ଭୁବନେଶ୍ଵର:ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆସନ୍ତାକାଲି ଜିଲ୍ଲାପାଳ ଓ ପରଦିନ ପୁଲିସ୍ ଏସପି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ପ୍ରଥମ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ବିଜେପି ସରକାରର ନିଜସ୍ୱ ନୂଆ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ, ଇଜି ଅଫ ଡୁଇଙ୍ଗ ବିଜିନେସ୍ , ଅଭିଯୋଗ ସମାଧାନ ଓ ସରକାରୀ ସେବା ପ୍ରଦାନ ସମେତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ଉପକୂଳ ସୁରକ୍ଷା ଓ ମାଓବାଦୀ ସମସ୍ୟା, ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ଜିରୋ ଟଲେରାନ୍ସ ଓ ନିଶା କାରବାରର ମୁକାବିଲା ଆଦି ପ୍ରସଙ୍ଗରେ ଚର୍ଚ୍ଚା ହେବ । ଏହାସହିତ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକମାନଙ୍କ ସହ ଜିଲ୍ଲାପାଳମାନେ ରାତ୍ରିଭୋଜନରେ ସାମିଲ ହେବେ ବୋଲି ଜଣାପଡ଼ିଛି ।
Related Posts
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଚାନକ ଆହାର କେନ୍ଦ୍ର ପରିଦର୍ଶନ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଚାନକ ଆହାର କେନ୍ଦ୍ର ପରିଦର୍ଶନ ଭୁବନେଶ୍ୱର : ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ…
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାକାର ଉପରେ ୨.୫ ଲକ୍ଷ ଟଙ୍କା ଜରିମାନା
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା ମହଙ୍ଗା ପଡ଼ିଛି କେରଳ:ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା ମହଙ୍ଗା ପଡ଼ିଛି। ଗୋଟିଏ କାର ଉପରେ ୨.୫ ଲକ୍ଷ ଟଙ୍କା ଜରିମାନା ସହ କାର ଚାଳକଙ୍କ…
ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପାଇଁ ଭୁବନେଶ୍ୱର ମାଷ୍ଟର କଣ୍ଟିନ ରୁ ବାଣୀ ବିହାର ରାସ୍ତା ସିଲ୍
ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପାଇଁ ଭୁବନେଶ୍ୱର ମାଷ୍ଟର କଣ୍ଟିନ ରୁ ବାଣୀ ବିହାର ରାସ୍ତା ସିଲ୍ ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପାଇଁ ଭୁବନେଶ୍ୱର ମାଷ୍ଟର କଣ୍ଟିନ…