କନ୍ଧମାଳ ଜିଲ୍ଲାପାଳଙ୍କୁ ଭକୁଆ ବନେଇଲେଣି ଜିଲ୍ଲା ସମାଜ ମଙ୍ଗଳ ବିଭାଗ.. ମୁଖ୍ୟମନ୍ତ୍ରୀ ଙ୍କ ପଦକ୍ଷେପ କେବେ.?

କନ୍ଧମାଳ ଜିଲ୍ଲାପାଳଙ୍କୁ ଭକୁଆ ବନେଇଲେଣି ଜିଲ୍ଲା ସମାଜ ମଙ୍ଗଳ ବିଭାଗ.. ମୁଖ୍ୟମନ୍ତ୍ରୀ ଙ୍କ ପଦକ୍ଷେପ କେବେ.?

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ରେ କାର୍ଯ୍ୟରତ ଥିବା ମମତା ଡିପିଏ ସୂର୍ଯ୍ୟନାରାୟଣ ସାହୁ ଜଣେ ଅଜଣା ମହିଳା ଙ୍କ ନା ନେଇଁ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରେଇ ଥିବା ଘଟଣା ଏବେ ଚର୍ଚା l ଦୁର୍ନୀତି କାରି ମମତା ଡିପିଏ ଶ୍ରୀ ସାହୁ ଜଣଙ୍କ ଆଉଟ୍ ସର୍ସିଙ୍ଗ ଜରିଆରେ ମମତା ଡିପିଏ ଭାବେ ନିଯୁକ୍ତି ହେଇଛନ୍ତି l ଯାହାକି ତାଙ୍କର କାମ ହେଲା ଗର୍ଭବତୀ ଓ ପ୍ରସୂତି ମହିଳା ମାନେ କିପରି ସରକାର ଙ୍କ ର ଅନୁଦାନ ଯଥା କିଛି ଆର୍ଥିକ ସହାୟତା ଯୋଗାଇ ଦେବାରେ ସହଯୋଗ କରିବେ l କିନ୍ତୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ବହୁ ବର୍ଷ ରହି ରାଜନୀତି କରି ଜନ ସାଧାରଣ ଲୋକଙ୍କୁ ହଇରାଣ କରିବା ଏବଂ ଅନ୍ୟ ବିଭାଗରେ କାର୍ଯ୍ୟରତ ଥିବା ବହୁ କର୍ମଚାରୀ ଅଧିକାରୀ ମାନଙ୍କୁ ମନ ଇଚ୍ଛା ଦୁର୍ବ୍ୟବହାର କରି ଅନ୍ୟତ୍ର ବଦଳି ନ ହେଇ ଦୁର୍ନୀତି କରୁଥିବା ତିନି କିରାଣୀ ଙ୍କୁ ହାତ ବାର୍ଷି କରି ଜିଲ୍ଲା ରେ ଦୁର୍ନୀତି କରିଚାଲି ଥିବା ଦେଖିବାକୁ ମିଳୁଛି l କନ୍ଧମାଳ ଜିଲ୍ଲାରେ ସମୁଦାୟ 16 ଗୋଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ରହିଥିବା ବେଳେ ଗୋଟିଏ ଛତୁଆ ପ୍ରସ୍ତୁତି କେନ୍ଦ୍ରରୁ ଜିଲ୍ଲା କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ଧରି ଦୁର୍ନୀତି କରି ଚାଲିଥିବା ମମତା (ଡି ପି ଏ ) ସୂର୍ଯ୍ୟନାରାୟଣ ସାହୁ ଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଘଣ୍ଟ ଘୋଡ଼େଇ ନିଜେ ଦୁର୍ନୀତି ରେ ଲିପ୍ତ ଥିବା ସନ୍ଦେହ କରାଯାଉଛି l କନ୍ଧମାଳ ଜିଲ୍ଲା ରେ ଥିବା ସମସ୍ତ ଛତୁଆ ପ୍ରସ୍ତୁତି କେନ୍ଦ୍ର ରୁ ଡି ପି ଏ ଶ୍ରୀ ସାହୁ ଜଣଙ୍କ ପ୍ରତି ମାସରେ ପାଞ୍ଚ ହଜାର୍ ରୁ ଉର୍ଦ୍ଧ ଭିତିରିଆ ଲାଞ୍ଚ ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ଙ୍କୁ ସେଥିରୁ କିଛି ଭାଗ ଦେଇ ଗୋଟିଏ ସ୍ତାନ ରେ ଦୀର୍ଘ ବାର ବର୍ଷ ରହି ଏଭଳି ଦୁର୍ନୀତି କରିଚାଲିଥିବା ସାମ୍ନା କୁ ଆସୁଚି l କିନ୍ତୁ ଡିପିଏ ଜଣଙ୍କ ନିଜର ଦୋଷ କୁ ଲୁଚେଇବା ପାଇଁ ଜଣେ ଅଜଣା ମହିଳା ଙ୍କ ଜରିଆରେ ଜିଲ୍ଲା ର ସମସ୍ତ ସିଡି ପିଓ ଏବଂ ସୁପର୍ଭାଉଜର୍ ମାନେ ଛତୁଆ ପ୍ରସ୍ତୁତି କେନ୍ଦ୍ର ରୁ ଲାଞ୍ଚ ନେଉଥିବା ଭଳି ମିଥ୍ୟା ଅଭିଯୋଗ ଦେଇଥିବା ଜଣା ପଡ଼ିଛି l ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି କୁନା ଦିଗାଲ ଉକ୍ତ ଅଭିଯୋଗ କୁ ନେଇଁ ତଦନ୍ତ କରିବାରୁ ଜଣା ପଡ଼ିଛି କି ମହିଳା ଜଣଙ୍କ ନା ରଜନୀ ମଲିକ ବଲି ଉଲ୍ଲେଖ ଥିଲା କିନ୍ତୁ ସେଇ ନାମରେ କୌଣସି ସେଣ୍ଟର୍ ରେ କିମ୍ବା କୌଣସି ଛତୁଆ ଶସ୍ତା ଜନ ବିକାଶ କିମ୍ବା କୌଣସି ସେଭଳି ସ୍ତାନ ରେ ନ ଥିବା ଜଣା ପଡ଼ିଛି l ଏଠି ପ୍ରଶ୍ନ ଉଠୁଛି କି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ଏହି ଦୁର୍ନୀତି କାରି ମମତା ଡି ପି ଏ ଙ୍କ ଠାରୁ ମାସିକ କେତେ ଟଙ୍କା ଲାଞ୍ଚ ନେଉଛନ୍ତି ଫଳରେ ଏଭଳି କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି ନ କରି ଘଣ୍ଟ ଘୋଡ଼େଇ ରଖୁଛନ୍ତି l କନ୍ଧମାଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗରେ ବହୁ ଘୋଟଲା ହେଉଥିବା AICWC ର ରାଜ୍ୟ ଉପସଭାପତି ଙ୍କ ନିକଟରେ କିଛି ଜ୍ଞାନୀ ଓ ବୁଦ୍ଧିଯିବି ମାନେ ଅଭିଯୋଗ କରିଛନ୍ତି l ଦୀର୍ଘ ବର୍ଷ ଧରି ରହି ଥିବା ମମତା ଡି ପି ଏ ସୂର୍ଯ୍ୟନାରାୟଣ ଙ୍କୁ ନୂତନ ଜିଲ୍ଲାପାଳ ଙ୍କ ଛାଟ କେବେ ତାହା ଏବେ ପ୍ରଶ୍ନ ବାଚି ? l ଛତୁଆ ନିର୍ମାଣ କାରି ମାନଙ୍କ ଠାରୁ ଭିତିରିଆ ଲାଞ୍ଚ ନେଇଁ ଦୁର୍ନୀତି ରେ ଲିପ୍ତ ଥିବା ମମତା ପିଏ ସୂର୍ଯ୍ୟନାରାୟଣ ସାହୁ ଜିଲ୍ଲା କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ତଥା ଦସବର୍ଷ ରୁ ଉର୍ଦ୍ଧ ରହି ବହୁ କେଳେଙ୍କାରୀ କରୁଥିବା ଜନ ସାଧାରଣ ରେ ଚର୍ଚା ହେଉଛି l କନ୍ଧମାଳ ଜିଲ୍ଲା ରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ରେ ଦସବର୍ଷ ଭିତରେ ପ୍ରାୟ ପାଞ୍ଚ ଜଣ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବଦଳି ଥିଲେ ମଧ୍ୟ ଏହି ମମତା ଡି ପି ଏ ଙ୍କୁ ପୂର୍ବ ଜିଲ୍ଲାପାଳ ମାନେ କେଉଁ ସ୍ୱାର୍ଥ୍ୟ ରେ ବଦଳି କରୁନଥିଲେ ତାହା ଏବେ ପ୍ରଶ୍ନବାଚି ? l ଏହି କର୍ମଚାରି ଜଣଙ୍କ ସରକାର ଙ୍କର ମମତା ଯୋଜନାରେ ଛୁଆ ଙ୍କୁ ଲାଳନ ପାଳନ କରିବା ନିମନ୍ତେ ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କୁ ମିଳୁଥିବା ସରକାରି ଅନୁଦାନ ପ୍ରଦାନ କରିବା ଦାଇତ୍ୱ ରେ ନିଯୁକ୍ତି ଥିବାବେଳେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ଧରି ଏସେ ର କାମ. କିରାଣୀ ମାନଙ୍କ କାମ କରି ଲୁଟୁଥିବା ଅଭିଯୋଗ ହେଇଛି l ଜିଲ୍ଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟାଳୟ ରେ ଦୁଇଜଣ ଏସେ ଏବଂ ଚାରିଜଣ କିରାଣୀ ନିଯୁକ୍ତି ଥିବା ସତ୍ୱେ ଏହି ମମତା ଡି ପି ଏ ଜଣଙ୍କୁ ଅର୍ଥ ସଂକ୍ରାନ୍ତ ବିଭାଗରେ କେଉଁ ସ୍ୱାର୍ଥ୍ୟ ରେ ଦାଇତ୍ୱ ଦିଆ ଯାଇଛି ଏବଂ କିଏ ଦାଇତ୍ୱ ଦେଇଛି ତାହା ଏବେ ପ୍ରଶ୍ନ l କନ୍ଧମାଳ ଜିଲ୍ଲା ରେ ଲାଞ୍ଚୁଆ ଏବଂ ହୀନ ଓ ଖଳ ପ୍ରକୃତି ର ଅଧିକାଂଶ ଅଧିକାରୀ ଏବଂ କର୍ମଚାରୀ ମାନେ ବହୁ ବର୍ଷ ଧରି ଗୋଟିଏ ବିଭାଗରେ ଗାଦି ମାଡ଼ିବସି ଜନ ସାଧାରଣ ଙ୍କ ନିମନ୍ତେ ଆସୁଥିବା ସରକାରୀ ଅନୁଦାନ ଗୁଡ଼ାକ ଲୁଟିବାରେ ବ୍ୟସ୍ତ ରହୁଛନ୍ତି ଯାହାକି କନ୍ଧମାଳ ଜିଲ୍ଲା ରେ ଏଭଳି ଦୁର୍ନୀତି କାରି କର୍ମଚାରୀ ମାନେ ଜିଲ୍ଲା କାର୍ଯ୍ୟାଳୟ ଛାଡ଼ୁ ନାହାନ୍ତି ବଲି ମତ ରଖିଛନ୍ତି AICWC ର ରାଜ୍ୟ ଉପସଭାପତି କୁନା ଦିଗାଲ l କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ପଛୁଆ ବର୍ଗ ଜିଲ୍ଲା ହେଇଥିବାରୁ ଠକ ଅଧିକାରୀ କୁ ଠକ କର୍ମଚାରୀ ମାନେ ମିଥ୍ୟା ବିଲ୍ କରି ଲୁଟିବାରେ ବ୍ୟସ୍ତ ଥାନ୍ତି ମଧ୍ୟ କହିଛନ୍ତି ଶ୍ରୀ ଦିଗାଲ l କନ୍ଧମାଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା କିରାଣୀ ଏବଂ ଏସେ ମାନେ କାମ ନ କରି ଦରମା ନେଉଥିବା ମଧ୍ୟ ଉଲ୍ଲେଖ କରିଛନ୍ତି ଶ୍ରୀ ଦିଗାଲ l ଛତୁଆ ପ୍ରସ୍ତୁତି କେନ୍ଦ୍ର ରେ ନିମ୍ନ ମାନର ଛତୁଆ ପ୍ରସ୍ତୁତି ହେଉଥିବା କିଛି ସି ଡି ପି ଓ ମାନେ ବହୁବାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ ଥିଲେ ମଧ୍ୟ ଏହି ଦୁର୍ନୀତି କାରି ଡି ପି ଏ ଜିଲ୍ଲା କାର୍ଯ୍ୟାଳୟ ରେ ରହି ସମସ୍ତ ଛତୁଆ ପ୍ରସ୍ତୁତି କେନ୍ଦ୍ର ଙ୍କ ଠାରୁ ଭିତିରିଆ ଲାଞ୍ଚ ନେଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମାନଙ୍କୁ ଦେଉଥିବାରୁ ଗ୍ରାମାଞ୍ଚଳ ରେ ଥିବା ଅଙ୍ଗନୱାଡ଼ି ର କୁନି କୁନି ଶିଶୁ ମାନେ ଅନେକ ସମୟରେ ବିପଦରେ ପଡୁଥିବା ମଧ୍ୟ ଦେଖାଦେଉଛି l ଯଦି ଏସେ ଏବଂ କିରାଣୀ ମାନେ କାମ କରୁଛନ୍ତି ତାହେଲେ ମମତା ପିଏ ଶ୍ରୀ ସାହୁ ଙ୍କୁ ଏସବୁ କାମ କରିବାକୁ ନିର୍ଦେଶ କିଏ ଦେଲା ? ଆଉ କାହା ସାହସ ଇଙ୍ଗୀତ ରେ ସେ ଅନ୍ୟ ତ୍ର ବ୍ଲକ୍ ମାନଙ୍କରେ କାର୍ଯ୍ୟରତ ଥିବା କର୍ମଚାରୀ ଏବଂ ମମତା ପିଏ ମାନଙ୍କୁ ଗଜପତି ଭଳି ନିର୍ଦେଶ ଦେଉଛନ୍ତି ତାହା ନୂତନ ଜିଲ୍ଲାପାଳ ଅମ୍ରିତ ରୁତୁରାଜ୍ ମହୋଦୟ ନୀରିପେକ୍ଷ ତଦନ୍ତ କରି ଅନ୍ୟତ୍ର ବଦଳି କରିବା ନିହାତୀ ଜରୁରୀ ବଲି ଅଭିଯୋଗ କାରି ବୁଦ୍ଧି ଯିବି ମାନଙ୍କ ସମେତ ରାଜ୍ୟ ଉପସଭାପତି ଶ୍ରୀ ଦିଗାଲ ମିଡ଼ିଆ ଆଗରେ ମତ ରଖିଛନ୍ତି l

Leave a Reply

Your email address will not be published. Required fields are marked *