କିଷାନ ମଜ଼ଦୁର ମହାସଂଘ ଓଡିଶା ର କୃଷକ ନେତା ସଚିନ ମହାପାତ୍ର କୃଷି ମନ୍ତ୍ରୀଙ୍କୁ ଭେଟି ଓଡିଶାର ସମସ୍ୟାକୁ ସମାଧାନ ପାଇଁ ଅବଗତ କଲେ…. ଭୁବନେଶ୍ୱର :- ଓଡ଼ିଶାର ବିଭିନ୍ନ କୃଷି ସମସ୍ୟା ନେଇ ନୂଆଦିଲ୍ଲୀ ସ୍ଥିତ କୃଷି ଭବନରେ ଓଡ଼ିଶାର କୃଷକ ନେତା ଶ୍ରୀ ସଚିନ ମହାପାତ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହଙ୍କ ସହ ସାକ୍ଷାତକାର କରି ଓଡିଶା ର ବିଭିନ୍ନ ସମସ୍ୟା କୁ ଅବଗତ କଲେ l ଓଡ଼ିଶାର ମଣ୍ଡି ଆଇନ , ପୋଲାଭରାମ ପ୍ରକଳ୍ପ,କୃଷି କ୍ଷେତ୍ର ପାଇଁ ବିଜୁଳି ସମସ୍ୟା , ଜଳସେଚନ , ଜଳ ନିଷ୍କାସନ , ଆଖୁ ଚାଷୀ ଓ ଚିନିକଳ , କପା ଚାଷୀ ଙ୍କ ସମସ୍ୟା ଭଳି ଅନେକ ଗମ୍ଭୀର ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହାସହ ପଞ୍ଜାବ ହରିୟାଣା ସୀମାରେ ଚାଲିଥୁବ କୃଷକ ଆନ୍ଦୋଳିନ ର ସମସ୍ତ ଦାବି ଯଥାର୍ଥ ଏହାର ତୁରନ୍ତ ସମାଧାନ ସହ msp କୁ ଆଇନ ର ଜାମା ପିନ୍ଧେଇଲେ କୃଷକ ମାନଙ୍କ ସମସ୍ୟା ସମାଧାନ ହେଇପାରିବ ବୋଲି କୃଷି ମନ୍ତ୍ରୀ ଙ୍କ ଆଗରେ କଥା ରଖିଥିଲେ l ସର୍ବପରି ଓଡିଶାକୁ କୃଷି ବିଭାଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଏକ କୃଷି କମିଟି ଉଭୟ ରାଜ୍ୟ ଓ କେନ୍ଦ୍ରରେ କରାଯାଇ ମାସକୁ ଥରେ ସରକରଙ୍କ ସହ ଆଲୋଚନା କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ ଏଥିରେ ଅନେକ ସମସ୍ୟାର ସମାଧାନ ହେଇପାରିବ , ସମ୍ବାଦରେ ହିଁ ସମାଧାନ ହେଇପାରିବ ବୋଲି କହିଥିଲେ ମନ୍ତ୍ରୀ ମଧ୍ୟ ଏହି ସବୁ ସମସ୍ୟାକୁ ଗମ୍ଭୀରତାର ସହ ନେଇଥିଲେ ଓଡିଶା ସରକାରଙ୍କ ସହ ତୁରନ୍ତ ଆଲୋଚନା କରି କମିଟି ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଶା କରିଛି ଏହାଯଦି ହୁଏ ଓଡିଶା ର କୃଷକ ମାନେ ଲାଭବାନ ସହ ସରକାରଙ୍କୁ ସମସ୍ତ ସମସ୍ୟା ଅବଗତ କରେଇ ପାରିବେ କୃଷକ ନେତା ଙ୍କ ସୂଚନା ।
Related Posts
କୋରାପୁଟରେ ସ୍ଵାଭାବିକ ହେଲା ବସ ଚଳାଚଳ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋରାପୁଟ ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହିତ ଆଲୋଚନା କଲେ ଜିଲ୍ଲା ପ୍ରଶାସନ, କୋରାପୁଟରେ ସ୍ଵାଭାବିକ ହେଲା ବସ ଚଳାଚଳ ଭୁବନେଶ୍ୱର:…
ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ।
ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ…
ଗଜପତି ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ:) ଭାବେ ଦାୟିତ୍ଵ ନେଲେ ଡ଼ାଃ ମହମ୍ମଦ ମୁବାରକା ଅଲ୍ଲୀ ।
ଗଜପତି ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ:) ଭାବେ ଦାୟିତ୍ଵ ନେଲେ ଡ଼ାଃ ମହମ୍ମଦ ମୁବାରକା ଅଲ୍ଲୀ । ଗଜପତି(ମନୋଜ ପାଢୀ/…