ଭରତପୁର ବଜରଙ୍ଗୀ ବିହାରରେ ୭୮ତମ ସ୍ୱାଧୀନତା ଦିବସ ପାଳନ …ଭୁବନେଶ୍ୱର :- ରାଜଧାନୀ ଭୁବନେଶ୍ୱର ଭରତପୁର ଜି ଏ କଲୋନୀ ନିକଟସ୍ଥ ବଜରଙ୍ଗୀ ବିହାର ଶନି ମନ୍ଦିର ସମ୍ମୁଖରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ୭୮ତମ ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ବହୁ ଆଡମ୍ବର ରେ ପାଳନ ହୋଇଯାଇଛି l ଆଜିର ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମହାନଗର ନିଗମ, ଓଡିଶା ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ l ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ବଜରଙ୍ଗୀ ବିହାର ର କମିଟି ର ସଭାପତି ଶ୍ରୀମତୀ କ୍ଷେତ୍ରମଣି ଦାସ , ସମ୍ପାଦକ ଶ୍ରୀ ପ୍ରଦୀପ୍ତ ଜେନା , ଉପଦେଷ୍ଟା ବିଜୟ କର,ଏବଂ ଜୟ ପ୍ରକାଶ, କୃଷ୍ଣ ଚନ୍ଦ୍ର, ସନ୍ତୋଷ କୁମାର ନାୟକ (ବୁଲୁ ), ଆନନ୍ଦ ଚନ୍ଦ୍ର ନାୟକ, ସନ୍ତୋଷ କୁମାର ମହାରଣା, ଶଙ୍କର ମଣ୍ଡଳ, କୁନା ଦିଗାଲ, ବୁଦ୍ଧିଜୀବୀ,ଭାଇ ଓ ଭଉଣୀ ପ୍ରମୁଖ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ l ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ୭୮ତମ ୧୫ ଅଗଷ୍ଟ ସ୍ଵାଧୀନତା ଦିବସ ପାଳନ ଅବସରରେ ଉପସ୍ଥିତ ଥିବା ବଜରଙ୍ଗୀ ବିହାର ର ସମସ୍ତ ଜନସାଧାରଣଙ୍କୁ ଦେଶ ସ୍ୱଧିନତା ବିଷୟରେ ସୁନ୍ଦର ଭାବରେ ନିଜର ଅଭିଭାଷଣ ଦେଇଥିବା ଦେଖିବାକୁ ମିଳିଛି । ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ କୁ ସ୍ୱାଧୀନତା ଦେଇଥିବା କ୍ରାନ୍ତିକାରୀ ଙ୍କୁ ଅନେଶ୍ଵଣ କରିବା ବାପା ମା ଙ୍କୁ ଓ ଜାତୀୟ ପତାକାକୁ ସଂମ୍ମାନ ଦେବା, ଦେଶ ର ହିତ ରେ ସର୍ବଦା ଆଗକୁ ବଡ଼ିବା ସୁନ୍ଦର ଭାବରେ ନିଜର ଅଭିଭାଷଣ ରଖିଥିବା ଦେଖିବାକୁ ମିଳିଛି l ବଜରଙ୍ଗୀବିହାର ରେ ମିଳିମିଶି ରହି ବାସ କରି ନିଜର ଜୀବନ, ପରିବାର କୁ ଆଦର୍ଶ ପ୍ରେମରେ ଗୋଡ଼ି ତାଲିବାକୁ ଅବଗତ କରି ଆଜିର ସ୍ୱାଧୀନତା ଦିବସ କୁ ସଫଳତା କରିଥିଲେ l
Related Posts
ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର
ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଗଜପତି ,(୪/୫/୨୦୨୪) ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଥରେ ବିଜେଡି ଦଳରେ ସୁପ୍ରିମୋ ନବୀନ ପଟ୍ଟନାୟକ…
କୋରାପୁଟ ଜିଲ୍ଲାରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି ।
କୋରାପୁଟ ଜିଲ୍ଲାରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ନୀତିକାନ୍ତି ସମ୍ପନ୍ନ ୩ ରଥକୁ ଭକ୍ତମାନେ ଟାଣିଥିଲେ। ଏହି ଅବସରରେ ହଜାର ହଜାର ଭକ୍ତଙ୍କର…
ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତିର କାର୍ଯ୍ୟକ୍ରମ
ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତିର କାର୍ଯ୍ୟକ୍ରମ , ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀର ସାମୁହିକ ଟେବୁଲ ଟପ ଏକ୍ସରସାଇଜ ଅଭ୍ୟାସ* ଗଜପତି (ପ୍ରାକୃତିକ ବିପର୍ଯ୍ୟୟ…