ବରିଷ୍ଠ ନାଗରିକ ଦିବସରେ ଉପକରଣ ବିତରଣ ମେଳା ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଖଜୁରୀପଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିୟ ବୟସ୍କ ଦିବସ ଅବସରରେ ବୟସ୍କ ବ୍ୟକ୍ତିଙ୍କ ଉପକରଣ ବିତରଣ ମେଳା ଅନୁଷ୍ଠିତ ହୋଇଥିଲା । ସମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ମନ୍ତ୍ରୀଳୟ ଭାରତ ସରକାରଙ୍କ ରାଷ୍ଟ୍ରୀୟ ବୟାଶ୍ରୀ ଯୋଜନା ଦ୍ବାରା ଭାରତୀୟ କୁତ୍ରିମ ଅଙ୍ଗ ନିର୍ମାଣ ନିଗମ ଅଧୀନରେ ଉପକରଣ ବିତରଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୁଆଗଡ ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ବିଡିଓ ଲୋକନାଥ ଶବର ,ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ରାଓ ଗଣ୍ଠି, ଖଜୁରୀପଦା ସରପଞ୍ଚ ଷଣ୍ଡୁ ମଣ୍ଡଳ, ପିଇଓ ତଥା ଜିପିଇଓ ନରସିଂହ ଚରଣ ମିଶ୍ର ଓ ବିଧାୟକ ପ୍ରତିନୀଧି ପୁରୁଷୋତ୍ତମ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ । ଏଥିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ୨୦୨୩ — ୨୪ ବର୍ଷରେ ଚିହ୍ନଟ ହୋଇଥିବା ମୋହନା, ଆର,ଉଦୟଗିରି ଓ ନୁଆଗଡ ବ୍ଳକର ୫୦ ଜଣ ହିତାଧିକାରୀଙ୍କୁ ହ୍ବିଇଲ ଚେୟାର, ଟ୍ରାଇ ସାଇକେଲ, ଆଶା ବାଡି, ଅନ୍ଧ ସ୍ମାଟ କେନ, ଶ୍ରବଣ ଯନ୍ତ ଓ ବଙ୍କୁଲି ବାଡି ଇତ୍ୟିାଦି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଗୁଣ୍ଠି ପରିଚାଳନା କରିଥିଲେ ।
Related Posts

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ତାମିଲନାଡୁ ଦମ୍ପତି ।
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ତାମିଲନାଡୁ ଦମ୍ପତି ।ଗଜପତି(ମନୋଜ ପାଢୀ)-: ଆଜି ଗଜପତି ଜିଲ୍ଲାରୁ ୬୨ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ…

ବରିଷ୍ଠ ଓଏଏସ୍ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର
ବରିଷ୍ଠ ଓଏଏସ୍ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଓ ଅଂଶୁମାନ ଶତପଥୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ କାର୍ଯ୍ୟାଳୟରେ ଓଏସଡି ଭାବେ…

ଶପଥ ଗ୍ରହଣ ସମାରୋହ ପୂର୍ବରୁ ନରେନ୍ଦ୍ର ମୋଦୀ ଏନଡିଏ ନେତାଙ୍କ ସହ ଆଲୋଚନା !
ଶପଥ ଗ୍ରହଣ ସମାରୋହ ପୂର୍ବରୁ ନରେନ୍ଦ୍ର ମୋଦୀ ଏନଡିଏ ନେତାଙ୍କ ସହ ଆଲୋଚନା !