ଗଛରୁ ଝୁଲନ୍ତା ମୃତଦେହ ଜବତ, ହତ୍ୟା ଅଭିଯୋଗ ଆର,ଉଦୟଗିରି(ମନୋଜ କୁମାର ପାଢୀ/13/5/ ମୋହନା ଥାନା ବନ୍ଧଗଣି ଛକ ନିକଟରେ ପୁଲିସ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ଥା ଅବସ୍ଥାରେ ଉଦ୍ଧାର କରିଛି । ସେ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚାଞ୍ଛଡାପଲ୍ଲୀ ଗାଁର ପିଣ୍ଟୁ ପାତ୍ର । ଶନିବାର ଯୁବକ ଜଣଙ୍କ ଘରୁ ବ୍ୟବସାୟ ଉଦ୍ଦେଶ୍ୟରେ ଅଟୋରେ ଧୂପକାଠି ନେଇ ମୋହନା ଯାଇଥିଲେ । ହେଲେ ସେ ରାତିରେ ଆଉ ନିଜ ଘରକୁ ଫେରିନଥିଲେ । ପରିବାର ଲୋକେ ଯୋଗାଯୋଗ କରିଥିଲେ ମଧ୍ୟ ଯୁବକଙ୍କ ଫୋନ୍ ସୁଇଜ୍ ଅଫ୍ ଥିଲା । ରବିବାର ସକାଳେ ସ୍ଥାନୀୟ ଲୋକେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହିଞ୍ଚି ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରି ଘଟଣାସ୍ଥଳରୁ ମୋବାଇଲ୍ ଫୋନ୍, ଆଧାରକାର୍ଡ ଓ ଏକ ଡାଇରି ଜବତ କରିଛି । ପରିବାର ଲୋକେ ପୁଅକୁ କେହି ହତ୍ୟା କରି ଗଛରେ ଟାଙ୍ଗାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
Related Posts

ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁଷ୍ଟ ରୋଗ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ
ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁଷ୍ଟ ରୋଗ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ .. ଗଜପତି(ମନୋଜ ପାଢୀ/ ୧୮/୧୧/୨୪ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ସ୍ଥିତ…

ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ରାସ୍ତା ନଥିବାରୁ ଭାରରେ ବୁହା ହେଲା ଗର୍ଭବତୀ ମହିଳାଙ୍କ ମୃତ ଦେହ ।
ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ରାସ୍ତା ନଥିବାରୁ ଭାରରେ ବୁହା ହେଲା ଗର୍ଭବତୀ ମହିଳାଙ୍କ ମୃତ ଦେହ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୮/୧୦/୨୪ଚିକିତ୍ସା ଅଭାବରୁ ଗର୍ଭବତୀ…

ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା ରଥର ଶୁଭାରମ୍ଭ ।
ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା ରଥର ଶୁଭାରମ୍ଭ । ଗଜପତି- ମନୋଜ ପାଢୀ /ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା…