ଜନ ସେବା ସୁନିଶ୍ଚିତ ଆଇନ ଓ ସୂଚନା ସେବା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ରାୟଗଡା : ରାୟଗଡା ବ୍ଳକ ସଦଭାବନା ଗୃହ ଠାରେ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟନାରାୟଣ ମହାରଣା, ଏବିଡିଓ କାଳୁ ଚରଣ ନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ପଣ୍ଡା, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ବୈଷୟିକ ସଂଯୋଜକ ଯୋଗେନ୍ଦ୍ର ନାୟକ ସମ୍ବଳ ବ୍ଯକ୍ତି ଭାବେ ଯୋଗଦେଇଥିଲେ । ସରକାରଙ୍କ ବହୁମୂଖୀ ଯୋଜନା ଓ ସେବା ଯେପରି ନାଗରିକଙ୍କ ନିକଟରେ ସହଜରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପହଞ୍ଚିପାରିବ, ତାହା ଆଲୋଚିତ ହୋଇଥିଲା ।ଗ୍ରାମ ପଞ୍ଚାୟତ ଗ୍ରାମାଞ୍ଚଳରେ ୨୯ ପ୍ରକାର ସେବା ପ୍ରଦାନ କରିଥାନ୍ତି । ଏହା ବ୍ଯତିତ ଅନ୍ୟ ବିଭାଗ ସେମାନଙ୍କ ବିଭାଗୀୟ ସେବା ପ୍ରଦାନ କରିଥାନ୍ତି । ସୁଶାସନ ନିମନ୍ତେ ସୁସେବା ସହ ସୂଚନା ସେବା ଅପରିହାର୍ଯ୍ଯ। ଲୋକଙ୍କ ଆବଶ୍ୟକତାକୁ ଭିତ୍ତିକରି ଉତ୍ତମ ସେବା ପ୍ରଦାନ ସହ ନିଜସ୍ବ ନିଷ୍ପତ୍ତି ନେବାରେ ସଚେତନ କରାଇବା ସୁଶାସନର ପରିସରଭୁକ୍ତ ଅଟେ । ଏହି ପରିପ୍ରେକ୍ଷୀରେ ଗ୍ରାମ ପଞ୍ଚାୟତ ତଥା ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ସେବା ପ୍ରଦାନ ନିମନ୍ତେ ଧାର୍ଯ୍ଯ ସମୟସୀମାର ଚାର୍ଟର ପ୍ରୋଜେକ୍ଟର ମାଧ୍ୟମରେ ଅବଗତ କରାଯାଇଥିଲା । ସେବା ପ୍ରଦାନରେ ସମାନତା, ସମୟ ଭିତ୍ତିକ, ସ୍ବଚ୍ଛତା, ନୀୟମଭିତ୍ତିକ, ସମାଜର ଅବହେଳିତ ବର୍ଗ ଅନୁକୂଳ, ଟେକ୍ନୋଲୋଜି ସମ୍ମିଳିତ, ସ୍ଥାନୀୟକରଣ ସୁନିଶ୍ଚିତ କରିବା ଜରୁରୀ ବୋଲି ସଂବଳ ବ୍ଯକ୍ତି ବୃନ୍ଦ ଆଲୋଚନା କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

କନ୍ଧମାଳ : ସ୍ୱର୍ଗତ ଏବିଡିଓ ଙ୍କ ବାପା ମା ପାଳିଲେ ନାତିଆ ର ବାର୍ଷିକ ଜନ୍ମଦିନ.. ଶିକ୍ଷୟିତ୍ରୀ ବହୁ ବୃଦ୍ଧ ବୃଦ୍ଧା ଶାଶୁ-ଷସୁର ଙ୍କୁ ନିର୍ଯାତନା ଦେଇ ବାପଘରେ କାଟୁଛିଦିନ
କନ୍ଧମାଳ : ସ୍ୱର୍ଗତ ଏବିଡିଓ ଙ୍କ ବାପା ମା ପାଳିଲେ ନାତିଆ ର ବାର୍ଷିକ ଜନ୍ମଦିନ.. ଶିକ୍ଷୟିତ୍ରୀ ବହୁ ବୃଦ୍ଧ ବୃଦ୍ଧା ଶାଶୁ-ଷସୁର ଙ୍କୁ ନିର୍ଯାତନା ଦେଇ…

ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ହାତ ଧୁଆ ଦିବସ ପାଳିତ
ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ହାତ ଧୁଆ ଦିବସ ପାଳିତ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ଠାରେ…

ସେଞ୍ଚୁରୀୟନ ଉନିଭେର୍ସିଟି ର ବାର୍ଷିକ ଉତ୍ସବ ସିନେଫେଷ୍ଟ 11.0 ଅନୁଷ୍ଠିତ
ସେଞ୍ଚୁରୀୟନ ଉନିଭେର୍ସିଟି ର ବାର୍ଷିକ ଉତ୍ସବ ସିନେଫେଷ୍ଟ 11.0 ଅନୁଷ୍ଠିତ ରାୟଗଡା : ସେନ୍ତୁରୀୟନ ୟୁନିଭେର୍ସିଟି ପିତାମହଲ ରାୟଗଡା ର ବାର୍ଷିକ ଉତ୍ସବ ସିନେଫେଷ୍ଟ 11.0 ଇତିମଧ୍ୟରେ…