ବେସାହାରା ହୋଇ ସାହାରା ଖୋଜୁଛି ଅନ୍ୟ ରାଇଜର ଯୁବତୀ ଆର,ଉଦୟଗିରି(ମନୋଜ କୁମାର ପାଢୀ/ 20/06/2024ଆଙ୍କର – ଅନ୍ୟରାଜ୍ୟର ଯୁବତୀ ଜଣକ, ଯିଏ କି ଆଠ ଦିନ ଧରି ଗଜପତି ଜିଲ୍ଲା ମୋହନା ବ୍ଲକ ଯୁବଗାଁ ସ୍ଥିତ ଯାତ୍ରୀ ବିଶ୍ରାମଗାର ଠାରେ ରହି ଆସୁଛି, ଏବଂ ରାତିଦିନ ସେଇଠାରେ ହିଁ ଏକେଲା ରହୁଛି, କିନ୍ତୁ ହଟାତ ସେ ଅସୁସ୍ଥତା ହୋଇ ସେହି ବିଶ୍ରାମଗାର ଠାରେ ହିଁ ପଡିରହିଥିଲେ , ତେବେ ସେହି ଯୁବତୀ ଜଣକ କୌଣସି ପ୍ରକାରର ଭାଷା ବୁଝି ପାରୁନଥିବା ବେଳେ କିଛି ବି କହିପାରୁନି, ତଥାପି ଏପର୍ଯ୍ୟନ୍ତ ମହିଳା ଓ ଶିଶୁ ବିକାଶ ବିଭାଗର କୌଣସି ବି ଅଧିକାରୀ ଯୁବତୀ ପାଖରେ ପହଂଚି ନାହାନ୍ତି, ବର୍ତ୍ତମାନ ସେ ଅସୁସ୍ଥ ଅବସ୍ଥା ଦେଖି ଯୁବଗାଁ ର ଯୁବକ ସଂଘର କିଛି ଯୁବକ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରି ତାର ସମସ୍ତ ବିଷୟ ବୁଝୁଛନ୍ତି ।ତେବେ ଯୁବତୀ ପାଇଁ ଏତେ ବଡ ଅଂଚଳରେ ଭାଷା ନଜାଣି କେମିତି ରହିବ?,କୁଆଡେ ଯିବା? ତାହା ଗୋଟେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି,ଯଦିଓ ଖବର ପ୍ରସାରଣ ପରେ ପ୍ରଶାସନ କିମ୍ବା ପରିବାର ଓ ସମ୍ପର୍କୀୟ ଯୋଗାଯୋଗ କରିବାକୁ ଚାହିଁବେ ତେବେ ଯୁବଗାଁ ଯୁବକ ସଂଘ ସହ ଯୋଗାଯୋଗ କରନ୍ତୁ ।8144431778 କିମ୍ବା 9078965258
Related Posts

ବ୍ଲକ ସ୍ତରୀୟ ବାଲ ବିଜ୍ଞାନ ମେଳା ଅନୁଷ୍ଠିତ
ବ୍ଲକ ସ୍ତରୀୟ ବାଲ ବିଜ୍ଞାନ ମେଳା ଅନୁଷ୍ଠିତ ରାୟଗଡା : ରାୟଗଡା ଜ଼ିଲ୍ଲା କଲ୍ୟାଣସିଂହପୁରବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେଗୋଷ୍ଠି ସ୍ତରୀୟ ବାଲ ବୈଜ୍ଞାନିକ…

ଲଜ୍ ରୁ ଯୁବକ ର ଶବ ଉଦ୍ଧାର।
ଲଜ୍ ରୁ ଯୁବକ ର ଶବ ଉଦ୍ଧାର। ପୋଲସରା ଥାନା ଅର୍ନ୍ତଗତ ପୋଲସରା ବସଷ୍ଟାଣ୍ଡ ସାମ୍ନା ରତ୍ନେଇ ଲଜ୍ ରୁ ନିକଟସ୍ଥ ସୋଡକ ଗ୍ରାମର ରବିନ୍ଦ୍ର କୁମାର…

-ବିଜେଡି ମହିଳା ସମାବେଶରେ ଅଧିରାଜ-
-ବିଜେଡି ମହିଳା ସମାବେଶରେ ଅଧିରାଜ- ନୂଆପଡା:(ଓମ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲା ଖରିଆର ବିଧାନସଭା ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହିଙ୍କ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ବ୍ଲକ…