ନୁଆ ଭାରତୀୟ ନ୍ୟାୟ ସଂହିତା ଉପରେ ସଚେତନ କଲେ ଏସ୍ପି ଗଞ୍ଜେଇ ଚାଷ ବନ୍ଦ ନହେଲେ ସଂପୃକ୍ତ ପଞ୍ଚାୟତ ପ୍ରତିନୀଧି ବି ଦାୟୀ ରହିବେ ଆର,ଉଦୟଗିରି(ମନୋଜ କୁମାର ପପାଢୀ)-: ଗଜପତି ଜିଲ୍ଲାର ଆର,ଉଦୟଗିରି ଥାନା ଗଞ୍ଜେଇ ଚାଷ ବନ୍ଦ ନହେଲେ ଅଞ୍ଚଳର ସରପଞ୍ଚମାନେ ଦାୟୀ ରହିବେ । ଏ ନେଇ ଗଜପତି ଏସ୍ପି ସ୍ବାତୀ ଏସ୍. କୁମାର ଗଞ୍ଜେଇ ଚାଷ ରୋକିବାକୁ ଏକ ସଚେତନତା ବୈଠକରେ ସରପଞ୍ଚମାନଙ୍କୁ ଏଭଳି ଭାବେ ତାଗିଦ୍ କରିଥିଲେ । ଶୁକ୍ରବାର ଆର,ଉଦୟଗିରି ଥାନା ପରିସରରେ ଅନୁଷ୍ଠିତ ଏହି ବୈଠକରେ ଆର,ଉଦୟଗିରି ଥାନା ଅଞ୍ଚଳର ଗଞ୍ଜେଇ ଚାଷ ହେଉଥିବା ସମସ୍ତ ସରପଞ୍ଚ ଏଥିରେ ଯୋଗଦେଇଥିଲେ । ନୂଆ ଭାରତୀୟ ନ୍ୟାୟ ସଂହିତାରେ ସଂଶୋଧିତ ଆଇନର ଦଫା ୪୭ ଅନୁସାରେ ଯେଉଁ ଯେଉଁ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଛି ସେହି ପଞ୍ଚାୟତର ସରପଞ୍ଚମାନେ ମଧ୍ୟ ଦାୟୀ ରହିବେ ଏବଂ ସେମାନଙ୍କ ବିରୋଧରେ ନୂଆ ଆଇନି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତି ବିଶେଷଙ୍କୁ ବାରମ୍ବାର ଚେତାବନୀ ଦିଆଯାଇଛି । ଗତବର୍ଷ ଠାରୁ ଏନେଇ ସତର୍କ କରାଯାଇଛି । ତେଣୁ ସରପଞ୍ଚମାନେ ବାରମ୍ବାର ନିଜ ପଞ୍ଚାୟତରେ ସଚେତନ ବୈଠକ କରାଇବେ, ପ୍ରମାଣସ୍ବରୂପ ଏଗୁଡିକର ଫଟୋ ଏବଂ ଭିଡିଓ ପୁଲିସକୁ ଦାଖଲ କରିବେ । ତଥାପି ଯଦି କେହି ପୁଣି ଗଞ୍ଜେଇ ଚାଷ କରେ ତେବେ ସୂଚନା ପୁଲିସ ପାଖରେ ପହଞ୍ଚାଇବେ ନଚେତ ବେଆଇନ ଚାଷକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ପି କଡା ଚେତାବନୀ ଦେଇଥିଲେ । ବିଶେଷ କରି ଗଜପତି ଜିଲ୍ଲାର ମୋହନା , ଅଡବା ଓ ଆର,ଉଦୟଗିରି ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହେଉଛି । ଏଣୁ ଏଥିର ପୁଲିସ ନୁହେଁ ବରଂ ସରପଞ୍ଚମାନେ ଗଞ୍ଜେଇ ଚାଷ ନଷ୍ଟ କରି ଅନ୍ୟାମାନଙ୍କ ପାଇଁ ଉଦାହରଣ ସାଜନ୍ତୁ ବୋଲି ଏସ୍ପି ବୈଠକରେ ସରପଞ୍ଚମାନଙ୍କୁ ଆହ୍ବାନ ଦେଇଥିଲେ । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ସହ ଡ୍ରୋନ୍ ମଧ୍ୟ ଜିଲ୍ଲାକୁ ଆସିଯାଇଛି । ୫ କିଲୋମିଟର ପରିଧି ମଧ୍ୟରେ ଯାହା କିଛି ଗଞ୍ଜେଇ ଚାଷ ହେଉଥିବା ଡ୍ରୋନ୍ ଜରିଆରେ ଅନୁଧ୍ୟାନ କରି ଏହି ଚାଷକୁ ସମୂଳେ ନଷ୍ଟ କରାଯିବ । କିଛିଦିନ ପରେ ପୁଣି ସମ୍ବଲପୁର ଠାରେ ୬ଟି ପଞ୍ଚାୟତର ଲୋକମାନଙ୍କୁ ନେଇ ଗଞ୍ଜେଇ ଚାଷ ନ କରିବାକୁ ସଚେତନତା ଶିବିର ଅନୁଷ୍ଠିତ କରାଯାଇ ଲୋକେ ଗଞ୍ଜେଇ ଚାଷରୁ ନିବ୍ରତ ରହିବାକୁ ଶିବିର ଲୋକଙ୍କୁ ବୁଝାଯିବ ବୋଲି ସୁନ୍ଦରଡାଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରେମୀ ମାଝୀ କହିଛନ୍ତି ।
Related Posts
ଓଡ଼ିଶାରେ #WebSafeAndWise ଅଭିଯାନର ହେଲା ଶୁଭାରମ୍ଭ
ଓଡ଼ିଶାରେ #WebSafeAndWise ଅଭିଯାନର ହେଲା ଶୁଭାରମ୍ଭ ଭୁବନେଶ୍ଵର: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଚାଇଲ୍ଡ ଫଣ୍ଡ, ଇଣ୍ଡିଆର ମିଳିତ ଆନୁକୂଲ୍ୟରେ #websafeAndwise ଅଭିଯାନ…
ବଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଡ୍ରେନ୍ ବିପଦ ସଙ୍କୁଳ ଅବସ୍ଥାରେ ରହିଛି
ବଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଡ୍ରେନ୍ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଆର,ଉଦୟଗିରି (ମନୋଜ କୁମାର ପାଢୀ /୧୮/୧୦/୨୪ ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଧିନସ୍ତ…
STA to strictly enforce fire safety regulations in school buses
STA to strictly enforce fire safety regulations in school buses Bhubaneswar:The State Transport Authority, Odisha, has issued a directive to…