ରାଜ୍ୟ ସଭା ସାଂସଦ ସୁଜିତ କୁମାର ଙ୍କ ମୋଡେଲ ଡିଗ୍ରୀ କଲେଜ ପରିଦର୍ଶନ ସହ ରାୟଗଡା ଗସ୍ତ
ରାୟଗଡା : ରାୟଗଡା ଜ଼ିଲ୍ଲା ସଦର ବ୍ଲକ ପେଣ୍ଟା ପଞ୍ଚାୟତ ର ଅମ୍ଲାଭଟା ଥରେ ଅବସ୍ଥିତ ମୋଡେଲ ଡିଗ୍ରୀ କଲେଜ କୁ ଆଜି ମାନ୍ୟବର ରାଜ୍ୟସଭା ସାଂସଦ ସୁଜୀତ କୁମାର ପରିଦର୍ଶନ ରେ ଯାଇ ଦେଶ ର ଆଗାମୀ ଭବିଷ୍ୟତ ଉଦୀୟମାନ ଛାତ୍ର ଛାତ୍ରୀ ଙ୍କ ସହିତ ଏକ ଦେଶ ଏକ ନିର୍ବାଚନ ସମ୍ବଦ୍ଧ ରେ ଚର୍ଚ୍ଚା ଆଲୋଚନା କରିଥିଲେ l ଏକ ଦେଶ ଏକ ନିର୍ବାଚନ କଣ ଏହା ଲାଗୁ ହେଲେ କଣ ସେ ବିଷୟ ନେଇଁ ଛାତ୍ର ଛାତ୍ରୀ ବକୁ ବୁଝାଇଥିଲେ l ବାରମ୍ବାର ଦେଶରେ ନିର୍ବାଚନ ହେଲେ ଦେଶରେ ଆର୍ଥିନୀତି ଉପରେ କିପ୍ରଭାବ ପଡୁଛି ଯୋଦ୍ୱାରା ତାହା କହିଥିଲେ l ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷ ରେ ଏକ ଦେଶ ଏକ ନିର୍ବାଚନ ଲାଗି ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ ବୋଲି ସୁଜିତ କୁମାର କହିଥିଲେ ଲେହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲା ବିଜେପି ସଭାପତି ଏମ ଗୋପୀ ଆନନ୍ଦ,ରାୟଗଡା ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ବସନ୍ତ ଉଲ୍ଲକା, ବିଜେପି ନେତା କାଶୀ ନାଇଡ଼ୁ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଉମେଶ ଖୋସଲା, ୟୁବ ନେତା ଦେବାଶିଷ ପଣ୍ଡା ତଥା ଜିଲ୍ଲା ର ସମସ୍ତ ବରିଷ୍ଠ ନେତୃତ୍ବ ତଥା କାର୍ଯ୍ୟକର୍ତା ଯୋଗଦାନ କରିଥିଲେ l ଏହାପରେ ରାୟଗଡା ପ୍ରଦକ୍ଷଣ ଗୃହ ରେ ପହଂଚି ଜ଼ିଲ୍ଲା ର ବିଜେପି ର କର୍ମକର୍ତା ଓ କର୍ମୀ ଙ୍କ ସହିତ ଦଳୀୟ ସ୍ଥିତି ସମ୍ପର୍କ ରେ ଆଲୋଚନା କରିଥିଲେ l. ଜ଼ିଲ୍ଲା ସଭାପତି ଗୋପୀ ଆନନ୍ଦ ଙ୍କ ନେତୃତ୍ୱ ରେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ରେ ଖୁବ ଭଲ ପ୍ରଦର୍ଶନ କରିବ ନିଶ୍ଚିତ ଭାବେ 11 ଗୋଟି ବ୍ଲକ ଓ ଜ଼ିଲ୍ଲା ର 2ଟି ପୌର ପରିଷଦ ଓ 1 ଏନ ଏ ସି କୁ ବିଜେପି ନିଜ ଅକ୍ତିଆର ରେ ନେବ ସେଥିପାଇଁ ଜ଼ିଲ୍ଲା ର ସମସ୍ତ ବିଜେପି କର୍ମକର୍ତା ଏକହୋଇ ଗୋପୀ ଭାଇଙ୍କ ସହିତ କାମ କରିବା କୁ ପରାମର୍ଶ ଦେଇଥିଲେ l ଉଭୟ କେନ୍ଦ୍ର ଓ ରାଜ ସରକାର ଙ୍କ ଯୋଜନା କୁ କିପରି କାର୍ଯ୍ୟକାରୀ କରାଯିବ ଓ ଜନସାଧାରଣ ଏହାର ଲାଭ କିପରି ପାଇବେ ସେଥିପାଇଁ ମୁ ଦଳ ର ସମସ୍ତ କର୍ମକର୍ତା ଙ୍କ ସହିତ ଲାଗି ପୋଡି କାମ କରିବି ବୋଲି ଗୋପୀ ସାଂସଦ ସୁଜିତ କୁମାର ଙ୍କୁ ଦୃଢ଼ ପ୍ରତିଶୃତି ଦେଇଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ