ସଲିଆପତିନିକୁ ବେଆଇନ ଶିକାର କରୁଥିବା ୪ ଶିକାରୀ ଗିରଫଗଜପତି , /୨୦/୪ :ପାରଳାଖେମୁଣ୍ଡି ଡ଼ିଏଫଓ ଏସ. ଆନନ୍ଦ କୁମାର ଜିଲ୍ଲାରେ ଜଙ୍ଗଲ ଓ ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ପାଇଁ କଡାକଡ଼ି ନିର୍ଦେଶକ୍ରମେ ଗଜପତି ଜିଲ୍ଲାରେ ସମସ୍ତ ବନ କର୍ମଚାରୀ ସଜାଗ ରହିବା ସହ ବିଭିନ୍ନ ପ୍ରକାର ପେଟ୍ରୋଲିଂରେ ଜାରି ରଖିଛନ୍ତି. ଏଭଳି ପେଟ୍ରୋଲିଂରେ ଜାରି ରଖିଥିବାବେଳେ ସଲିଆପତିନିକୁ ବେଆଇନ ଭାବେ ଶିକାର କରୁଥିବା ୪ ଜଣଙ୍କୁ ଗିରଫ କରାଯାଇଛି. ଘଟଣାରୁ ପ୍ରକାଶ ପାରଳା ବନ ଉପଖଣ୍ଡର ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ୍ ସୁବ୍ରଜିତଙ୍କ ନେତୃତ୍ୱରେ ଗତ ବୁଧବାର ବିଳମ୍ବିତ ରାତ୍ରରେ ଗରାବନ୍ଧ ସେକ୍ସନ ଷ୍ଟାଫ ଲବନ୍ୟଗଡ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ଜଙ୍ଗଲ ଜନ୍ତୁକୁ (ସଲିଆପତିନି) ବେଆଇନ ଭାବେ ଶିକାର କରୁଥିବା ଦେଖ୍ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ମାନେ ଆନ୍ଧ୍ରପ୍ରଦେଶର ଶେଖରପୁର ଗ୍ରାମର ହୋଇଥିବା ବେଳେ ସେମାନଙ୍କ ନିକଟରୁ ଜନ୍ତୁ ଶିକାର ମାରଣଅସ୍ବ ଜବତ କରାଯାଇଛି. ଏଥିରେ ଆଉ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରିରହିଛି । ଏହି ପେଟ୍ରୋଲିଂରେ ବନପାଳ ଦୁର୍ୟ୍ୟୋଧନ ଜେନା,ବନରକ୍ଷୀ ଗିରିଶ କୁମାର ଏବଂ ପାରା ଫରେଷ୍ଟ ଷ୍ଟାଫ ଉପସ୍ଥିତ ରହିଥିଲେ।
Related Posts
ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡ଼ି; ୧୨ ଆହତ
ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡ଼ି; ୧୨ ଆହତ ଦିଗପହଣ୍ଡି: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡ଼ି। ଏଥିରେ ୧୨ ଜଣ…
ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର…
ରାସନ କାର୍ଡରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟରେ ମିଳିବ ଗହମ। ଅକ୍ଟୋବର ମାସରୁ ଲାଗୁ ହେବ ନୂଆ ନିୟମ।
ରାସନ କାର୍ଡରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟରେ ମିଳିବ ଗହମ। ଅକ୍ଟୋବର ମାସରୁ ଲାଗୁ ହେବ ନୂଆ ନିୟମ।