ଡାକ୍ତର ମୌମିତାଙ୍କ ପାଇଁ ସେମିଳିଗୁଡାରେ କ୍ଯାଣ୍ଡେଲ ଶୋଭାଯାତ୍ରା। ସେମିଳିଗୁଡା.ତାରିଖ ୧୮,୮,୨୦୨୪:ସେମିଳିଗୁଡାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲିଭ ଫର ଅଦର୍ସ ତରଫରୁ ସେମିଳିଗୁଡାରେ ଏକ କ୍ଯାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।କୋଲକାତାର ଆର.ଜି କର ମେଡିକାଲ କଲେଜର ଡାକ୍ତର ମୌମିତା ଦେବନାଥଙ୍କୁ ଅମାନୁଷିକ ବଳାତ୍କାର ଓ ନିର୍ମମ ହତ୍ୟାର ପ୍ରତିବାଦ ଓ ନ୍ୟାୟ ଦାବୀରେ ସେମିଳିଗୁଡା ପୁରୁଣା ବସଷ୍ଟାଣ୍ଡଠାରେ ଲିିଭ ଫର ଅଦର୍ସ ତରଫରୁ ଅଧ୍ୟକ୍ଷା ସ୍ନିଗ୍ଧାରାଣୀ ମିଶ୍ରଙ୍କ ନେତୃତ୍ବରେ ଶତାଧିକ ମହିଳା ,ପୁରୁଷ ଓ ବୁଦ୍ଧିଜିବୀ ଏକତ୍ରୀତ ହୋଇଥିଲେ।ମୌମିତାଙ୍କ ବଳାତ୍କାରରଙ୍କୁ ଗିରଫ,ଓ କଠିନ ଦଣ୍ଡ ବିଧାନ ସହ ନାରୀମାନଙ୍କ ସୁରକ୍ଷା ପାଇଁ ବକ୍ତାମାନେ ଦାବୀ କରିଥିଲେ।ଶ୍ରୀମତୀ ସ୍ନିଗ୍ଧା ରାଣୀ ମିଶ୍ର, ସୁନାବେଡା ସିଡିପିଓ ନଳିନୀ ବେହେରା,ପୂର୍ବତନ ପୌରାଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ, ସ୍ବରାଜ ରାୟ,ଡକ୍ଟର ପ୍ରତ୍ୟୁଷା ବେହେରା ,ସଂଯୁକ୍ତା ସାହୁ,ସଂଧ୍ଯା,ପଦ୍ମିନୀ ପ୍ରମୁଖ ବକ୍ତବ୍ଯ ପ୍ରଦାନ କରିଥିଲେ।ଏହାପରେ ବସଷ୍ଟାଣ୍ଡରୁ ଏକ କ୍ଯାଣ୍ଡେଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା।ସମସ୍ତେ ପୁନଶ୍ଚ ବସଷ୍ଟାଣ୍ଡ ମଣ୍ଡପରେ ମୌମିତାଙ୍କ ଫଟୋଚିତ୍ର ନିକଟରେ କ୍ଯାଣ୍ଡେଲ ଜାଳି ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।ଶ୍ରୀ ନୀଳ ମାଧବ ପାତ୍ର, ମନୋରଞ୍ଜନ କର,ଅନିରୁଦ୍ଧ ଜେନା, ଆଶା ଶର୍ମା, ପ୍ରତିମାପତି,ସୁଭଦ୍ରା ରାୟ, ସୁନାବେଡା ଓ ସେମିଳିଗୁଡାର ଅନେକ ଭଉଣୀ ଯୋଗ ଦେଇଥିଲେ।
Related Posts
ଗୁଡାରି ଓ ପଦ୍ମପୁର ଥାନା ର ବିଭିନ୍ନ ଅଂଚଳ ରେ ଗଂଜେଇ ଗଛ ପଡିନଷ୍ଟ କରିଲା ପୋଲିସ
ଗୁଡାରି ଓ ପଦ୍ମପୁର ଥାନା ର ବିଭିନ୍ନ ଅଂଚଳ ରେ ଗଂଜେଇ ଗଛ ପଡିନଷ୍ଟ କରିଲା ପୋଲିସ ରାୟଗଡା : ପଦ୍ମପୁର ଓ ଗୁଡାରି ପୋଲିସ ଦ୍ୱାରା…
ସ୍ବଚ୍ଚତା ହିଁ ସେବା ଛେଳାଗଡ ଗ୍ରାମପଞ୍ଚୟତ
ସ୍ବଚ୍ଚତା ହିଁ ସେବା ଛେଳାଗଡ ଗ୍ରାମପଞ୍ଚୟତ ଆର,ଉଦୟଗିରି(ମନୋଜ କୁମାର ପାଢୀ/ ସ୍ବଛଭାରତ ଗ୍ରାମୀଣ ଆନୁକୂଲ୍ୟରେ ଆଜି ଛେଳାଗଡ ଗ୍ରାମପଞ୍ଚାୟତ ସୈଜନ୍ୟତାରେ ଛେଳାଗଡ ଗ୍ରାମପଞ୍ଚାୟତ ସଦର ମହକୁମା ଠାରେ…
ଅଧାରେ ରହିଲା ପୁରୀ ତ୍ରୀର୍ଥଯାତ୍ରା
ଜଳେଶ୍ବର: ଅଧାରେ ରହିଲା ପୁରୀ ତ୍ରୀର୍ଥଯାତ୍ରା। ଉତ୍ତର ପ୍ରଦେଶରରୁ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ…