିଦ୍ୟାଳୟରେ ମାଡ଼ ମାରିଥିବା ଅଭିଯୋଗରେ ଆଉ ୫ ଜଣଙ୍କୁ ବାନ୍ଧିଲା ଇନ୍ଫୋସିଟି ଥାନା ପୋଲିସ୍।ହଷ୍ଟେଲ୍ ପରିସରରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିବା ଜଣାପଡ଼ିଛି।ଗିରଫ ହୋଇଥିବା ସମସ୍ତ ୫ ଜଣ କିଟ୍ କର୍ମଚାରୀ ।କିଟ୍ କର୍ମଚାରୀ ଅଜୟ ସ୍ଵାଇଁ, ସରୋଜ ରାଉତରାୟ, ଚନ୍ଦନ ସ୍ଵାଇଁ, ସୁଧାଂଶୁ ବେହେରା ଓ ରମାକାନ୍ତ ସେଠୀ ଗିରଫ ହୋଇଥିବା ସୂଚନା।ଗିରଫ ଅଜୟ, ଚନ୍ଦନ, ସୁଧାଂଶୁ ଓ ସରୋଜ ବାଉନ୍ସର।ରମାକାନ୍ତ ସେଠୀ କିଟ୍ର ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ।ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।