ବରଗଡ ଜିଲ୍ଲା ଭେଡେନ ବ୍ଲକ ବକଟୀ ପଂଚାୟତ ର ଅପାମରା କଲ୍ୟାଣ ମଣ୍ଡପ ଠାରେ ମଂଗଳବାର ଦିନ ୧୦ ଟା ସମୟରେ “ମାଁ ମାହେଶ୍ୱରୀ ସେନା” ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମାଁ ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଶିବିରକୁ ଡୁମାଲ ପରିଷଦର ବରଗଡ ଜିଲ୍ଲା ସଭାପତି ଗଣେଶ ପ୍ରଧାନ, ଡୁମାଲ ପରିଷଦ ସଦସ୍ୟ ,ବକଟୀ କେନ୍ଦ୍ର ର ସଭାପତି ନିତ୍ୟାନନ୍ଦ ପ୍ରଧାନ, ରାଜ୍ୟ ଡୁମାଲ ପରିଷଦର ସଭ୍ୟ ସଚ୍ଚିଦାନନ୍ଦ ଛନ୍ଦ ଉଦଘାଟନ କରିଥିଲେ l ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା, ରକ୍ତଭଣ୍ଡାର ର ଡାକ୍ତର, ଟେକନିସିଏନ ଦେବାଶିଷ ମିଶ୍ର, ଲାଲୁ ବିଶ୍ବାଲ, କରୁଣାକର ସାହୁ ଓ ପ୍ରହଲ୍ଲାଦ ଭୋଇ ଙ୍କ ଦ୍ୱାରା ସଂଗୃହିତ ହୋଇଥିଲା। ଏହି ସମୟରେ ପ୍ରଥମ କରି ୧୪ଜଣ ରକ୍ତଦାନ କରିଥିଲେ l ଏହି ଶିବିରରେ ୬ଜଣ ମହିଳା ସମେତ ୩୭ଜଣ ପୁରୁଷ , ମୋଟ ୪୩ ଜଣ ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିରକୁ” ମାଁ ମାହେଶ୍ୱରୀ ସେନାର” ସମସ୍ତ ସଦସ୍ୟ,ସଦସ୍ୟା ଓ ଅପାମରା ମାହେଶ୍ୱରୀ ମନ୍ଦିରର ସେବାୟତ ଓ ସ୍ଵେଚ୍ଛାସେବୀ ମାନଙ୍କ ସହିତ ଗ୍ରାମବାସୀ ସହଯୋଗ କରିଥିଲେ l
Related Posts
ନାବାଳିକା ଜେଲିନା ର ଶଲୀଳ ସମାଧି।
ନାବାଳିକା ଜେଲିନା ର ଶଲୀଳ ସମାଧି। ଗଞ୍ଜାମ:ଖଲ୍ଲିକୋଟ ଥାନା ଅର୍ନ୍ତଗତ ଚିକିଲି ନିକଟସ୍ଥ ବ୍ରହ୍ମପୁର ଗ୍ରାମର ରବିରାମ ପ୍ରଧାନ ଙ୍କ ତିନି ଝିଅ ନିକଟସ୍ଥ ଚିକିଲି ଗ୍ରାମର…
ଦାରିଙ୍ଗବାଡି ଠାରେ ଲୋକକଳା ମହୋତ୍ସବ ଅନୁଷ୍ଠିତ ସଂଗଠନ ତରଫରୁ ତହସିଲଦାର ଙ୍କୁ ଦାବିପତ୍ର
ଦାରିଙ୍ଗବାଡି ଠାରେ ଲୋକକଳା ମହୋତ୍ସବ ଅନୁଷ୍ଠିତ ସଂଗଠନ ତରଫରୁ ତହସିଲଦାର ଙ୍କୁ ଦାବିପତ୍ର………………………………………….. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା…
କାଠ ଫାଳିଆ ମାଡ଼ରେ ଲିଭିଗଲା ଜୀବନ ଦୀପ।
କାଠ ଫାଳିଆ ମାଡ଼ରେ ଲିଭିଗଲା ଜୀବନ ଦୀପ। ଗଞ୍ଜାମ:ପୋଲସରା ଥାନା ଅର୍ନ୍ତଗତ ବାଲିଘାଇ ଗ୍ରାମର କଂଗ୍ରେସ ବେହେରା ନାମରେ ଜଣେ ବ୍ୟକ୍ତିଙ୍କ ଜୀବନ ଦୀପ ଲିଭି ଯାଇଛି…