ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନର ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ଗଞ୍ଜାମ :- (ରିପୋର୍ଟ କୁନା ଦିଗାଲ )ହିଞ୍ଜିଳିକାଟୁ,ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରଦୀପ ନନ୍ଦଙ୍କ ସଭାପତିତ୍ବରେ ପ୍ରଥମ ବର୍ଷର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ର ଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା । ବିଭାଗୀୟ ମୁଖ୍ୟ ଶ୍ରୀ ଶ୍ରୀଜୟ କୁମାର ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଡ. କେଶବ ଷଡ଼ଙ୍ଗୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଯୋଗ ଦେଇ ତାଙ୍କ ବକ୍ତବ୍ୟରେ, ଛାତ୍ର ସମାଜ ଅପସଂସ୍କୃତିର ଖୋଳପା ଭିତରେ ଘୋଡେଇ ହୋଇଗଲେ ସମାଜରେ ପରିଶୁଦ୍ଧତା ଆସିପାରିବ ନାହିଁ। ମହାବିଦ୍ୟାଳୟର ନୀତି ନିୟମକୁ ମାନି ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ବଂଶୀଧର ଗୌଡ଼ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ, ଅଧ୍ୟାପକ ଟୁଟୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ମନୋଜ କୁମାର ଗୌଡ଼, ଅଧ୍ୟାପିକା ଆରତି ପାଣିଗ୍ରାହୀ, ଅଧ୍ୟାପିକା ବର୍ଷା ରାଣୀ ସ୍ବାଇଁ ପରିଚାଳନା କରିଥିଲେ। ଛାତ୍ରୀ ଅର୍ପିତା ମହାପାତ୍ର, ପ୍ରଣୀତା ପ୍ରଧାନ ଏବଂ ଛାତ୍ର ଭିକାରୀ ପାତ୍ର ମଞ୍ଚ ସଂଯୋଜନା କରିଥିଲେ। ବିଭାଗର ଛାତ୍ର ପବିତ୍ର ମହାନ୍ତି , ଚନ୍ଦନ ନାୟକ, ରାକେଶ ପ୍ରଧାନ, ସହଯୋଗ କରିଥିଲେ ।ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Related Posts

ସି.ଏମ କିଷାନ ଯୋଜନା ହିତାଧିକାରୀ ପରିବାରର ପିଲାଙ୍କ ବୈଷୟିକ ଉଚ୍ଚ ଶିକ୍ଷା ନିମନ୍ତେ କୃଷି ବିଦ୍ୟା ନିଧି ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସି.ଏମ କିଷାନ ଯୋଜନା ହିତାଧିକାରୀ ପରିବାରର ପିଲାଙ୍କ ବୈଷୟିକ ଉଚ୍ଚ ଶିକ୍ଷା ନିମନ୍ତେ କୃଷି ବିଦ୍ୟା ନିଧି ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଆଜି ପବିତ୍ର…

ପପଙ୍ଗା ପାହାଡରେ ଟ୍ରାକିଙ୍କ କେମ୍ପ ଅନୁଷ୍ଠିତ ହୋଇଯାଇଛି।
ପପଙ୍ଗା ପାହାଡରେ ଟ୍ରାକିଙ୍କ କେମ୍ପ ଅନୁଷ୍ଠିତ ହୋଇଯାଇଛି। ବରଗଡ ୯, ୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଜାତୀୟ ସମର…

ଓଁ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଗାନ୍ଧୀଜୀପଡା ଝରାପାଲି ମାର୍କେଟ ଥୁଆପାଲି ଠାରେ ଆରମ୍ଭ ହୋଇଯାଇଛି।
ଓଁ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଗାନ୍ଧୀଜୀପଡା ଝରାପାଲି ମାର୍କେଟ ଥୁଆପାଲି ଠାରେ ଆରମ୍ଭ ହୋଇଯାଇଛି। ବରଗଡ – ୧୮,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ…