ମେ ୩୧ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ
ଭୁବନେଶ୍ୱର: ମେ ୩୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି।ଚଳିତ ବର୍ଷ କେରଳରେ ମୌସୁମୀ ମେ ୨୭ ରୁ ଜୁନ ୪ ଭିତରେ ପ୍ରବେଶ କରିପାରେ। ସାଧାରଣତଃ କେରଳରେ ମୌସୁମୀ ଜୁନ ୧ରୁ ୪ ଭିତରେ ଆସିଥାଏ।କିନ୍ତୁ ଏହା ପୂର୍ବରୁ ପାଣିପାଗ ବିଭାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୧୯ ସୁଦ୍ଧା ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ପହଞ୍ଚିବା ନେଇ ଆକଳନ କରିଛି।