କାଶୀପୁର ଠାରେ ୭୦ ତମ ବନ୍ୟଜନ୍ତୁ ସଂଗ୍ରକ୍ଷଣ ସାପ୍ତାହିକ ଦିବସ ପାଳିତ ।ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ କାଶୀପୁର ବନାଞ୍ଚଳ ପକ୍ଷରୁ ୭୦ତମ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ପଟୁଆର ରେ ପୋଷ୍ଟେର ବେନର ଓ ବିଭିନ୍ନ ନାରା ରେ କାଶୀପୁର ସହର ପରିକ୍ରମା କରଯାଇଥିବା ଦେଖିବାକୁ ମିଳିଛି । ପରବର୍ତ୍ତୀ ସମୟରେ ଓଏଭି ବିଦ୍ୟାଳୟ ରେ ବକ୍ତୃତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ,ଓଏଭି ବିଦ୍ୟାଳୟ ର ଉପାଧକ୍ଷ ମନ ରଞ୍ଜନ ଧଳ ଓ ଜୟନ୍ତ ବୁଡ଼େକ ମଞ୍ଛାସିନ ରହିଥିବାବେଳେ ବତ୍ତୃତ୍ୱ ର ବିଷୟବସ୍ତୁ ଥିଲା ବନ୍ୟଜନ୍ତୁ ଙ୍କର ସାମ୍ପ୍ରତିକ ସ୍ଥିତି ପୁଣି ଭବିଷ୍ୟତ ରେ ଏମାନଙ୍କ ସୁରକ୍ଷା ଉପରେ ନେଇ କାଶୀପୁର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଏକ ବକ୍ତୃତ୍ୱ ପ୍ରତିଯୋଗିତା କରାଯାଇଥିଲା । ପୁଣି କୃତିତ୍ୱ ଛାତ୍ରଛାତ୍ରୀ ଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ଓଏଭି ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବନାଞ୍ଚଳ କାର୍ଯ୍ୟାଳୟ ମଧ୍ୟରୁବଳରାମ କାଡ୍ରାକା ଫୋରେଷ୍ଟର ମାଣ୍ଡିବିଶି, ଦୀନବନ୍ଧୁ ଶବର ଫରେଷ୍ଟର କାଶୀପୁର, ସୁରେଶ ମିଶ୍ର ଫୋରେଷ୍ଟର ଶୁଙ୍ଗେର ଓ ଫୋରେଷ୍ଟ ଗାର୍ଡ ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।’ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ଓଡ଼ିଶାରେ ଅଂଶୁଘାତରେ ୩ ଜଣ ମୃତ
ଓଡ଼ିଶାରେ ଅଂଶୁଘାତରେ ୩ ଜଣ ମୃତ ଭୁବନେଶ୍ୱର: ଓଡ଼ିଶାରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି।ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ଏହି ସୂଚନା ଦେଇଛନ୍ତି।ମୋଟ୍ ୭୮୬…
୨୦୩୬ ସୁଦ୍ଧା ଓଡିଶା ଅର୍ଥନୀତି ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାରରେ ପହଞ୍ଚିବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ
୨୦୩୬ ସୁଦ୍ଧା ଓଡିଶା ଅର୍ଥନୀତି ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାରରେ ପହଞ୍ଚିବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ବିକଶିତ…
ପୁରୀ ବାଣ ଦୁର୍ଘଟଣା: ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା
ପୁରୀ ବାଣ ଦୁର୍ଘଟଣା: ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ…