ମୋହନା ବ୍ଲକ ରେ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଭାରତ ସ୍ବାଧୀନତାର ୭୮ତମ ପାଳନ ଉପଲକ୍ଷେ ଆଜାଦି କା ଆମ୍ବୃତ୍ ମହୋତ୍ସବ ପାଳନ ଅବସରରେ ଚଳିତ ମାସ ୧୩ ତାରିଖ ଠାରୁ ୧୫ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଏବଂ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଦୁହେଁ ମୋହନା ବ୍ଲକ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଏବଂ ସ୍ଥାନୀୟ ଭିନ୍ନକ୍ଷମ ଲୋକଙ୍କ ଉପସ୍ଥିତିରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳା ଗୋଷ୍ଟି, ଅଙ୍ଗନବାଡ଼ି କର୍ମୀ, ଜନ ପ୍ରତିନିଧିଙ୍କ ମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଘରେ ଘରେ ଜାତୀୟ ପତାକା ବଣ୍ଟନ କରିବେ ବୋଲି ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ପ୍ରକାଶ କରିଛନ୍ତି। ମୋହନା ବ୍ଲକର ୩୯ ପଞ୍ଚାୟତରେ ବାସ କରୁଥିବା ସମସ୍ତ ଘରେ ମାଗଣା ରେ ଜାତୀୟ ପତାକା ବଣ୍ଟନ କରିବେ ବୋଲି ପ୍ରକାଶ କରିଛନ୍ତି ଗୋଷ୍ଟି ଉନ୍ନୟନ ଅଧିକାରୀ।
Related Posts
ଗଜପତି ଜିଲ୍ଲାରେ ନିର୍ବାଚନ ଉପଲକ୍ଷେ ମୁଖ୍ୟ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା…
ଗଜପତି ଜିଲ୍ଲାରେ ନିର୍ବାଚନ ଉପଲକ୍ଷେ ମୁଖ୍ୟ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା… ଗଜପତି -ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବ୍ରହ୍ମପୁର ସଂସଦୀୟ ମୁଖ୍ୟ…
ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ: EVM ତ୍ରୁଟି ପାଇଁ ବିଭିନ୍ନ ସ୍ଥାନରେ ମତଦାନ ବାଧାପ୍ରାପ୍ତ
ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ: EVM ତ୍ରୁଟି ପାଇଁ ବିଭିନ୍ନ ସ୍ଥାନରେ ମତଦାନ ବାଧାପ୍ରାପ୍ତ ଭୁବନେଶ୍ୱର: (Abhishek Mohanty)ଆଜି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି।ଉଭୟ…
ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଶିଶୁ ଶ୍ରମିକ ନିରାକରଣ ନେଇ ସଚେତନ ଶୋଭାଯାତ୍ରା ଏବଂ ସଚେତନ ରଥ ପରିକ୍ରମା ଅନୁଷ୍ଠିତ!
*ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଶିଶୁ ଶ୍ରମିକ ନିରାକରଣ ନେଇ ସଚେତନ ଶୋଭାଯାତ୍ରା ଏବଂ ସଚେତନ ରଥ ପରିକ୍ରମା ଅନୁଷ୍ଠିତ* ନୂଆପଡା :୧୯.୦୬.(ଓମ୍ ପ୍ରକାଶ ଚୌଧୁରୀ) ନୂଆପଡ଼ା…