ଲିଭ ଫର ଅଦର୍ସର ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ (ସେବା ଓ ସହଯୋଗ)ଆନୁକୂଲ୍ୟରେ ଆଜି ସେମିଳିଗୁଡା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଔଷଧୀୟ ବୃକ୍ଷ, ଫଳବୃକ୍ଷ ଓ ଅନ୍ଯାନ୍ଯ ବୃକ୍ଷ ରୋପଣ କରାଯାଇଥିଲା।ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର, ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିସ୍ଚାଧିକାରୀ ଡାକ୍ତର କୃଷ୍ଣ ଚନ୍ଦ୍ର ପରିଡା ,ଅନ୍ଯାନ୍ଯ ସଦସ୍ଯ, ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର ,ଫାର୍ମାସିଷ୍ଟ ଭୂବନେଶ୍ବର ଦାସ, ଅନିରୁଦ୍ଧ ଜେନା,ଗଣେଶ୍ଵର ପାଣିଗ୍ରାହୀ, ସ୍ଵସ୍ତିକ ମିଶ୍ର, ସତ୍ଯ ନାରାୟଣ ଦାସ,ସଦନ,ଓ ଅନ୍ଯାନ୍ଯ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏଠାରେ ଉଲ୍ଲେଖଯୋଗ୍ଯ ଯେ ଅନୁଷ୍ଠାନ ତରଫରୁ ଦୁଇ ବର୍ଷ ତଳେ ଲଗାଯାଇଥିବା ବୃକ୍ଷ ଗୁଡିକ ବଡହୋଇ ଡାକ୍ତରଖାନାର ସୌନ୍ଦର୍ଯ୍ଯ ବୃଦ୍ଧି କରୁଛି।ଲିଭ ଫର ଅଦର୍ସ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଛନ୍ତି।
Related Posts
ମହାବଳ ବାଘର ଗତିଵିଧି ବୃଦ୍ଧି ନେଇ ସାଧାରଣରେ ଭୟ ଓ ଆତଙ୍କ
ମହାବଳ ବାଘର ଗତିଵିଧି ବୃଦ୍ଧି ନେଇ ସାଧାରଣରେ ଭୟ ଓ ଆତଙ୍କ ଆର, ଉଦୟଗିରି(ମନୋଜ ପାଢୀ):ଗଜପତି ଜିଲ୍ଲା ମୋହନା ତହସିଲର ସମସ୍ତ ବନାଞ୍ଚଳରେ ମହାବଳର ଗତିବିଧି ଜାରୀ…
ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ‘ଦାନା
ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ‘ଦାନା’ ଭୁବନେଶ୍ଵର :ଉତ୍ତର ଓଡ଼ିଶାରେ ସକ୍ରିୟ ଥିବାରୁ ପ୍ରଭାବରେ ବର୍ଷା ସମ୍ଭାବନାଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ.ଆଗାମୀ…
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୫ତମ ପ୍ରତିଷ୍ଠା ଦିବସ ପାଳିତ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୫ତମ ପ୍ରତିଷ୍ଠା ଦିବସ ପାଳିତ ଭୁବନେଶ୍ୱର: ଆଜି ଭୁବନେଶ୍ଵରସ୍ଥିତ ପାନ୍ଥନିବାସଠାରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡ଼ିସି)ର ୪୫ତମ ପ୍ରତିଷ୍ଠା ଦିବସ ଆୟୋଜିତ…