ପୁଣି ଆସିଲା ମୋହନା ବ୍ଲକ ଅଞ୍ଚଳରୁ ଜନନୀ ଯନ୍ତ୍ରାଣା ର ଚିତ୍ର, ଗାଁକୁ ରାସ୍ତା ନ ଥିବାରୁ ଭରରେ ବୁହା ହେଲା ଗର୍ଭବତୀ ମହିଳା । ଆର,ଉଦୟଗିରି(ମନୋଜ କୁମାର ପାଢୀ) ପୁଣି ଆସିଲା ମୋହନା ବ୍ଲକ ଅଞ୍ଚଳରୁ ଜନନୀ ଯନ୍ତ୍ରାଣା ର ଚିତ୍ର, ଗାଁକୁ ରାସ୍ତା ନ ଥିବାରୁ ୨ କିମି ଭରରେ ବୁହା ହେଲା ଗର୍ଭବତୀ ମହିଳା l ତାହା ପୁଣି ଅତି ଶୋଚନୀୟ ଅବସ୍ଥାରେ ନଦୀ ପାର କରିବାକୁ ପଡ଼ିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବେତେଗଣ୍ଡା ଗାଁରେ । ଗାଁର ଆମୋଷ ମାଝୀଙ୍କ ପତ୍ନି ସୁନିତା ମାଝୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶା କର୍ମୀ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ହେଲେ ଗାଁକୁ ଆମ୍ବୁଲାନ୍ସ ଯାଇ ପାରିନଥିଲା l ଶ୍ରୀରାମପୁର ଗାଁ ନିକଟରେ ଆମ୍ବୁଲାନ୍ସଅଟକି ଯାଇଥିଲା l ବାଧ୍ୟ ହୋଇ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଓ ଆଶା କର୍ମୀ ଓ ଗ୍ରାମବାସୀଙ୍କ ସହାୟତାରେ ସେଠାରୁ ମହିଳାଙ୍କୁ ଗାଁ ଠାରୁ ଭାରରେ ବୋହି ଘାଟି ରାସ୍ତା ଓ ନଦୀ ପାର କରି ଆଣି ଆମ୍ବୁଲାନ୍ସ ଯାଏଁ ଆଣିବା ପରେ ସେଠାରୁ ଅଡବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ମେଡ଼ିକାଲରେ ମହିଳା ଜଣଙ୍କ ସନ୍ତାନ ପ୍ରସବ କରିବା ପରେ ବର୍ତମାନ ମାଆ ଓ ଶିଶୁ ସୁସ୍ଥ ଥିବା ଜଣା ପଡିଛି l
Related Posts
ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ, ପ୍ରଶାସନର ଜରୁୀକାଳୀନ ବୈଠକ
ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ, ପ୍ରଶାସନର ଜରୁୀକାଳୀନ ବୈଠକ ଗଜପତି-( ମନୋଜ କୁମାର ପାଢୀ ୨/୬/୨୦୨୪): ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଳାପାଳଙ୍କ ସମ୍ମିଳନୀ ଓସ୍ଵାନ ହଲ…
ଆର. ଉଦୟଗିରି ବ୍ଳକ ର ଅଭିଶପ୍ତ ଜୀବନ ବିତାଉଥିବା ଚାରି ଟି ଗାଆଁ ।
ଆର. ଉଦୟଗିରି ବ୍ଳକ ର ଅଭିଶପ୍ତ ଜୀବନ ବିତାଉଥିବା ଚାରି ଟି ଗାଆଁ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୨/୧୧/୨୪ – ଆର.ଉଦୟଗିରି ବ୍ଲକ ରେ ଆପଣମାନେ ଜାଣି…
କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି
କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି ଗଜପତି 25/06/24ଗଜପତି ଜିଲ୍ଲାର ଏକ ମାତ୍ର ବିଜ୍ଞାପିତ ଅଂଚଳ ପରିଷଦ ତଥା ଉପାନ୍ତ ଓ ଆଦିବାସୀ ବହୁଳ ଅଂଚଳ…