ମୋହନା ଓକିଲ ସଙ୍ଘ ପକ୍ଷରୁ ଦ୍ଵାଦଶ ତମ ବାର୍ଷିକ ଉତ୍ସବ ପାଳନ.. ଆର,ଉଦୟଗିରି(ମନୋଜ କୁମାର ପାଢୀ) ଆଜି ଦିନ ୧୦ ଘଣ୍ଟ ସମୟରେ ମୋହନା କୋର୍ଟ ପରିସର ରେ ଥିବା ମୋହନା ଓକିଲ ସଙ୍ଘ କାର୍ଯ୍ୟଳୟ ରେ ବାର୍ଷିକ ଉତ୍ସବ ଆଡମ୍ବର ସହ ପାଳନ କରାଯାଇଛି। ଏହିଅବସରରେ ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନ୍ୟବର ବିଚାରପତି ସୁଭଜିତ ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଭାପତି ସନ୍ତୋଷ କୁମାର ପାଢ଼ୀ ସଭାପତିତ୍ବ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମାଜିଷ୍ଟ୍ରେଟ ନିଜର ଅଭିଭାଷଣ ରଖିଥିଲେ ସବୁଠୁ ବଡ଼ କଥା ହେଉଛି ନିଜର ଜ୍ଞାନ ବଢ଼ାଇବା ସହ ଅନ୍ୟଠୁ କିଛି ଶିଖିବା ଓ ଶିକ୍ଷା ଦେଲେ ଆମ ସମାଜର ଉନ୍ନତି ସହ ଲୋକଙ୍କ ସେବା କରିପାରିବା ବୋଲି ପ୍ରକାଶ କରିଥିଲେ। ତାହା ସହ ମୋହନା ରେ କିଭଳି ସଠିକ୍ ଲୋକେ ଶୀଘ୍ର ନ୍ୟାୟ ପାଇ ପାରିବେ ଓ ଦୋଷୀ ଦଣ୍ଡ ପାଇବେ ତାହା ମଧ୍ୟ ବରିଷ୍ଟ ଆଇନଜିବୀ ସିମାଞ୍ଚଳ କାର୍ଜୀ କହିଥିଲେ । ମୋହନା ରେ ଉପ ଜିଲ୍ଲା ବିଚାର ବିଭାଗୀୟ ଅଦାଲତ ହୋଇଥିଲେ ଲୋକେ ଉପକୃତ ହୋଇଥାନ୍ତେ ବୋଲି ସଂଘ ସଭାପତି ସନ୍ତୋଷ କୁମାର ପାଢ଼ୀ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ଓକିଲ ଆଦିତ୍ୟ ତ୍ରିପାଠୀ, ରବୀନ୍ଦ୍ର ନାୟକ, ବୈଦ୍ୟନାଥ ସିଂ, ପ୍ରଭାତ ପାତ୍ର, ସୁଶାନ୍ତ ମଳିକ, ଜନାଥନ ଲିମା ଙ୍କ ସହ ସମସ୍ତ ଆଇନଜୀବୀ ଯୋଗ ଦେଇଥିଲେ।ଶେଷରେ ମୋହନା ଓକିଲ ସଂଘ ର ସମ୍ପାଦକ ଧନ୍ୟବାଦ ଦେଇ ସଭା ଭଙ୍ଗ କରିଥିଲେ।
Related Posts
ପଡିସାହି ଗ୍ରାମରେ ନୁଆଁ ଇଲେକ୍ଟ୍ରି ଟ୍ରାସ୍ପରମ ବସିବା ପାଇଁ ମୁଖ୍ୟ ରାସ୍ତା ଅବରୋଧ ….
ପଡିସାହି ଗ୍ରାମରେ ନୁଆଁ ଇଲେକ୍ଟ୍ରି ଟ୍ରାସ୍ପରମ ବସିବା ପାଇଁ ମୁଖ୍ୟ ରାସ୍ତା ଅବରୋଧ …. କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ…
ଏସ.ସି.ବି.ରେ ପ୍ରଥମଥର ପାଇଁ ହେବ ହୃତପିଣ୍ଡ ପ୍ରତିରୋପଣ
ଏସ.ସି.ବି.ରେ ପ୍ରଥମଥର ପାଇଁ ହେବ ହୃତପିଣ୍ଡ ପ୍ରତିରୋପଣ ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଉନ୍ନତ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏସ.ସି.ବି ମେଡ଼ିକାଲ…
ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର
ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଅଦଳ ବଦଳ କଲେ ଓଡ଼ିଶା ସରକାର। ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର…