ଶେଷ ପର୍ଯ୍ୟାୟ ରେ କାଳୀପୂଜା ପ୍ରସ୍ତୁତି
ରାୟଗଡା : ଆସନ୍ତା ଗୁରୁବାର ଦିନ ଦୀପାବଳି ଥିବାବେଳେ ରାୟଗଡା ଜ଼ିଲ୍ଲା ଫ୍ରେଣ୍ଡସ କ୍ଳବ ଦ୍ୱାରା ପରିଚାଳିତ 42 ତମ କାଳୀପୂଜା ନିମନ୍ତେ ଶେଷ ପର୍ଯ୍ୟାୟ ରେ ପହଂଚି ପ୍ରସ୍ତୁତି l ଦୀର୍ଘ 15 ଦିନ ଧରି ଚାଲିଥିବା ମା କାଳୀ ଙ୍କ ମୃଣୟୀ ମୂର୍ତ୍ତି କାମ ଶେଷ ପର୍ଯ୍ୟାୟ ରେ ପହଂଚିଛି l ଏହି ପୂଜା 10 ଦିନ ଧରିଚାଳିବ 31 ଅକଟୋବର ରୁ ଆରମ୍ବ ହୋଇ 10ନଭେମ୍ବର ତାରିଖ ରେ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି ଏହି ଦଶ ଦିନ ଧରି ମା କାଳୀ 10 ଭିନ୍ନ ରୂପରେ ଭକ୍ତ ଙ୍କୁ ଦର୍ଶନ ଦେବେ ବୋଲି ପୂଜା କମିଟି ଉପସଭାପତି ଶିବାଜୀ ଦାସ କହିଛନ୍ତି l ଦୀର୍ଘ 42 ବର୍ଷ ତଳେ ଏକ ଖଟି ରୁ ଆରମ୍ବ ହୋଇଥିବା ଏହି ପୂଜା ଆଜି 42 ବର୍ଷ ରେ ପଦାର୍ପଣ କରିଛି l. ଏହି ଦଶ ଦିନରେ ଗୁରୁତ୍ତାରା, ତ୍ରିପୁରା ସୁନ୍ଦରୀ, ଭୁବେଶ୍ବରୀ, ତ୍ରିପୁରାଭୈରବୀ, ଚିନ୍ନ ମସ୍ତ, ଧୂମା ବତୀ, ବଗଲା ମୁଖୀ ମାତାଙ୍ଗିନୀ, କାମଳତମିକା ଓ ବାଲ୍ୟ କୁମାରୀ ରୂପେ ପୂଜା ପାଇବେ l ରାୟଗଡା ସହର ରେ ଏକ ମାତ୍ର ବ୍ଲକ ଅଫିସ ଛକ ଠାରେ ମା କାଳୀ ଙ୍କ ପୂଜା ହେଉଥିବା ରୁ ବହୁ ଜନସମାଗମ ହୋଇଥଏ ସେଥିପାଇଁ ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ ପ୍ରଶାସନ ସଜାଗ ରହିବା ସହିତ ସି ସି ଟିଭି କେମେରା ମାନ ଲଗାଇଛନ୍ତି l ଚଳିତ ବର୍ଷ ସୁଦୂର କଟକ ସହର ରୁ ମୂର୍ତ୍ତି କାରିଗର ଆସି ମୂର୍ତ୍ତି କାମ ସମ୍ପୂର୍ଣ କରିବାରେ ଲାଗିପଡିଛନ୍ତି l. ବିଭିନ୍ନ ପ୍ରଜର ର ଆଲୋକିତ ରଙ୍ଗ ବେରଙ୍ଗ ର ଆଲୋକ ରେ ସମଗ୍ର ଅଂଚଳ ସଜିତ ହୋଇଥିବା ସହିତ 160 ରୁ ଉର୍ଦ୍ଧ ଷ୍ଟାଲ ମସନ ବେପାର ବାଟ ନିମନ୍ତେ ନିର୍ମାଣ କରାଯାଇଛି l ଏହି 10 ଦିନ ରେ ଜନସାଧାରଣ ଙ୍କ ମନରଞ୍ଜନ ନିମନ୍ତେ ସ୍ଥାନୀୟ ତଥା ଭୁବନେଶ୍ୱର ଓ ବ୍ରହ୍ମପୁର ର କଳାକାର ମାନେ ବିଭିନ୍ନ ସଂସ୍କୃତ୍ତିକ କାର୍ଯ୍ୟକ୍ରମ ମାନ ପରିବେଶନ କରିବେ l ଏହି ବର୍ଷ କାଳୀ ପୂଜା ର ମୁଖ୍ୟ ଉଦେଶ୍ୟ ହେଉଛି ଆଦିବାସୀ ଅଧିଷ୍ୟୁତ ଅଞ୍ଚଳ ରେ ସୁନ୍ଦର ପ୍ରକୃତି କିପରି ସୁରକ୍ଷିତ ରହିବ ସେ ନେଇ ପୂଜା କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି l ପୂଜା କମିଟି ସଭାପତି ଶିବ ପଟ୍ଟନାୟକ, ଉପ ସଭାପତି ଶିବାଜୀ ଦାସ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରାମ ପୁରୀ ଏହି ବର୍ଷ ପୂଜା କିପରି ଶାନ୍ତି ଶୃଙ୍ଖଳା ଟେ ସମାପ୍ତ ହେବେ ସେଥିପାଇଁ ଲାଗିପଡ଼ିଥିବାର ଦେଖିବାକୁ ମିଳୁଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ