ଆର, ଉଦୟଗିରି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ମାଟ୍ରିକ ପରୀକ୍ଷା ଆରମ୍ଭ

ଆର, ଉଦୟଗିରି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ମାଟ୍ରିକ ପରୀକ୍ଷା ଆରମ୍ଭ ଆର,ଉଦୟଗିରି(ମନୋଜ କୁମାର ପାଢୀ) -: ତା 21/02/2025 ରିଖ ଶୁକ୍ରବାର ଦିନ ରା ଉଦୟଗିରି ବ୍ଲକର 5 ଟି ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହ ପ୍ରଥମ ଦିନର ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି | ରା ଉଦୟଗିରି କେନ୍ଦ୍ରରେ 264 ରୁ 252,ଛେଳିଗଡ଼ କେନ୍ଦ୍ରରେ 243 ରୁ 237,ରାମଗିରି କେନ୍ଦ୍ରରେ 211 ରୁ 207,ଭାଲିଆସାହି କେନ୍ଦ୍ରରେ 288 ରୁ 281,ମହେନ୍ଦ୍ରଗଡ଼ କେନ୍ଦ୍ରରେ 230 ରୁ 218 ପରୀକ୍ଷ୍ୟାର୍ଥୀ ପରୀକ୍ଷା ଦେଇଥିଲେ | ବ୍ଲକର 5ଟି କେନ୍ଦ୍ରରେ ମୋଟ 1236 ମଧ୍ୟରୁ 1195 ପରୀକ୍ଷା ଦେଇଥିବା ବେଳେ 41 ପରୀକ୍ଷ୍ୟାର୍ଥୀ ଅନୁପସ୍ଥିତ ଥିଲେ | ପ୍ରତ୍ୟେକ କେନ୍ଦ୍ରରେ ସ୍ଥାନୀୟ ପୋଲିସ ପକ୍ଷରୁ କଡା ସୁରକ୍ଷା ଦିଆଯାଇଥିଲା | ବୋର୍ଡ କର୍ତୃପକ୍ଷଙ୍କ ନିର୍ଦେଶ ଓ ସମୟ ସାରଣୀ ଅନୁସାରେ ଠିକ ସମୟରେ ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରଶ୍ନ ପତ୍ର ବିତରଣ କରାଯାଇଥିଲା | ଛେଳିଗଡ଼ କେନ୍ଦ୍ରରେ ରାଜ୍ୟ ମୁକ୍ତ ବିଦ୍ୟାଳୟର ରାୟଗଡ଼ ଉଦୟଗିରି ଓ ଚନ୍ଦ୍ରଗିରି ବିଦ୍ୟାଳୟର ମୋଟ 96 ପରୀକ୍ଷାର୍ଥୀ ମଧ୍ୟରୁ 93 ଜଣ ପରୀକ୍ଷା ଦେଇଥିବା ବେଳେ 3 ଜଣ ଅନୁପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *