ପୌର ପରିଷଦ ପକ୍ଷରୁ ଭୀମଭୋଇ ଭିନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ରାୟଗଡା : ରାୟଗଡ଼ ପୌରପରିଷଦ ଅଧିନସ୍ଥ ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଅଛି। ଏଥିରେ ପୌରପରିଷଦ ର ବିଭିନ୍ନ ୱାର୍ଡ ରୁ ୪୯୫ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ। ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ବିଶେଷଜ୍ଞ ଡାକ୍ତର ଦଳ ଭିନ୍ନକ୍ଷମଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ ୫୬ ଜଣ ଦୃଷ୍ଟିଶକ୍ତି ବାଧିତ,୬୨ ଜଣ କର୍ଣ୍ଣ, ନାସା ଓ ଗଳା ଶକ୍ତି ବାଧିତ, ୧୨୨ ଜଣ ଶାରୀରିକ ବାଧିତ, ୪୮ ଜଣ ମାନସିକ ଭିନ୍ନକ୍ଷମ, ୬ ଜଣ ସିପି, ଓ ୮ ଜଣ ରକ୍ତ ହୀନତା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ୨୫ ଜଣଙ୍କୁ ଚକ ଲଗା ଚଉକି, ୩ ଜଣଙ୍କୁ ସିପି ଚଉକି, ୮ ଜଣଙ୍କୁ ଆଶା ବାଡି, ୧୬ ଜଣଙ୍କୁ ତିନି ଚକିଆ ସାଇକେଲ ଓ ୭ ଜଣଙ୍କୁ ଧଳା ବାଡି, ୨୨ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଗଲା। ରାୟଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାରଙ୍କ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟ୍ଟନାୟକ , ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା , ସମସ୍ତ କାଉନସିଲର ବୃନ୍ଦ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରାୟଗଡ଼ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହି, ପୌରପରିଷଦ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କ୍ରିଷ୍ଣାନୁଜା ବେହେରା, ପି ଏ ମିଲନ ଗଣନାୟକ , ଅମରେନ୍ଦ୍ର ନାଥ ସମ୍ପାଦକ, ରାୟଗଡ଼ା ଭିନ୍ନକ୍ଷମ ମହାସଂଘ, ରାୟଗଡ଼ ପୌରପରିଷଦ ଏବଂ ଅନ୍ୟାନ୍ୟ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଗ୍ରାମ ପଞ୍ଚାୟତ ତରଫରୁ ସଚେତନ ଶିବିର ଅନୁଷ୍ଠିତ |
ଗ୍ରାମ ପଞ୍ଚାୟତ ତରଫରୁ ସଚେତନ ଶିବିର ଅନୁଷ୍ଠିତ | ରାୟଗଡା : ରାୟଗଡା ଜିଲ୍ଲା କୋଳନରା ବ୍ଲକ ର ଖେଦାପୋଡ଼ା ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ…

ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କାନାଡାର ଦମ୍ପତି
ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କାନାଡାର ଦମ୍ପତି ଗଜପତି(ମନୋଜ ପାଢୀ/ ୩୧/୧୦/୨୪/ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୭…

ସଂଘବଦ୍ଧ ଆକ୍ରମଣ ରେ ଯୁବକ ନିହତ।
ସଂଘବଦ୍ଧ ଆକ୍ରମଣ ରେ ଯୁବକ ନିହତ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅର୍ନ୍ତଗତ ବନ୍ଧାଗୁଡା ଗ୍ରାମ ବିଦ୍ୟାଳୟ ନିକଟରେ ଏକ ବୋଲେରୋ ଗାଡ଼ିରେ କିଛି ଯୁବକ ଆସି…