*ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଶିଶୁ ଶ୍ରମିକ ନିରାକରଣ ନେଇ ସଚେତନ ଶୋଭାଯାତ୍ରା ଏବଂ ସଚେତନ ରଥ ପରିକ୍ରମା ଅନୁଷ୍ଠିତ* ନୂଆପଡା :୧୯.୦୬.(ଓମ୍ ପ୍ରକାଶ ଚୌଧୁରୀ) ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଶିଶୁ ଶ୍ରମିକ ନିରାକରଣ ନେଇ ସଚେତନ ଶୋଭାଯାତ୍ରା ଏବଂ ସଚେତନ ରଥ ପରିକ୍ରମା ଶୁଭାରମ୍ଭ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତା, ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ଲମ୍ବୋଦର ଧାରୁଆ, ଯୋଗ ଦେଇ ସବୁଜ ପତାକା ଦେଖାଇ ସଚେତନ ଶୋଭାଯାତ୍ରା ଏବଂ ସଚେତନ ରଥ କୁ ଶୁଭାରମ୍ଭ କରିଥିଲେ।ଜିଲ୍ଲା ଶ୍ରମ ଅଧିକାରୀ ଯୋଗ ଦେଇ ଜିଲ୍ଲା ରୁ ଶିଶୁ ଶ୍ରମିକ ଉଚ୍ଛେଦ କରିବା ସହ ଶିଶୁଙ୍କୁ କାମ ନାହିଁ ଶିକ୍ଷା ପ୍ରଦାନ ଜନ୍ମଗତ ଅଧିକାର ପ୍ରଦ କରିବାକୁ ଆହ୍ବାନ କରିଥିଲେ। ଏହି ଶୋଭାଯାତ୍ରା ରେ ମହିଳା ପୁରୁଷ ସାମିଲ ହୋଇ ଶିଶୁଙ୍କ ଭବିଷ୍ୟତ କାମନା କରି ଶିକ୍ଷା ଦାନ ବ୍ୟବସ୍ଥା ଏକମାତ୍ର ବିକଳ୍ପ ଅଟେ। ଶୋଭାଯାତ୍ରା ରେ ପ୍ଲାଏ କାର୍ଡ ଧରି ଶିଶୁ ଶ୍ରମିକ ଉଚ୍ଛେଦ କରିବା ନେଇ ସ୍ଲୋଗାନ ଦେଇଥିଲେ। ପ୍ରଥମେ ସଚେତନ କରିବା ସହ ଚଢାଉ କରି ଆବଶ୍ୟକ ଆଇନ ଦ୍ବାରା ଶିଶୁ ଶ୍ରମିକ ଉଚ୍ଛେଦ କରିବାକୁ ସଙ୍କଳ୍ପ ନେଇଥିଲେ।
Related Posts
ସରକାରୀ ଡାକ୍ତରଖାନା ପ୍ରସୂତି ଗୃହରୁ ବାହାରିଲା ଗୋଧି ସାପ
ଅସୁରକ୍ଷିତ ସରକାରୀ ଡାକ୍ତରଖାନା ପ୍ରସୂତି ଗୃହରୁ ବାହାରିଲା ଗୋଧି ସାପ ଗଜପତି (୩୧/୭/୨୦୨୪):ଗଜପତି ଜିଲ୍ଲାରେ ସରକାରୀ ଡାକ୍ତରଖାନା ଅସୁରକ୍ଷିତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଗତକାଲି ପ୍ରସୂତି ଗୃହରୁ ଉଦ୍ଧାର…
ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ଯୋଜନାର ସୁଫଳ ପହଞ୍ଚାଇବା ଦାୟିତ୍ୱ ସରକାରୀ କର୍ମଚାରୀଙ୍କର- ମୁଖ୍ୟମନ୍ତ୍ରୀ
ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ଯୋଜନାର ସୁଫଳ ପହଞ୍ଚାଇବା ଦାୟିତ୍ୱ ସରକାରୀ କର୍ମଚାରୀଙ୍କର- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…
ମା ଜଗତଜନନୀଙ୍କ ନବରାତ୍ର ପୂଜା ଅବସରରେ ପାରଳା ସହର ଚଳଚଞ୍ଚଳ
ମା ଜଗତଜନନୀଙ୍କ ନବରାତ୍ର ପୂଜା ଅବସରରେ ପାରଳା ସହର ଚଳଚଞ୍ଚଳ ଗଜପତି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ସଦର ମହକୁମା ତଥା ଉପାନ୍ତ ସହର ପାରଳାଖେମୁଣ୍ଡି ଠାରେ…