ଜାତୀୟ ସ୍ତରୀୟ ରକ୍ତଦାନ କର୍ମଶାଳାରେ ସ୍ନିଗ୍ଧାରାଣୀ ମିଶ୍ର ସମ୍ବର୍ଦ୍ଧିତ ସେମିଳିଗୁଡା ତାରିଖ ୧୬,୬,୨୦୨୪ ଉତ୍ତର ପ୍ରଦେଶର ନଏଡାରେ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲଠାରେ ୧୪,୬,୨୦୨୪ ରୁ ୧୬,୬,୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଫେଡେରେସନ ଅଫ ବ୍ଲଡ ଡୋନେସନ ଇଣ୍ଡିଆର ଜାତୀୟ କର୍ମଶାଳାରେ ସେମିଳିଗୁଡାର ବରିଷ୍ଠ ରକ୍ତଦାତା ଦମ୍ପତ୍ତି ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଯୋଗଦେଇଥିଲେ।ହର ଘର ରକ୍ତଦାତା କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ୍ବ ସଭ୍ଯ ୨୪ଟି ରାଜ୍ଯରୁ ଓ ପଡୋଶୀ ଦେଶମାନଙ୍କରୁ ଯୋଗ ଦେଇଥିଲେ। ସେଠାରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯପାଇଁ ଓଡିଶାରୁ ମହିଳା ରକ୍ତଦାତା ତଥା ପ୍ରବର୍ତ୍ତିକା ସ୍ନିଗ୍ଧାରାଣୀ ମିଶ୍ରଂକୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା।ସାରା ଭାରତରୁ ସମୁଦାୟ ୪୦ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଶାରୁ ସ୍ନିଗ୍ଧାରାଣୀ ମିଶ୍ର ଓ ବ୍ରହ୍ମପୁରର ଇ.ତେଜେଶ୍ୱର ରାଓ ସମ୍ବର୍ଦ୍ଧିତ ହୋଇଥିଲେ।ଏହି ତ୍ରି ଦିବସୀୟ କର୍ମଶାଳାରେ ରକ୍ତଦାନ ସଂପର୍କିତ ସଂଦର୍ଭ ଉପସ୍ଥାପନ କରାଯାଇଥିଲା। ‘ରକ୍ତଦାନ କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା’ ବିଷୟରେ ଶ୍ରୀମତୀ ମିଶ୍ର ସଂଦର୍ଭ ପାଠ କରିଥିଲେ।ଏନଆଇବି ଡାଇରେକ୍ଟର ,ଦିଲ୍ଲୀ ରାମକୃଷ୍ଣ ମିଶନର ମୂଖ୍ଯ ଓ ଏଫବିଡିଓଆଇର ସେକ୍ରେଟାରୀ ଜେନେରାଲ ଅପୂର୍ବ ଘୋଷ ଶ୍ରୀମତୀ ମିଶ୍ରଂକୁ ସମ୍ବର୍ଦ୍ଧିତ କରିଥିଲେ।
Related Posts
ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ “ସ୍ଥାୟୀ ଭବିଷ୍ୟତ ପାଇଁ ଜୈବ ବିବିଧତା ଏବଂ କୃଷିର ସାମ୍ପ୍ରତିକ ଅଗ୍ରଗତି” ଶୀର୍ଷକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ |
Sunabeda (19.04.2024) : ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ “ସ୍ଥାୟୀ ଭବିଷ୍ୟତ ପାଇଁ ଜୈବ ବିବିଧତା ଏବଂ କୃଷିର ସାମ୍ପ୍ରତିକ ଅଗ୍ରଗତି” ଶୀର୍ଷକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ…
ଓସିଏସ୍ରେ ଉତ୍ତୀର୍ଣ୍ଣ ସ୍ଵାଗତିକା ରାଉତ ଙ୍କୁ ସମ୍ବଦ୍ଧନା
ଓସିଏସ୍ରେ ଉତ୍ତୀର୍ଣ୍ଣ ସ୍ଵାଗତିକା ରାଉତ ଙ୍କୁ ସମ୍ବଦ୍ଧନା ସେମିଳିଗୁଡା: ସିଭିଲ୍ ସର୍ଭିସ୍(ଓସିଏସ୍) ପରୀକ୍ଷାରେ ସୁନାବେଡା ପୌର ପରିଷଦ ଅନ୍ତର୍ଗତ ସେମିଳିଗୁଡା ର ଝିଅସ୍ଵାଗତିକା ରାଉତ ଉତ୍ତୀର୍ଣ୍ଣ ହୋଇଛନ୍ତି।…
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୫ଟି ଚୋରା ବାଇକ ଜବତ କରିଛି!
କୋରାପୁଟ:ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚି ନାରାୟଣ ଜଗତଙ୍କ ଅନୁପସ୍ଥିତିରେ ସୁନାବେଡ଼ା ଏସଡିପିଓ ମନବ୍ରତା ଶତପଥୀ ଏହି ସୂଚନା ଦେଇଛନ୍ତି।କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୁଲିସ…