ଚେନ୍ନାଇ : ଚେନ୍ନାଇର ମରିନା ବିଚ୍ ରେ ଏୟାର ସୋ’ ସମୟରେ ହୋଇଥିବା ଅଂଶୁଘାତ ଓ ଦଳାଚକଟାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରୁ ଅତି କମରେ ଜଣକ ମୃତ୍ୟୁ ଅଂଶୁଘାତରେ ହୋଇଥିବା ଡାକ୍ତର କହିଛନ୍ତି। ସୂଚନା ଅନୁସାରେ ମରିନା ବିଚରେ ଆୟୋଜିତ ୯୨ତମ ଭାରତୀୟ ବାୟୁସେନା ଦିବସ ସମାରୋହରେ ଲଢୁଆ ବିମାନର ରୋମାଞ୍ଚକର ପ୍ରଦର୍ଶନ ଦେଖିବା ପାଇଁ ଦିନ ୮ଟାରୁ ଦର୍ଶକମାନେ ମରିନା ବେଳାଭୂମିରେ ଏକାଠି ହେବା ଆରମ୍ଭ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ହାତରେ ପ୍ରଚଣ୍ଡ ଖରାରୁ ନିଜକୁ ରକ୍ଷା କରିବା ପାଇଁ ଛତା ଥିଲା । ଏୟାର ସୋ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଚାଲିଥିଲା । ଭାରତୀୟ ବାୟୁସେନାର ସ୍ପେଶାଲ ଗରୁଡ ଫୋର୍ସର କମାଣ୍ଡୋମାନେ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଏକ ନମୁନା ଅପରେସନର ସାହସିକ କୌଶଳ ପ୍ରଦର୍ଶନ କରିବା ସହିତ ଏହି ପ୍ରଦର୍ଶନ ଆରମ୍ଭ ହୋଇଥିଲା । ତାପରେ ରାଫେଲ ସମେତ ଅନ୍ୟ ଲଢୁଆ ବିମାନର ପ୍ରଦର୍ଶନ କରାଯାଇଥିଲା । ପ୍ରବଳ ଗରମ ସତ୍ତ୍ବେ ସେମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ପହଞ୍ଚି ରାଫେଲ ସମେତ ଭାରତୀୟ ବାୟୁସେନାର ବିଭିନ୍ନ ଲଢୁଆ ବିମାନର କୌଶଳକୁ ଉପଭୋଗ କରିଥିଲେ। କିନ୍ତୁ ପ୍ରବଳ ଗରମ ଓ ପାଣି ଅଭାବରୁ ଲୋକମାନେ ଅସୁସ୍ଥ ହୋଇପଡ଼ିଥିଲେ ଓ ଅଂଶୁଘାତ ହୋଇଥିଲା । ପରେ ଦଳାଚକଟା ହେବାରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା ।
Related Posts
ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ
ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ହୋଇଛି। ୭୦ ବର୍ଷ ବୟସରେ କଟକ ଏସ୍ ସି ବି ରେ ଚିକିତ୍ସାଧୀନ ଅବସ୍ଥାରେ…
ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ
ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ନୂଆଦିଲ୍ଲୀ: ୭୮ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ…
କାଲି ରାତି ୧୧ଟା ୪୫ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟତଃ ୭୩.୯୭ ପ୍ରତିଶତ ମତଦାନ!
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟତଃ ୭୩.୯୭ ପ୍ରତିଶତ ମତଦାନକାଲି ରାତି ୧୧ଟା ୪୫ ପର୍ଯ୍ୟନ୍ତ ସଂଗୃହିତ ECI ରିପୋର୍ଟରୁ ସୂଚନାପୋଲିଂ ପାର୍ଟିର ରିପୋର୍ଟ ପରେ ମତଦାନ ହାର…