ମୋହନାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ।

ବିଧାନସଭା ଭୋଟ ଗଣତି:- ପାରଳାଖେମୁଣ୍ଡି ରେ ବିଜେଡି ଏବଂ ମୋହନାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ । ଉଭୟ ମହଲରେ କର୍ମୀଙ୍କ ଆନନ୍ଦ

ଗଜପତି:- (ମନୋଜ କୁମାର ପାଢୀ/୫/୬/ବିଧାନସଭା ଭୋଟ ଗଣତି:- ପାରଳାଖେମୁଣ୍ଡି ରେ ବିଜେଡି ଏବଂ ମୋହନାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ । ଉଭୟ ମହଲରେ କର୍ମୀଙ୍କ ଆନନ୍ଦବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଗଜପତି ଜିଲ୍ଲାର ୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଆଜି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଭୋଟ ଗଣତିର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଶ୍ରୀ ରୁପେଶ କୁମାର ପାଣିଗ୍ରାହି ବିଜୟୀ ହୋଇଛନ୍ତି ।ଶ୍ରୀ ପାଣିଗ୍ରାହି ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଶ୍ରୀ କେ: ନାରାୟଣ ରାଓଙ୍କ ଠାରୁ ୩,୯୪୫ ଟି ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଏଠାରେ ବିଜେଡି ପ୍ରାର୍ଥୀ ଶ୍ରୀ ରୂପେଶ ପାଣିଗ୍ରାହି ମୋଟ ୫୫, ୫୮୩ ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ କେ: ନାରାୟଣ ରାଓ ୫୧, ୬୩୮ ଟି ଭୋଟ ପାଇଛନ୍ତି ।ସେହିଭଳି ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦାଶରଥି ଗମାଙ୍ଗ ବିଜୟୀ ହୋଇଛନ୍ତି । ଶ୍ରୀ ଗମାଙ୍ଗ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକଙ୍କ ଠାରୁ ୪, ୨୨୮ ଟି ଅଧିକ ଭୋଟ ପାଇ ବିଧାୟକ ଭାବେ ବିଜୟୀ ହୋଇଛନ୍ତି। । ଏଠାରେ ଶ୍ରୀ ଦାଶରଥି ଗମାଙ୍ଗ ୬୨, ୦୮୦ ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଶାନ୍ତ ମଲ୍ଲିକ ୫୭, ୮୫୨ ଟି ଭୋଟ ପାଇଛନ୍ତି ।ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ବାସୀ ଭୋଟ ଗଣତି ର ପ୍ରତ୍ୟେକ ରାଉଣ୍ଡ ର ଫଳାଫଳ ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ମେଗା ସ୍କ୍ରିନ ମାଧ୍ୟମରେ ପ୍ରଦର୍ଶନ କରାଯିବା ବ୍ୟବସ୍ଥା ହୋଇଥିଲା ।ପାରଳାଖେମୁଣ୍ଡି ରେ ବିଜେଡି ପ୍ରାର୍ଥୀ ଏବଂ ମୋହନାରେ କଂଗ୍ରେସ ପ୍ରାର୍ଥୀ ବିଧାୟକ ଭାବେ ବିଜୟୀ ହୋଇଥିବା ଯୋଗୁଁ ଉଭୟ ଦଳର ସମର୍ଥକ ଓ କର୍ମକର୍ତ୍ତା ମାନଙ୍କ ମହଲରେ ଆନନ୍ଦ ଖେଳିଯାଇଛି ।କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *