ସତ୍ଯ ନଗର ବିକାଶ ପରିଷଦ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ। ସେମିଳିଗୁଡାର ସତ୍ଯ ନଗରସ୍ଥିିତ ସତ୍ଯ ନଗର ବିକାଶ ପରିଷଦ ତରଫରୁ ସଭାପତି ଡକ୍ଟର ଚିତ୍ତରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ସତ୍ଯ ନଗରରେ ବୃକ୍ଷରୋପଣ କରାଯାଇଥିଲା।ସେମିଳିଗୁଡା ବନ ବିଭାଗରୁ ଅଣାଯାଇଥିବା ଅଁଳା,କୃଷ୍ଣଚୂଡା ,ବାହାଡା, ବାଦାମ,ପବନପ୍ୟାରୀ,କରଂଜ,କୁଂକୁମ, ପ୍ରଭୃତି ଗଛର ଚାରା ଲଗାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୬୫ଟି ଗଛ ଲଗାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ନୀଳମାଧବ ପାତ୍ର,ଗଣେଶ୍ଵର ପାଣିଗ୍ରାହୀ,ମହିଳାଶାଖା ସଂଯୋଜିକା ସ୍ନିଗ୍ଧାରାଣୀ ମିଶ୍ର, ରତ୍ନାକର ନନ୍ଦ, ଦିଲିିପ ବାଡତ୍ୟା ,ଅନିରୁଦ୍ଧ ଜେନା ପ୍ରମୁଖ ମୂଖ୍ଯ ଭୂମିକା ଗ୍ରହଣ କରିଥିଲେ।ମନୋଜ ପାଣିଗ୍ରାହୀ,ରତ୍ନାକର ଚୌଧୁରୀ,ନୀଳକଣ୍ଠ ଧୀବର, ଟୁକୁନା ସାହୁ,ନୀଳମାଧବ ଦାସ,ମନୋରଞ୍ଜନ ବେହେରା,ସ୍ବରାଜ ରାୟ,ପ୍ରମୋଦ ମହାଲିକ ପ୍ରଭୃତି ସହଯୋଗ କରିଥିଲେ।ଦ୍ବିତୀୟ ପର୍ଯ୍ଯାୟରେ ଆଉ ୧୦୦ ବୃକ୍ଷରୋପଣ ପାଇଁ ଲକ୍ଷ୍ଯ ଧାର୍ଯ୍ଯ କରାଯାଇଛି।ସତ୍ଯ ନଗର ଅଂଚଳ ସହ ସମଗ୍ର ସେମିଳିଗୁଡାକୁ ସବୁଜ ସୁନ୍ଦର କରିବାପାଇଁ ପରିଷଦ ଲକ୍ଷ୍ଯ ରଖିଛି।,ସତ୍ଯ ସାଇ ସେବା ସଂଗଠନ ସହଯୋଗ କରିଥିଲେ।
Related Posts
ମାଓବାଦୀ ଏବଂ ଯବାନ ମଧ୍ୟରେ ଗୁଳି ବିନିମୟ
*ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଶିବ ନାରାୟଣ ପୁର ନିକଟସ୍ଥ ଜଙ୍ଗଳ ରେ ମାଓବାଦୀ ଏବଂ ଯବାନ ମଧ୍ୟରେ ଗୁଳି ବିନିମୟ, ଗୋଟିଏ ଯବାନ ଆହତ, କାନ୍ଧ…
ମାଓବାଦୀ କମିବା ସହ ରାଜ୍ୟକୁ ଗଂଜେଇ ମୁକ୍ତ କରାଯିବ।
ମାଓବାଦୀ କମିବା ସହ ରାଜ୍ୟକୁ ଗଂଜେଇ ମୁକ୍ତ କରାଯିବ। ମାଲକାନଗିରି ଜିଲ୍ଲା ରହିଥିବା ଏସଓଜି, ଡିଭିଏଫ ଯବାନଙ୍କ ସହ ଆଲୋଚନା ପରେ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ…
ନାଗପାଲି ଖେଳପଡିଆରେ ୧୪ ତମ ଜୀବନଜ୍ୟୋତି ଫୁଟବଲ ଟୁଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।
ନାଗପାଲି ଖେଳପଡିଆରେ ୧୪ ତମ ଜୀବନଜ୍ୟୋତି ଫୁଟବଲ ଟୁଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ବରଗଡ – ୫,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ…