ପାରମ୍ପରିକ ଲୋକ କଳାକାର ମହାସଂଘ ତରଫରୁ ରାଜ୍ୟରେ ଏକ ଲକ୍ଷ କଳାକାରଙ୍କୁ ଭତା ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ …………………………………….କନ୍ଧମାଳ :- (ରିପୋର୍ଟର କୁନା ଦିଗାଲ )କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକକଳାକାର ମହାସଂଘ, କନ୍ଧମାଳ ତରଫରୁ ଏବଂ ଓରଦା(orda )ସ୍ବେଛାସେବୀ ଅନୁଷ୍ଠାନ ସହଯୋଗରେ କଳାକାର ମାନଙ୍କ ବିକାଶ ମୂଳକ ଦାବି ଏବଂ ସମାଜ କଲ୍ୟାଣ ଦାବି ପୂରଣ ପାଇଁ ପାରମ୍ପରିକ ଲୋକକଳାକାର ମହାସଂଘର ସଭାପତି ଶ୍ରୀ କ୍ରିଷ୍ଣାଚନ୍ଦ୍ର ଦିଗାଲ ଏବଂ ସହ ସମ୍ପାଦକ କୁନା ଦିଗାଲଙ୍କ ନେତୃତ୍ୱ ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମହାସଂଘର ବିଭିନ୍ନ ଦାବୀ କୁ ଅଭିଯୋଗ ପ୍ରକଷ୍ଟ ରେ ଉପସ୍ଥାପନା କରାଗଲା l ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ ଦେବା ପାଇଁ ମହାସଂଘ ର କର୍ମକର୍ତା ମୋହନ ମୁରଲୀ ଦଣ୍ଡିଆ, ଗନ୍ଧୀର୍ବ କହଁର, ଅଧିଶ୍ୱର ମଲିକ, ବୀରେନ୍ଦ୍ର କହଁର, ନରେଶ ନାୟକ, ମିନାକ୍ଷୀ ମଲିକ, ସବିତା ପ୍ରଧାନ, ସୁଶୀଳା ଦିଗାଲ, ପଦ୍ମିନୀ ପ୍ରଧାନ, ଡମ୍ବରୁ ମଲିକ, ବିମଳା କହଁର ଏହିପରି ପ୍ରାୟ ଜିଲ୍ଲାର ଅନେକ ମେଧାବୀ କଳାକାର ବୃନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ କରି ୨୨ ଗୋଟି ଦାବି ପୂରଣ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି l ଓଡ଼ିଶାରେ ଏକ ଲକ୍ଷ କଳାକାର ପାଇଁ ଭତା ମଂଜୁର କରିବା, କଳାକାର ଭତା ବୃଦ୍ଧି କରିବା, ବୀମା ସୁବିଧା, କଳାକାରଙ୍କ ଝିଅ ମାନଙ୍କୁ ବିବାହ କ୍ଷେତ୍ରରେ ଆର୍ଥିକ ସହାୟତା ଯୋଗାଇବା, ପ୍ରତ୍ୟେକ ବ୍ଲକ ହେଡକ୍ୱାଟର ରେ ସଂକୃତି ଭବନ ନିର୍ମାଣ କରିବା, କଳାକାର ଙ୍କୁ ଆବାସ ଘର ପ୍ରଦାନ କରିବା, କଳାକାର ଙ୍କୁ ମୃତ୍ୟୁ କାଳୀନ ସହାୟତା ୧୫ଲକ୍ଷ ପ୍ରଦାନ କରିବା, ଟିକାବାଲି ବ୍ଲକକୁ ଏନ ଏ ସି ମାନ୍ୟତା ଦେବା, ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହାର କେନ୍ଦ୍ର ଖୋଲିବା, ପୂର୍ବ ପୁରୁଷରୁ ଚାଷ କରି ଜୀବିକା ନିର୍ବାହ କରୁଥିବା ଦଖଲ ଜମି କୁ ପଟା କରିଦେବା,ଏ ଲି ଡି କିମ୍ବା ରଥ ଗାଡି ସାହାଯ୍ୟରେ ଜନ ସଚେତନତା କାର୍ଯ୍ୟକ୍ରମ ନ କରି କେବଳ କଳାକାରଙ୍କ ଦ୍ୱରା କରିବା, କଳାକାରଙ୍କୁ ବାର୍ଷିକ ଶହେ ଦିନ କାମ ଯୋଗାଇବା ଏହିପରି ୨୨ ଗୋଟି ଦାବି ପ୍ରତି ଦୃଷ୍ଟି ଦେଇ ଫଳପ୍ରଦ କରି କଳାକାର ଙ୍କ ଜୀବନ ଶୈଳୀ କୁ ବଦଳି ବାକୁ କନ୍ଧମାଳ କଳାକାର ବୃନ୍ଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମହୋନ ଚରଣ ମାଝୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି l ଆଜିର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକ ମୁଖ୍ୟମନ୍ତ୍ରୀ ଙ୍କୁ ଗୁହାରି କରିଥିବା ଜଣାପଡିଛି l
Related Posts
ପୋଖରୀରେ ବୁଡି ଯୁବକ ର ଜୀବନ ଗଲା।
ପୋଖରୀରେ ବୁଡି ଯୁବକ ର ଜୀବନ ଗଲା। ଗଞ୍ଜାମ :କୋଦଳା ଥାନା ଅନ୍ତର୍ଗତ ଭାଟପଡା ଗ୍ରାମର ନରେନ୍ଦ୍ର ଗୌଡ଼ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି।…
ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ.. ୨,୫୩୭ ଟି କେଶରୁ ୩୫ ଲକ୍ଷ ୫୫ ହଜାର ୫୬୦ ଟଙ୍କା ଜରିମାନା ଆଦାୟ ।
ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ.. ୨,୫୩୭ ଟି କେଶରୁ ୩୫ ଲକ୍ଷ ୫୫ ହଜାର ୫୬୦ ଟଙ୍କା ଜରିମାନା ଆଦାୟ । ଗଜପତି…
କାର୍ ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ
କାର୍ ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ ଆର, ଉଦୟଗିରି, ( ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶୁକ୍ରବାର ରାତି…