କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ତରଫରୁ ଡେଙ୍ଗୁ ମ୍ୟାଲେରିଆ ହାତଧୁଆ ପ୍ରାଥମିକ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ ।ଆର, ଉଦୟଗିରି ( ମନୋଜ କୁମାର ପାଢୀ)-: ମହେନ୍ଦଗଡ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ଜୁନିଅର ରେଡ଼କ୍ରସ ତରଫରୁ ଡେଙ୍ଗୁ ମ୍ୟାଲେରିଆ ହାତଧୁଆ ପ୍ରାଥମିକ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜୁନିଅର ରେଡ଼କ୍ରସ ଅଫିସର ଶ୍ରୀ ସଂଜୀବ କୁମାର ଦାସ ସମ୍ବଳ ସାଧନ ଅଧିକାରୀ ଶ୍ରୀ ପ୍ରହ୍ଲାଦ ଶିହଳ ଅବସରପ୍ରାପ୍ତ ବନପାଳ ଶ୍ରୀ ତ୍ରିନାଥ ବିଷୋୟୀରତ୍ନ ଯୋଗଦେଇ ଡେଙ୍ଗୁ ମ୍ୟାଲେରିଆ ଜ୍ୱର ବ୍ୟାପିବାର କାରଣ ଓ ନିରାକରଣ ସମ୍ପର୍କରେ ଶିକ୍ଷାଦାନ ଦେଇଥିଲେ | ହାତଧୁଆ କିପରି କରାଯାଏ ଓ ବିଦ୍ୟାଳୟ ପରିସରରେ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ବିଷୟରେ ବୁଝାଇଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ଓ ଜୁନିଅର ରେଡ଼କ୍ରସର ଜିଲ୍ଲା ସହ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ | ଏଥିରେ ପ୍ରାୟ 150 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ଏ ଅବସରରେ ଆୟୋଜିତ ବକୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ |
Related Posts
ଜିଲ୍ଲାବ୍ୟାପୀ ମତଦାନ ହାର ବୃଦ୍ଧି ଉଦ୍ଦେଶ୍ୟ ନେଇ ଭୋଟର ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ
ଜିଲ୍ଲାବ୍ୟାପୀ ମତଦାନ ହାର ବୃଦ୍ଧି ଉଦ୍ଦେଶ୍ୟ ନେଇ ଭୋଟର ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ଗଜପତି -୨/୫/୨୦୨୪ଗଜପତି ଜିଲ୍ଲାରେ ଚଳିତ ମାସର…
ଓଡ଼ିଶା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ମହିଳା ଭୋଟର ଅଧିକ
ଓଡ଼ିଶା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ମହିଳା ଭୋଟର ଅଧିକ ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ନିର୍ବାଚନ ହେବ।ପ୍ରସ୍ତୁତି, ଭୋଟରଙ୍କ ସଂଖ୍ୟା ଓ ବୁଥ୍…
ପରିବାରର ସାନ ଗେଲ୍ଲା ପୁଅ ଟୁଟୁଙ୍କ ବାଇକ ଦୁର୍ଘଟଣା ଗ୍ରସ୍ତରେ ପରୋଳକ
ପରିବାରର ସାନ ଗେଲ୍ଲା ପୁଅ ଟୁଟୁଙ୍କ ବାଇକ ଦୁର୍ଘଟଣା ଗ୍ରସ୍ତରେ ପରୋଳକ ….କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରୁ ଫୁଲବାଣୀ ଜାତୀୟ…