ସୁଖିଲା ଗଛଡାଳ ଭାଙ୍ଗିପଡି ଜଣେ ମୃତ୍ୟୁ , ଦୁଇ ଆହତ , କ୍ଷେତି ପୂରଣ ଛେଳିଗଡ ରୁ ରାମଗିରି ଓ ଆର,ଉଦୟଗିରି ଅବରୋଧ । ଆର,ଉଉଦୟଗିରି(ମନୋଜ କୁମାର ପାଢୀ)- ଆର,ଉଦୟଗିରି ଥାନା ପଦ୍ମପୁର ଗ୍ରାମର ଦୁଇ ଜଣ ଏବଂ ପିଚୁ କାମ ପାଇଁ ଆସିବା ଶ୍ରମିକ ମିଶି ଏକ ବାଇକ୍ ଛେଳିଗଡ ବଜାରକୁ ଯାଉଥିବା ରାମଗିରି ଛକରେ ଥିବା କାକପୋଇ ଗଛ ଦୀର୍ଘ ବର୍ଷ ଧରି ଥିବା ରାସ୍ତା ସାଇଡି ରହିଥିଲା । ରବିବାର ସନ୍ଧ୍ୟା୬.୩୦ ସାମନ୍ୟ ପବନ ହେବରୁ ରାସ୍ତା ସାଇଡିୀବା ଗଛ ସୁଖିଲା ଡୁଆ ଭାଙ୍ଗି ପଡି ବାଇକ୍ ଚାଳକ ଉପରେ ପଡିଯିବା ଦ୍ବରା ପଦ୍ମପୁର ପୂଣ୍ଣଚନ୍ଦ୍ର ପାଇକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ବାଇକି ଥିବା ଅନ୍ୟ ଦୁଜ ମଧ୍ୟରୁ ଜଣେ ଗୁରୁତର ଆହତ ହୋଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଏହାକୁ ପାଖରେ ଥିବା ଲୋକେ ଦେଖି ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ପଠାଇଥିଲେ । ସେଠାର ଡାକ୍ତର ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ବଡ ମେଡିକଲ ଅଧିକ ଚିକିତ୍ସା ପାଇଁ ପଠାଇଥିଲେ । ମୃତ୍ୟୁ ପରିବାର ଓ ଗ୍ରାମବାସୀ ରାସ୍ତା ଉପରେ ଶବ ରଖି କ୍ଷେତି ପୂରଣ ଦାବି ନେଇ ଛେଳିଗଡ ରାମଗିରି ଓ ଛେଳିଗଡ ଆର,ଉଦୟଗିରି ରାସ୍ତା ଅବରୋଧ କରିରଖିଛନ୍ତି । ଏହି ଖବର ପାଇ ଘଟଣାସ୍ଥଳକୁ ଆର,ଉଦୟଗିରି ପିଲିସ ପହଞ୍ଚି ଏହାର ତଦନ୍ତ କରିବା ସହ ରାସ୍ତା ଅବରୋଧ କୁରୁଥିବା ବ୍ୟକ୍ତି ବୁଝାସୁଝା କରିଥିଲେ । ଖବର ପଠାଇ ପର୍ଯ୍ୟନ୍ତ ରାସ୍ତା ହଟିନଥିଲା । ପରିବାର ଅଭିଯୋଗ କରୁଛନ୍ତି ଯେ ପୂତ୍ତ ବିଭାଗ ଖାମଖିଆଲି ନିତି ଯୋଗୁଁ ଜଣେ ମୃତ୍ୟୁ ବରଣ କରିଛନ୍ତି । ଯଦି ସୁଖିଲା ଗଛକୁ ପୂତ୍ତ ବିଭାଗ ଦ୍ବାରା କଟାଯାଇଥାନ୍ତା ତାହାହେଲେ ଆଜି ପୂଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋନଥାନ୍ତା ।
Related Posts
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ
ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫାପତ୍ର!ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ।
ଓଡ଼ିଶାରେ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର
ଓଡ଼ିଶାରେ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର ଭୁବନେଶ୍ୱର: ଓଡ଼ିଶାରେ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର।ପ୍ରଥମରୁ ୫ମ ପିଲାଙ୍କ…
ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ.
ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ. ଭୁବନେଶ୍ୱର:୨୪ ଓ ୨୫ ତାରିଖ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ ,ଏଥିପାଇଁ ନଭେମ୍ବର ୩୦, ଡିସେମ୍ବର…