*ରଥଯାତ୍ରା ପ୍ରସ୍ତୁତି ବୈଠକ*
ନୂଆପଡା ଜିଲ୍ଲା ଖରିଆର ରେ ଆସନ୍ତା ଜୁଲାଇ 7 ତାରିଖରେ ପବିତ୍ର ଘୋଷଯାତ୍ରା। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଖଡ଼ିଆଳ ବ୍ଳକ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଆମ ପୁଲିସ ସମିତି ତରଫରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ଖଡ଼ିଆଳ ଆଇଆଇସି ପ୍ରଦୀପ କୁମାର ଧରୁଆ ଅଧକ୍ଷତା କରିଥିବା ବେଳେ ବେଳେ ଏସ ଡି ପି ଓ ଅରୁପ ଅଭିଷେକ ବେହେରା,ବିଡିଓ ବିରସେନ ବେହେରା, ତହସିଲଦାର ନରସିଂହ ଗଡବା ,ଜିପିଓ ଯଦୁମଣି ନାଏକଙ୍କ ସମେତ ମେଜର ଡ. ରାମଚନ୍ଦ୍ର ମିଶ୍ର ସୁଦର୍ଶନ ଠାକୁର, ଭବାନୀ ଶଙ୍କର ପୁରୋହିତ, ମକର୍ଧ୍ୱଜ ଠାକୁର, ସୁମିତ ପଣ୍ଡା, ନିଧିଶ ଅଗସ୍ତି,ହରେକୃଷ୍ଣ ପାଣିଗ୍ରାହୀ, ଅକ୍ଷୟ ପାଢ଼ୀ, ଅର୍ଜୁନ ପ୍ରସାଦ ପଣ୍ଡା ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଖଡ଼ିଆଳ ବାସିନ୍ଦା ଯୋଗଦେଇଥିଲେ।ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ତିନିଟି ମନ୍ଦିରରେ ରଥଯାତ୍ରା ପାଳନ କରାଯାଏ।ସାନ ଦଧିବାମନ ମନ୍ଦିର, ବଡ଼ ଦଧି ବାମନ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ରେ ରଥଯାତ୍ରା ପାଳନ ହେଉଥିବା ବେଳେ ଏହି ସବୁ ମନ୍ଦିର ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ସହ ଖଡ଼ିଆଳ ଏକ ସଂସ୍କୃତି ସମ୍ପନ୍ନ ସହର ହୋଇଥିବାରୁ ରଥଯାତ୍ରା ସମୟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ।ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥାଏ।ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହ ଯାତ୍ରା ପାଳନ ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା ଓ ବିଭିନ୍ନ ବିଭାଗ ପାଇଁ କମିଟି ଗଠନ କରାଯାଇଥିଲା।ଗୁଣ୍ଡିଚା ଓ ବାହୁଡା଼ ଯାତ୍ରାର ସମୟ ନିର୍ଘଣ୍ଟ,ରାସ୍ତା,ଡ୍ରେନସଫା,ଆମ୍ବୁଲାନ୍ସ,ବିଦ୍ୟୁତ,ପାନୀୟ ଜଳ ବ୍ୟବସ୍ଥା,ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷା,ଟ୍ରାଫିକ ବ୍ୟବସ୍ଥା,ରଥ ସାଜ ସଜା ଆଦି ଉପରେ ସୁବିସ୍ତୃତ ଆଲୋଚନା ହୋଇଥିଲା ।ଏହା ସହିତ ଶ୍ରଦ୍ଧାଳୁ ମାନେ କିପରି ଠାକୁରଙ୍କ ଦର୍ଶନରେ ଅସୁବିଧା ଭୋଗ ନକରିବେ ସେଥିପାଇଁ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇଁ ଆଲୋଚନା ହୋଇଥିଲା।