ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ନିଷ୍ଠା ପରିବାର ତରଫ ରୁ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର #୭୪ୟୁନିଟ ରକ୍ତ ସଂଗୃହୀତ….ତା-୧୬-୦୯-୨୦୨୪ରିଖ (ସୋମ ବାର)ରକ୍ତାଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ନିଷ୍ଠା ପରିବାର ତରଫ ରୁ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଁଗଡ ସାହୁ ଇଟା ଭାଟି ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଖଣ୍ଡହଥା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଂଚ ବଟକୃଷ୍ଣ ସାହୁ ଓ ତାଙ୍କ ଧର୍ମ ପତ୍ନୀ ତପସ୍ଵିନୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୪୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସନ୍ଧ୍ୟା ସମୟରେ ଦ୍ଵିତୀୟ ରକ୍ତ ଦାନ ଶିବିର ଗାଇସିମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଶ୍ୱକର୍ମା ନଗର ଠାରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରକୁ କୁରୁଆଁ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଝସକେତନ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ #୩୨ୟୁନିଟ (୨୬ଜଣ ପୁରୁଷ ଓ ୬ଜଣ ମହିଲା)ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ #୭୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉପରୋକ୍ତ ଶିବିର ମାନଙ୍କୁ ନିଷ୍ଠା ପରିବାର ର ଉପଦେଷ୍ଟା ଦୂର୍ବାଦଲ ଷଡଙ୍ଗୀ,ଅଶ୍ୱିନୀ ତ୍ରିପାଠୀ,କ୍ଷିରୋଦ୍ର ସାହୁ, ସଭାପତି ରକ୍ଷ ପାଲ ସାହୁ,ସମ୍ପାଦକ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ଜୟନ୍ତ ପ୍ରଧାନ, ଖଗେଶ୍ବର ସାହୁ,ତ୍ରିପୁରା ଶୁହୁଲା, ଚିତ୍ର ପ୍ରଧାନ, ହେମାଞ୍ଚାଲ ସାହୁ, ରାତ୍ର ପ୍ରଧାନ,ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥଲେ। ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।
Related Posts
କେନ୍ଦୁଝରରେ ମେଗା ସ୍ବାସ୍ଥ୍ୟ ମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝରରେ ମେଗା ସ୍ବାସ୍ଥ୍ୟ ମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନ ପକ୍ଷରୁ…
ବଡ଼ଗାଁରେ ଗୋଷ୍ଠୀ ସଂଘର୍ଷରେ ୧୦ ଆହତଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ
ବଡ଼ଗାଁରେ ଗୋଷ୍ଠୀ ସଂଘର୍ଷରେ ୧୦ ଆହତଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ ଗଜପତି, (୩୦/୪/୨୦୨୪):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁରାଣ୍ଡି ଥାନା ଅନ୍ତର୍ଗତ…
ବ୍ଲକ ସ୍ତରୀୟ ଏକାଦଶତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ
ବ୍ଲକ ସ୍ତରୀୟ ଏକାଦଶତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ଉଚ୍ଚ ବିଦ୍ୟାଳୟର…