ପଦ୍ମପୁର, ସର୍ଗିବାହାଲ ଠାରେ ପବିତ୍ର ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ଓ ୫୧ୟୁନିଟ ରକ୍ତ ସଂଗୃହୀତ। ତା-୦୯.୦୯.୨୦୨୪(ସୋମ ବାର)ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ବରଗଡ଼ ଜିଲ୍ଲା ପଦମପୁର ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ବିର୍ସା ଏଥେଲେଟିକ ଆସୋସିଏସନ୍ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଥିଲା।ରକ୍ତ ଦାନ ଶିବିରକୁ ପଦମପୁରର ବିଶିଷ୍ଟ ସମାଜସେବୀ ଶ୍ରୀ ନିରୋଜ ଦୋରା ଓ ମାଗଣା ସ୍ବାସ୍ଥ୍ୟ ଶିବିରକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ତେଜରାଜ ସାହୁ ଫିତା କାଟି ଶୁଭାରମ୍ଭ କରିଥିଲେ।ସମ୍ବାନୀତ ଅତିଥି ଭାବରେ ଡାକ୍ତର ଅଜିତ କୁମାର ମେହେର,ଡାକ୍ତର ରାମ ଚନ୍ଦ୍ର ମେହେର, ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଓ ସମାଜସେବୀ ରାଜ ସିଂହ ଯୋଗ ଦେଇ ଥିଲେ।ବର୍ତ୍ତମାନ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଘୋର ସଙ୍କଟ ଥିବା ବେଳେ ଆଜିର ରକ୍ତ ଦାନ ଶିବିର ରୁ ପଦମପୁର ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏକ ନିଆରା ଢଙ୍ଗ ରେ ନୂଆଁଖାଇ ଓ ଗଣେଶ ପୂଜା ପାଳନ କରିଥିବାରୁ ଅତିଥି ମାନେ ଖୁବ ଖୁସି ହେବା ସହ ସମସ୍ତ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ କୁ ବିର୍ସା ଏଥେଲେଟିକ ଆସୋସିଏସନ୍ ର ସଭାପତି ଆଜାଦ ଦାଶ,ସମ୍ପାଦକ ଗୁରୁଦେବ ମେହେର,ବିଜେ ମେହେର,ଉମେଶ ଅଗ୍ରୱାଲ, ସୁରେଶ ମେହେର, ପପ୍ପୁ ମେହେର, ଆଶିଷ ବେହେରା, ସୁମନ୍ତ ମେହେର ରାଜୀବ ଦାଶ ଅନ୍ୟ ସଦସ୍ୟ ଙ୍କ ସହ ନିଷ୍ଠା ପରିବାର ର ମହିଳା ଶାଖା ମୁଖ୍ୟ ତ୍ରିପୁରା ସୁହୂଳା, ସୂତପା ଗଡତିଆ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଭୋଲା ନାଥ ସାହୁ , ରାତ୍ର ପ୍ରଧାନ ଓ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥଲେ। ପରିଶେଶ ରେ ରକ୍ତ ଦାନ ଶିବିର ଆୟୋଜନ କରିଥିବାରୁ ବିର୍ସା ଏଥେଲେଟିକ ଆସୋସିଏସନ୍ କୁ ଏକ ଉପଢୌକନ ଓ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
Related Posts
ନୂତନ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପାଣିରେ ଗାର, ହଟିଲାନି ଫଳକ
୫-ଟି ଲୋଗୋ ଉପରେ କେବଳ ପ୍ଲାଷ୍ଟର୍ ଲାଗିଲା, ନୂତନ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପାଣିରେ ଗାର, ହଟିଲାନି ଫଳକ ଗଜପତି (୨୪.୬.୨୦୨୪):ନୂତନ ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ପାରଳାଖେମୁଣ୍ଡି ମୁନିସିପାଲିଟି କୌଣସି…
ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ-୨୦୨୪ ପାଳନ ଅବସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ।
ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ-୨୦୨୪ ପାଳନ ଅବସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ । ଗଜପତି(ମନୋଜ ପାଢୀ/ ୨୧/୧୧/୨୪ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ…
ଜୁନିଅର ରେଡକ୍ରସ ପ୍ରଶିକ୍ଷଣ ଶିବିର
JRC କହେ ତିନୋଟି କଥା, ସ୍ୱାସ୍ଥ୍ୟ, ସେବା ଆଉ ବିଶ୍ଵବନ୍ଧୁତା । ଆର. ଉଦୟଗିରି(ମନୋଜ କୁମାର ପାଢୀ)- ତା 22/08/2024 ରିଖ ଗୁରୁବାର ଦିନ ସରକାରୀ ଉଚ୍ଚ…