ପ୍ରଚାର ଭିମିତ ସିମିତ ଦୁର୍ଗମ ଅଞ୍ଚଳର ବସୁଧା ଯୋଜନା ।ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୬/୮/୨୦୨୪/ଦୂର୍ଗମରେ ବସୁଧାକୁ ଯୋଜନାକୁ ହୋଇଛି ଅସୁବିଧା । ନା କୁ ମାତ୍ର ଅଛି ବସୁଧା ହେଲେ ମିଲୁ ନାହିଁ ପାଣି । ଖଜୁରୀ ଗଛରେ ଝୁଲିଛି ବିଦ୍ୟୁତ୍ ତାର । ଆଉ ଘର ଦାଣ୍ଡରେ ରହିଛି ଭଙ୍ଗା ପାଣି ଟ୍ୟାପ। ହେଲେ ଆସୁନି ବସୁଧାକୁ ପାଣି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ବେତାରସିଂ ଗ୍ରାମ ପଞ୍ଚାୟତ ରେ । ବସୁଧାକୁ ପ୍ରକଳ୍ପ ନିର୍ମାଣ ହୋଇ ଦୀର୍ଘ 3 ବର୍ଷ ବିତିଯାଇଥିଲେ ମଧ୍ୟ ଯୋଗାଇ ପାରୁନି ପାଣି । ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମନମୁଖୀ କାମ ରେ ହଇରାଣ ହେଉଛନ୍ତି ଗ୍ରାମବାସୀ । କୋଉଠି ପାଣି ଟା ଙ୍କି ରେ ଅଧା ରଙ୍ଗ ବୋଳା ହେଉଛି ତ ଏଇଠି ଖଜୁରୀ ଗଛରୁ ତାର ଝୁଲା ହେଇଚି । କିନ୍ତୁ ଲୋକଙ୍କୁ ଆଜି ଯାଏ ପାଣି ଟୋପେ ମିଳି ପାରୁନି ପାଣି ।ଅନେକ ଥର ଗ୍ରାମ ବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସଭିଙ୍କୁ ଗୁହାରି ପରେ ଗୁହାରି ଅଭିଯୋଗ ପରେ ଅଭିଯୋଗ କିନ୍ତୁ କିଛି ଫଳପ୍ରଦ ହୋଇନାହିଁ । ନିଦାବିଷ୍ଣୁ ସାଜିଛି ବିଭାଗୀୟ ଅଧିକାରୀ । ବ୍ଲକ୍ ଚ୍ୟାରମେନ୍ ବି ଏହି ପଞ୍ଚାୟତର କିନ୍ତୁ ପଞ୍ଚାୟତ ର ସମସ୍ୟା ସୁଧାରି ପାରିନାହାନ୍ତି , ବ୍ଲକ ସମସ୍ୟା କଣ ସୁଧାରିବେ। ଶ୍ରାବଣରେ ଯଦି ଏହି ଜଳ ସମସ୍ୟା ତାହେଲେ ଜ୍ୟେଷ୍ଠ ବୈଶାଖରେ କିଭଳି ସମସ୍ୟା ଭୋଗି ନଥିବେ ଗ୍ରାମ ବାସୀ ।
Related Posts
ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ ପ୍ରକାଶ
ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ ପ୍ରକାଶ ଭୁବନେଶ୍ବର: ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ…
ବିଷମକଟକ ର ଅଧିଷ୍ଠାତ୍ରୀ ଦେବୀ ମା ମାର୍କମା ଉତ୍କଳୀୟ ପରମ୍ପରା ର ଅନନ୍ୟ ଦେବୀପୀଠ
ବିଷମକଟକ ର ଅଧିଷ୍ଠାତ୍ରୀ ଦେବୀ ମା ମାର୍କମା ଉତ୍କଳୀୟ ପରମ୍ପରା ର ଅନନ୍ୟ ଦେବୀପୀଠ ରାୟଗଡା : ରାୟଗଡା ଜ଼ିଲ୍ଲା ର ବିଷମକଟକ ସଦର ରେ ଅଧିଷ୍ଠାତ୍ରୀ…
ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ..
ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ .. ଗଜପଜ (୮/୭/୨୦୨୪) ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା…