ଦୁର୍ଗମ ପୁରୁଣା ପାଣି ପଞ୍ଚାୟତ ରେ ବିକାଶ ଅପହଞ୍ଚ ।

ଦୁର୍ଗମ ପୁରୁଣା ପାଣି ପଞ୍ଚାୟତ ରେ ବିକାଶ ଅପହଞ୍ଚ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ର ଦୁର୍ଗମ ଅଞ୍ଚଳରେ ଅନେକ ପଞ୍ଚାୟତ ଅଛି ଯେଉଁଠି ଆଜି ବି ବିକାଶ ଅପହଞ୍ଚ । ତତ୍କାଳୀନ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ଅନେକ ଗାଆଁ । ପହଞ୍ଚି ପାରିନି ସରକାରୀ ଗାଡ଼ି ,ପହଞ୍ଚି ପାରିନାହାନ୍ତି ସରକାରିବାବୁ ଆଉ ପହଞ୍ଚି ପାରିନି ମୌଳିକ ସୁବିଧା । VO -1- ହଁ ଆଜ୍ଞା ଆମେ କହୁଚୁ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ପୁରୁଣା ପାଣି ପଞ୍ଚାୟତର ଅଭିଶପ୍ତ ଗାଆଁ ଗୁଡ଼ିକର କଥା । ମୁନିଗଢିଅ,ଲମ୍ବା ଗୁଡ଼ା ,ଆଲାରା ଓ ରାମଗୁଡ଼ା ଆଜି ବି ପହଞ୍ଚି ପାରିନି ଲୋକଙ୍କ ପାଖରେ ମୌଳିକ ସୁବିଧା । ତତ୍କାଳୀନ ବିଜେଡି ସରକାରଙ୍କ 24 ବର୍ଷର ଶାସନ କାଳରେ ଦେଇପାରିଲେନି ଲୋକଙ୍କୁ ମୌଳିକ ସୁବିଧା । ରାସ୍ତା , ବିଦ୍ୟୁତ୍ ,ଆବାସ ଘର ଏପରିକି ପିଇବା ପାଇଁ ପାନୀୟ ଜଳ । ଅନେକ ସମସ୍ୟା ଦେଇ ଦୈନିକ ସଂଘର୍ଷ କରି ଆସୁଛନ୍ତି ନିରୀହ ଆଦିବାସୀ ମାନେ । ନିରୀହ ଆଦିବାସୀ କହି ଅବହେଳିତ କରି ରଖିଥିଲେ ।ପାନୀୟ ଜଳ କହିଲେ କୋଉଠି ନଦୀ ପାଣି ଭରସା ତ କୋଉଠି କୂଅ । ତାହା ବି ଗ୍ରୀଷ୍ମ ପ୍ରାରମ୍ଭରେ ହିଁ ସୁଖିବାକୁ ବସିଲାଣି ।ବାହାର ଦୁନିଆଁ ଦେଖିବାକୁ ହେଲେ ଦୈନିକ ଏହି କଚ୍ଚା ରାସ୍ତା ଦେଇ ଗମନା ଗମନ କରିବାକୁ ପଡେ । ଶିକ୍ଷା ସ୍ଵାସ୍ଥ୍ୟ ଲାଗି ଅନେକ ସଂଘର୍ଷ ଚାଲେ । ଶିକ୍ଷା ସୁବିଧା ନଥିବା ହେତୁ କୋମଲମତି ଶିଶୁମାନେ ଦୈନିକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ରେ ଲାଗି ପଡନ୍ତି ନିଜ ଭବିଷ୍ୟତକୁ ଏହି ଅନ୍ଧାର ଆଡ଼କୁ ଠେଲି । ରୋଜଗାର ପନ୍ଥା କିଛି ନଥିବା ହେତୁ ଜଙ୍ଗଲ ଜାତ ଦ୍ରବ୍ୟ ଛଡା କିଛି ନାହିଁ । ଏପରିକି ଏଠି MGNREGA ମନରେଗା କାମ ମଧ୍ୟ କାଗଜ କଲମରେ ଚାଲୁଛି । ଆବାସ ଘର ଏଠି ସାତ ସପନ , ଯାହା କି ମୁଣ୍ଡ ଗୁଞ୍ଜିବାକୁ ଝାଟି ମାଟି ରେ ତିଆରି କରନ୍ତି ଏହି ଗ୍ରାମ ବାସୀ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବୁଝିଲେ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ ହେଉଛନ୍ତି ଅଧିକାରୀ ମହାଶୟ । ଯୁଗ ବଦଳିଛି ସରକାର ବଦଳିଛନ୍ତି , ଆଶା ବାନ୍ଧିଛନ୍ତି ଅଞ୍ଚଳ ବାସୀ ମୋହନ ସରକାର ଉପରେ। କେବେ ଏହି ଅଭିଶପ୍ତ ଜୀବନ ରୁ ମୁକ୍ତି ପାଇବେ ଦୁର୍ଗମ ବାସୀ ତାହାକୁ ହିଁ ଅପେକ୍ଷା ।

Leave a Reply

Your email address will not be published. Required fields are marked *