ଟିପିଏସ୍ଓଡିଏଲ୍ ପକ୍ଷରୁ ଶ୍ରୀ ଜାମସେଦଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ପାଳିତ

ଟିପିଏସ୍ଓଡିଏଲ୍ ପକ୍ଷରୁ ଶ୍ରୀ ଜାମସେଦଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, ମାର୍ଚ୍ଚ: ଟିପିଏସ୍ଓଡିଏଲ୍ ପକ୍ଷରୁ ଭାରତୀୟ ଶିଳ୍ପ ଜଗତର ପୁରୋଧା ଶ୍ରୀ ଜାମସେଦଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜନ୍ମ ବାର୍ଷିକୀ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ଶ୍ରୀ ଜେଏନ ଟାଟାଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରିବା ସହ ନୈତିକତା ଏବଂ ସଚ୍ଚୋଟତା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। କମ୍ପାନୀର କର୍ପୋରେଟ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗଙ୍କ ସହ  ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଶ୍ରୀ ଜାମସେଦଜୀ ନୁସରୱାନଜୀ ଟାଟାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହାପରେ ଉପସ୍ଥିତ କର୍ମଚାରୀମାନେ ନୈତିକତା ଶପଥ ନେବା ସହ ବ୍ୟକ୍ତିଗତ ଏବଂ ପେଶାଦାର ଜୀବନରେ ସଚ୍ଚୋଟତା, ସାଧୁତା ଏବଂ ସ୍ବଚ୍ଛତା ବଜାୟ ରଖିବାକୁ ପ୍ରତିଜ୍ଞା ନେଇଥିଲେ।ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଟିପିଏସ୍ଓଡିଏଲର ପ୍ରତ୍ୟେକ କାମରେ ନୈତିକତା ଉପରେ ବିଶେଷ ଗୁରୁତ୍ବ ଦିଆଯାଏ। ଆମ ସଫଳତା କେବଳ ବ୍ୟାବସାୟିକ ଅଭିବୃଦ୍ଧିରେ ଆକଳନ ହୁଏ ନାହିଁ, ବରଂ ଆମର ସାଧୁତା ଏବଂ ସଚ୍ଚୋଟତା ଯୋଗୁଁ ତିଆରି ହୋଇଥିବା ଉପଭୋକ୍ତାଙ୍କ ବିଶ୍ୱାସ ଉପରେ ଏହା ଆଧାରିତ। ଶ୍ରୀ ଜାମସେଦଜୀ ନୁସରୱାନଜୀ ଟାଟା ନୈତିକ ନେତୃତ୍ବର ଏକ ସର୍ବୋଚ୍ଚ ମାନଦଣ୍ଡ ଛାଡ଼ି ଯାଇଛନ୍ତି ଏବଂ ସେହି ପଥରେ ଆଗକୁ ବଢ଼ିବା ଆମର କର୍ତ୍ତବ୍ୟ।”ଏହାସହ ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁର ସ୍ଥିତ ହେଲେନ କେଲର୍ ରେଡ କ୍ରସ ସ୍କୁଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଶ୍ଵ ଶ୍ରବଣ ଦିବସ ଅବସରରେ କମ୍ପାନୀ ତରଫରୁ ଟାଟା ସ୍ବେଚ୍ଛାସେବୀ ସପ୍ତାହର ଆରମ୍ଭ କରାଯାଇଛି। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରେ ଆୟୋଜିତ ଚିତ୍ର ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ମ୍ୟାଡାମ ସିଇଓ ଶ୍ରୀମତୀ ମଞ୍ଜୁ ଗର୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ପିଲାଙ୍କ ସହ ସମୟ ବିତାଇଥିଲେ ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ନୈତିକ ମୂଲ୍ୟବୋଧ ଓ ଗୋଷ୍ଠୀ ବିକାଶ ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଆସିଛି ଏବଂ ଶ୍ରୀ ଜାମସେଦଜୀ ନୁସରୱାନଜୀ ଟାଟାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସମାବେଶୀ ଓ ଦାୟିତ୍ୱବାନ ସମାଜ ଗଠନ କରିବା ପାଇଁ ପ୍ରୟାସ କରୁଅଛି।

Leave a Reply

Your email address will not be published. Required fields are marked *