ପ୍ରଶାସନିକ ଅବହେଳା ୭ ବର୍ଷ ହେଲା ନିର୍ମାଣ ଚାଲିଛି।

ପ୍ରଶାସନିକ ଅବହେଳା ୭ ବର୍ଷ ହେଲା ନିର୍ମାଣ ଚାଲିଛି।

ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାରେ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ବହୁ ଉନ୍ନୟନ ଓ ଲୋକ ହିତକର ଯୋଜନାର ସୁଫଳ ସାଧାରଣଙ୍କ ଠାରେ ପହଞ୍ଚି ପାରୁନାହିଁ. ଏଭଳି ପ୍ରଶାସନିକ ଅବହେଳା ଯୋଗୁଁ ୭ ବର୍ଷ ହେଲା ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି. ଏହାର ନିର୍ମାଣ କେବେ ଶେଷ ହେବ ତାହାର କୌଣସି ସ୍ପଷ୍ଟତା ନାହିଁ. ତେଣୁ ଗଜପତି ଜିଲ୍ଲାରେ ଭଙ୍ଗା ଟିଣ ଛପର ଘର ଦାରଣ୍ଡାରେ ଅତ୍ୟନ୍ତ ବିପଦପୁର୍ଣ ଅବସ୍ଥାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ୭ ବର୍ଷ ତଳେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଅନୁଦାନ ଆସିଥିଲା. ବର୍ତ୍ତମାନ ଅଧପନ୍ତରିଆ ଭାବେ ପଡ଼ି ରହିଛି ଏହାର ନିର୍ମାଣ କାର୍ଯ୍ୟ. ଏହାର ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ସେ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି. ବର୍ତ୍ତମାନ ଶିଶୁମାନେ ଏକ ଟିଣ ଛପର ଘର ବାରଣ୍ଡାରେ ବସି ପଡ଼ୁଛନ୍ତି । ଏଭଳି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତର ଶଗଡ଼ିଆ ଗ୍ରାମରେ । ସରକାରଙ୍କ ଲକ୍ଷ ରହିଛି ପ୍ରଥମିକ ଶିକ୍ଷା ପୂର୍ବରୁ ପ୍ରାକ ଶିକ୍ଷା ମାଧ୍ୟମରେ କେମଳମତି ଶିଶୁଙ୍କୁ ସଶକ୍ତ କରିବା। ଏହା ସହ ଗର୍ଭବତୀ ଓ ମାତୃଗର୍ଭସ୍ଥ ଶିଶୁର ବୌଦ୍ଧିକ ବିକାଶ କରିବା । ଏଥିସହ ରହିଛି ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ। ମାତ୍ର ଗଜପତିରେ କୋମଳମତି ଶିଶୁଙ୍କ ମୂଳଦୁଆ ପଡ଼ୁଥିବା ଅଙ୍ଗନବାଡ଼ିର ସ୍ଥିତି ରୁଗ୍‌ଣ ଅବସ୍ଥାରେ ଦେଖିବାକୁ ମିଳିଛି। ଗଙ୍ଗାବାଡ଼ ପଞ୍ଚାୟତ ଶଗଡ଼ିଆ ଗ୍ରାମରେ ଏକ ଟିଣ ଘର ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠପଢ଼ା. ଏପରିକି ଖରା ବର୍ଷ ଓ ଶୀତ କାକରରେ ମଧ୍ୟ ଭୋଜନ ପ୍ରସ୍ତୁତ କରିବା ସହ ବାରଣ୍ଡାରେ ଶିକ୍ଷାଦାନ ଚାଲିଛି. ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲାରେ ଶିକ୍ଷାର ବିଚିତ୍ର ଚିତ୍ର ଦେଖୁବାକୁ ମିଳିଛି। ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଅଙ୍ଗନବାଡି ଘର ନିର୍ମାଣରେ ବିଳମ୍ବ ହେଉଛି। ତୁରନ୍ତ ଏହି ଅଙ୍ଗନବାଡି କେନ୍ଦ୍ରକୁ ନିର୍ମାଣ କରାଯିବାକୁ ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଯ୍ୟ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *