ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ଆରମ୍ଭ କଲେ ନିର୍ବାଚନ ପ୍ରଚାର କହିଲେ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ …ଆର, ଉଦୟଗିରି (ମନୋଜ କୁମାର ପାଢୀ/୫/୪/ଆଜି ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମୋହନା ବ୍ଲକର ଲୁହାଗୁଡ଼ି ଠାରୁ ମୋହନା ର କଣ୍ଟେଇକୋଳି ଏବଂ ପିଣ୍ଡିକି ପର୍ଯ୍ୟନ୍ତ ରୋଡ ଶୋ କରି ବିଜେଡି ଓ ବିଜେପି କିପରି ରାଜ୍ୟ ଏବଂ ଦେଶର ବିନାଶ କରୁଛନ୍ତି ପ୍ରଚାର କରିବା ସହ କଂଗ୍ରେସ ଦେଶ ସ୍ଵାଧୀନ ସହ ରାସ୍ତା, ପାନୀୟଜଳ ପ୍ରକଳ୍ପ, ଅଞ୍ଚଳରେ ଥିବା ଜଳସେଚନ ପ୍ରକଳ୍ପ ଏବଂ ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଦେଖୁଛନ୍ତି ସେ ଗୁଡ଼ିକ କଂଗ୍ରେସ ସରକାର ସମୟରେ ହୋଇଥିବା ପ୍ରକାଶ କରିଥିଲେ। ଏହି ପ୍ରଚାର ସହ ରୋଡ ଶୋ ପ୍ରଚାରରେ ପ୍ରାୟ ତିନି ହଜାର ରୁ ଅଧିକା ପୁରୁଷ ଓ ମହିଳା ସାମିଲ ଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ରାଜ୍ୟ କଂଗ୍ରେସ ସରକାର ବଧ୍ୟତାମୂଳକ ସରକାର କରିବ ବୋଲି ଦୃଢ଼କ୍ତି ପ୍ରକାଶ କରିବା ସଙ୍ଗେ ସରକାର କଣ କରିବେ ତାର ସଂକଳ୍ପ ପତ୍ର ଘୋଷଣା କରିଥିଲେ। ଏହି ପ୍ରଚାର ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକର୍ତ୍ତା ଙ୍କ ସମେତ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋହନା, ନୂଆଗଡ, ରାୟଗଡ଼ ଏବଂ ଆର. ଉଦୟଗିରି ବ୍ଲକର ହଜାର ହଜାର ନେତା ଓ କର୍ମୀ ପ୍ରଚାରରେ ଭାଗ ନେଇଥିଲେ। ବିଧାୟକ ପ୍ରାର୍ଥୀ ଗତ ନିର୍ବାଚନରେ ଯେତିକି ଭୋଟ ପାଇଁ ବିଜୟୀ ହୋଇଥିଲା ଚଳିତ ନିର୍ବାଚନରେ ତା ଠାରୁ ତିନି ଗୁଣ ଅଧିକା ଭୋଟ ପାଇ ବିଜୟୀ ହେବି ବୋଲି ପ୍ରକାଶ କରିଥିଲେ।
Related Posts
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଆଶିର୍ବାଦ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ନୁଆଗଡ ବ୍ଳକର କେ, ଝାଲରସିଂ ଗ୍ରାମଳ ଆଶିର୍ବାଦକୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ…
କେ ସୀତାପୁର ଗ୍ରାମରେ ବେଆଇନ ବାଣ ବିକ୍ରୀ ଅଭିଯୋଗରେ ୨ ଗିରଫ
କେ ସୀତାପୁର ଗ୍ରାମରେ ବେଆଇନ ବାଣ ବିକ୍ରୀ ଅଭିଯୋଗରେ ୨ ଗିରଫ ଗଜପତି:୨୬/୧୦(ମନୋଜ ପାଢୀ)ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସୀତାପୁର ଗ୍ରାମରେ ବିପୁଳ ପରିମାଣରେ ବେଆଇନ…
ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିନସ୍ଥ ପାଞ୍ଚ ଗୋଟି ବନ୍ୟାଞ୍ଚଳ ରେ ହାତୀ ଗଣନା
*ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିନସ୍ଥ ପାଞ୍ଚ ଗୋଟି ବନ୍ୟାଞ୍ଚଳ ରେ ହାତୀ ଗଣନା, ପଡୋଶୀ ଜିଲ୍ଲା ଏବଂ ରାଜ୍ୟ ରୁ ହାତୀ ଆସୁଥିବା ଅନୁମାନ,ଜିଲ୍ଲାରେ ହାତୀ…