ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳନ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମପଞ୍ଚାୟତ ନିକଟସ୍ଥ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ଦ୍ୱାରା ଧୂମଧାମ ଗୁରୁଦିବସ ପାଳନ ହୋଇଯାଇଛି l ଏହି ଗୁରୁଦିବସ ଅବସରରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସ୍ୱତନ୍ତ୍ର ସମାହାର ଆୟୋଜନ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଅଞ୍ଚଳ ର ଅବସରର ପ୍ରାପ୍ତ ଶିକ୍ଷlବିତ ଶ୍ରୀଯୁକ୍ତ ଧନେଶ୍ୱର ଖୁଣ୍ଟିଆ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଭବିଷ୍ୟତ ଗଡିବା ପାଇଁ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ l ଅନ୍ୟପକ୍ଷରେ ଅନୁଷ୍ଠାନ ର ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ଼ଃ ବାବୁଲା ପଟ୍ଟସାଣି ଶିକ୍ଷକ ଦିବସ ର ଆୟୋଜନ ଇତିହାସ ଓ ଆବଶ୍ୟକତା ଉପରେ ନିଜର ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ସର୍ବଶ୍ରୀ ଶିବରାମ, ବୈକୁଣ୍ଟ ନାଥ ପଣ୍ଡା,ଏମ ବାଳକୃଷ୍ଣ ଦୋରା, ସନ୍ୟାସୀ ଜେନା, ସଞ୍ଜୟ ନାୟକ, ଶ୍ରୀମତୀ ରତାଞ୍ଜଳୀ ସାହୁ,ଶ୍ରୀମତୀ ରୀନା ରାଣୀ ପ୍ରଧାନ,ଏହି ଦିବସରେ ଶିକ୍ଷା ଓ ଶିକ୍ଷକ ସଚେତନତା ବାବଦରେ ନିଜର ମନ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଶ୍ରୀ ଧନେଶ୍ୱର ଖୁଣ୍ଟିଆଙ୍କୁ ନିଜ ଶିକ୍ଷା ବୃତ୍ତିରେ ,ଅବଦାନ ପାଇଁ ଶିକ୍ଷା ଅନୁଷ୍ଠାନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ପରିଶେଷରେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଅତିଥିମାନଙ୍କୁ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ସହିତ ଶିକ୍ଷା ବୃତ୍ତି ରେ ଥିବା ଶିକ୍ଷକ ମାନଙ୍କୁ ନିଜ ନିଜ ଶିକ୍ଷା ଦାନ ବାବଦରେ ଆତ୍ମ ସମୀକ୍ଷା ସହିତ ଭବିଷ୍ୟତ ପ୍ରତି ସଚେତନତା ହେବାକୁ ମତ ରଖିଥିଲେ l
Related Posts
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୬ ତମ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୬ ତମ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ କଷମୋପଲ୍ଲୀ ଆପାର୍ଟମେଣ୍ଟ ଜଗନ୍ନାଥ ମନ୍ଦିର ଡ଼ୁମଡ଼ୁମା ଭୁବନେଶ୍ୱରରେ…
ସରକାରୀ SSD ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ଅଭିଭାବକ ଆମ ଅଂଶିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ
ସରକାରୀ SSD ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ଅଭିଭାବକ ଆମ ଅଂଶିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ରାୟଗଡା -:ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ମଙ୍ଗଳ ବିଭାଗ ଉଚ୍ଚ ବାଳକ…
Swachhata Hi Sewa Campaign
Swachhata Hi Sewa Campaign of Chikima School Students Drawing Competition and Demonstration on Hand Wash Program in Boipariguda Block