ଶବର ସମାଜ କଲ୍ୟାଣ ସମିତି ସୁଗାଡ଼ କେନ୍ଦ୍ର ଅନ୍ତର୍ଗତ କାକିଲି ଠାରେ ତୃତୀୟ ତମ କେନ୍ଦ୍ରସ୍ତରୀୟ ବାର୍ଷିକ ଛାତ୍ର ଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ।ଆର,ଉଦୟଗିରି- (ମନୋଜ କୁମାର ପାଢୀ/ ତା -,15.06.2024 ରିଖରେ ଶବର ସମାଜ କଲ୍ୟାଣ ସମିତି ଶ୍ରୀରାମପୁର ( ଶବରପଲି ) ଗଜପତି ଆନୁକୂଲ୍ୟରେ କାକିଲି ଠାରେ ସୁଗାଡ଼ କେନ୍ଦ୍ର ସ୍ତରୀୟ ତୃତୀୟ ଛାତ୍ର ଛାତ୍ରୀ ସମ୍ମିଳନୀ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ସୁଗାଡ଼ କେନ୍ଦ୍ରର 16 ଖଣ୍ଡ ଗ୍ରାମର ପ୍ରାୟ 300 ରୁ 400 ଆଦିବାସୀ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ | ନୃତ୍ୟ ସଂଗୀତ ବକ୍ତୃତାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ | ତା 14.06.24 ରିଖରେ ଉଦ୍ଘାଟନୀ ଉତ୍ସବରେ ଶବର ସମାଜ କଲ୍ୟାଣ ସମିତିର କୋଷାଧକ୍ଷ ଶ୍ରୀଯୁକ୍ତ ନବୀନ ରଇତ ମୁଖ୍ୟ ଅତିଥି କଙ୍କଡଗୁଡା କୋଷାଧକ୍ଷ ଶ୍ରୀଯୁକ୍ତ ଜୟରାମ ରଇତ ତୁବୁରୁବ| ମଣ୍ଡଳ ସଭାପତି ଶ୍ରୀ ପ୍ରକାଶ ବଡରଇତ ମୁଖ୍ୟ ବକ୍ତା ରୂପେ କେନ୍ଦ୍ର ସଭାପତି ଶ୍ରୀ ନରତୁମ୍ଭ ରଇତ ଯୋଗ ଦେଇଥିବା ବେଳେ ତା 15. 06.24 ରିଖ ଉଦଯାପନୀ ସମାରୋହରେ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଗଜପତି ଜିଲ୍ଲା ଶବର ସମାଜ ସେବକ ଶ୍ରୀ ରଣାହାତି ନାୟକ ମୁଖ୍ୟ ବକ୍ତା ରୂପେ ତୁବୁରୁବ ମଣ୍ଡଳୀ ସଭାପତି ଶ୍ରୀ ପ୍ରକାଶ ବଡରଇତ କେନ୍ଦ୍ର ସଭାପତି ଶ୍ରୀ ନରଂତୁମ୍ବ ରଇତ ସନମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଛାତ୍ର ସଭାପତି ଶ୍ରୀ ସରୋଜ କୁମାର ବଡରଇତ ସମ୍ପାଦକ ଶ୍ରୀ ରଞ୍ଜନ ରଇତ ଓ ଯୁବ ବନ୍ଧୁ ମାନେ ପରିଚାଳନା କରିଥିବା ବେଳେ ସୁଗାଡ଼ କେନ୍ଦ୍ର ଉପଦେଷ୍ଟା ଶ୍ରୀ ନୀଳକଣ୍ଠ ରଇତ ଗୀତା ପାଠ ସହ ମନ୍ତ୍ରଉଚ୍ଚାରଣ କରିଥିଲେ କେନ୍ଦ୍ର ସମ୍ପାଦକ ଶ୍ରୀ ସୁରେଶ କୁମାର ରଇତ ମଞ୍ଚ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |
Related Posts
ଗଜପତି ଜିଲାର 2024 ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା
ଗଜପତି ଜିଲାର 2024 ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା ଗଜପତି-:ତା 16/6/24, ସାରା ଓଡିଶାରେ ବିଧାନସଭା ଓ ସାଂସଦ ନିର୍ବାଚନ ସରି ଫଳାଫଳ ଘୋଷଣା ସରିଛି. ଏହି…
ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ୨୦୨୪ ପ୍ରଚାର ରଥର ଶୁଭାରମ୍ଭ
ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ୨୦୨୪ ପ୍ରଚାର ରଥର ଶୁଭାରମ୍ଭ ଗଜପତି (୪/୭/୨୦୨୪/:ଗଜପତି ଜିଲ୍ଲା ବ୍ୟାପୀ ଦୀର୍ଘ ୨ ମାସ ଧରି ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ…
ସୁଭଦ୍ରା’ ଯୋଜନା ଯୋଗାଇଦେବା ନାମରେ ଟାଉଟର ସକ୍ରିୟ
ସୁଭଦ୍ରା’ ଯୋଜନା ଯୋଗାଇଦେବା ନାମରେ ଟାଉଟର ସକ୍ରିୟ ଗଜପତି -: (୧୪/୭/୨୦୨୪):ଗଜପତି ଜିଲ୍ଲାରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସାମିଲ କରିବା ନାମରେ ସମଗ୍ର ଜିଲ୍ଲାରେ ଟାଉଟରମାନେ ସକ୍ରିୟ…