ଟେଲିକମ କମ୍ପାନୀର ଅବହେଳାରୁ ଅକାଳରେ ମରୁଛନ୍ତି ନିରୀହ ଲୋକେ ।ଆର,ଉଦୟଗିରି (ମନୋଜ କୁମାର ପାଢୀ) – ଟେଲିକମ କମ୍ପାନୀର ଅବହେଳା ହେତୁ ଅକାଳରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଛନ୍ତି ଲୋକେ l ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ଠାରୁ କାନକଟା ଯାହାକି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସଂଲଘ୍ନ କରୁଥିବା ରାସ୍ତା ଯାହାକି ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ଗାଡ଼ିମଟର ଯାତାୟତ କରୁଛନ୍ତି l ଏବଂ ଏହିରାସ୍ତା ଦେଇ ଜିଲ୍ଲାର ସୁପରିଚିତ ମାଙ୍କଡଡିଆଁ ଜଳପ୍ରପାତକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି l କିନ୍ତୁ BSNL ଭଳି ଟେଲିକମ କମ୍ପାନୀ ପକ୍ଷରୁ ରାସ୍ତା ପାର୍ଶ୍ୱରେ ବିଭିର୍ନ ସ୍ଥାନରେ ମାଟି ଖୋଳି cable ବିଛାଯାଇଛି ଏବଂ ମାଟିସବୁ ରାସ୍ତାର 40 ପ୍ରତିଶତ ଆଡକୁ ମାଡ଼ିବସିଛି lଦୀର୍ଘ ଦେଢ଼ବର୍ଷ ହେବ ତାହାକୁ ଅଧପନ୍ତରିଆ ଭାବେ ଛାଡି ଦିଆଯାଇଛି l ଯାହାଫଳରେ ପ୍ରତିଦିନ ଯାତାୟତ କରୁଥିବା ଗାଡି ସବୁ ଦୁର୍ଘଟଣା ହୋଇ ଆହତ ହେବାସହ କେହି କେହି ମୃତ୍ୟୁ ବରଣ କରୁଛନ୍ତି l ଏନେଇ ଅଂଚଳବାସୀ, ବୃଦ୍ଧିଜୀବି ଓ ସ୍ଥାନୀୟ ପ୍ରତିନିଧି ବାରମ୍ବାର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଅବଗତ କରିଥିଲେ ସୁଧା କେହି କର୍ଣ୍ଣପାତ କରୁନାହାନ୍ତି ଯାହାଫଳରେ ଅକାଳରେ ନିରୀହ ଲୋକେ ଦୁର୍ଘଟଣାରେ ପ୍ରାଣ ହାରୁଛନ୍ତି ।
Related Posts

Mମହେନ୍ଦ୍ର ତନୟା ମହୋତ୍ସବ 2024 ଉଦଘାଟିତ
Mମହେନ୍ଦ୍ର ତନୟା ମହୋତ୍ସବ 2024 ଉଦଘାଟିତ ମହେନ୍ଦ୍ର ତନୟା ମହୋତ୍ସବ 2024 ଉଦଘାଟିତ ।ଗଜପତି (ମନୋଜ ପାଢୀ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ…

ମହାସମାରୋହରେ ପାଳିତ ହେଲା ଜନଜାତୀୟ ଗୌରବ ଦିବସ
ମହାସମାରୋହରେ ପାଳିତ ହେଲା ଜନଜାତୀୟ ଗୌରବ ଦିବସ ଭୁବନେଶ୍ୱର : ଆଜି ଭୁବନେଶ୍ବରରେ ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା…

ଆଦିବାସୀ ଜାତି ଜନଜାତି ତଥା ପୋଛୁଆ ବର୍ଗ ଉନୟନ ଓ ଗଣଶିକ୍ଷା ମନ୍ତ୍ରୀ ଗଣ୍ଡ ଙ୍କ ଦ୍ୱାରା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ l
ଆଦିବାସୀ ଜାତି ଜନଜାତି ତଥା ପୋଛୁଆ ବର୍ଗ ଉନୟନ ଓ ଗଣଶିକ୍ଷା ମନ୍ତ୍ରୀ ଗଣ୍ଡ ଙ୍କ ଦ୍ୱାରା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ l ରାୟଗଡା :…