ଯନ୍ତ୍ରୀ ଙ୍କୁ ଆକ୍ରମଣ ଘଟଣା ରେ ପଦ୍ମପୁର ପୋଲିସ ର ତଦନ୍ତ ନେଇ ସନ୍ଦେହ ରାୟଗଡା : ରାୟଗଡା ଜ଼ିଲ୍ଲା ର ପଦ୍ମପୁର ବ୍ଲକ ର କାର୍ଯ୍ୟରତ ପଂଚାୟତ ସମିତି ର ସହକାରୀ ଯନ୍ତ୍ରୀ ରଶ୍ମିତା ଶବର ଓ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ନାୟକ ଙ୍କୁ ଠିକାଦାର ପ୍ରଶାନ୍ତ ସାହୁ ଓରଫ ବାବୁଲି ଓ ବ୍ଲକ ଉପାଦକ୍ଷ ରମେଶ ସାହୁ ଗତ 18 ତାରିଖ ରେ ବ୍ଲକ ଅଫିସ କୁ ଆସି ରାସ୍ତା କାମ ର ବିଲ ପାସ ପାଇଁ କହିଥିଲେ ଓ ପୋରବର୍ତ୍ତୀ ମୁହୂର୍ତ ରେ ଯନ୍ତ୍ରୀଙ୍କୁ ଆକ୍ରମଣ କରି ବିଭିନ୍ନ ଅଶ୍ଳୀସ ଭାଷା ରେ ଗାଳି ଗୁଲଜ କରି ଜାତିଗତ ଆକ୍ଷେପ କରିଥିବା ନେଇ ପଦ୍ମପୁର ଥାନା ରେ କେଶ ରାଜୁ ହୋଇଚି ଯାହାର କେଶ ନମ୍ବର 145/24 ତାରିଖ 21.10.2024 ଅଂଡର ସେକ୍ସନ 132/126(2)/296/351(2)(3)/3(5)ବିଏନଏସ /r. w. Sec 3(1)(r)(s)/3(2)(Va)ଅଫ ଏସ ସି ଏସ ଟି ( ପିଓଏ ) ଆକଟ ରେ ମାମଲା ରାଜୁ ହୋଇଛି ବୋଲି ଥାନା ଅଧିକାରୀ ରଶ୍ମିରଂଜନ ମାଝୀ କହିଛନ୍ତି l. ଯନ୍ତ୍ରୀ ଙ୍କୁ ଆକ୍ରମଣ ନେଇ ଜ଼ିଲ୍ଲା ଡିପ୍ଲୋମା ଇଞ୍ଜିନିଅର ସଙ୍ଘ ର ଜରୁରୀ କାଳୀନ ବୈଠକ ରାୟଗଡା ଜ଼ିଲ୍ଲା ପରିଷଦ ସଭାଗୃହ ରେ ଅନୁଷ୍ଠିତ ଘଟଣା ର ତୀବ୍ର ନିନ୍ଦା କରିବା ସହିତ ଉକ୍ତ ଠିକାଦାର ଓ ବ୍ଲକ ଉପାଦକ୍ଷ ଙ୍କ ବିରୋଧ ରେ ଦୃଢ଼ କାର୍ୟନୁଷ୍ଠାନ ନିମନ୍ତେ ସଙ୍ଗ ପକ୍ଷରୁ ଜ଼ିଲ୍ଲା ଏସ ପି ସ୍ଵାତି ଏସ କୁମାର ଓ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ନିହାର ରଂଜନ କଂହର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ l. ଏହି ସମୟରେ ସଙ୍ଘ ର ସଭାପତି ଶିଲା ସୋମେଶ୍ୱର ରାଓ, ସମ୍ପଦକ ଗିରିଜା ଶଙ୍କର ପତି, ଉପଦେଷ୍ଟା ରମାକାନ୍ତ ମହାପାତ୍ର, ଉପ ସଭାପତି ଜୟ ପ୍ରକାଶ ନାରାୟଣ ନାରାୟଣ ଭଟ ରାୟ ଙ୍କ ସମତେ ବହୁ 11 ଗୋଟି ବ୍ଲକ ବହୁ ଯନ୍ତ୍ରୀ ଉପସ୍ଥିତ ରହିଥିଲେ l ଗତ ମଙ୍ଗଳ ବର 29 ତାରିଖ ସାନ୍ଧ୍ୟ ରେ ପଦ୍ମପୁର ର ଏକ ମନ୍ଦିର ଠାରେ ପଦ୍ମପୁର ବ୍ଲକ ଆଦିବାସୀ ସଂଘ ର କର୍ମକର୍ତା ମାନେ ଏକ ସହକାରୀ ଯନ୍ତ୍ରୀ ରଶ୍ମିତା ଶବର ଙ୍କୁ ଜାତିଆଣ ଭାବ ରେ ଗାଳି ଗୁଲଜ କରିଥିବା ରୁ ଏକ ବୈଠକ କରି ଏହି ଘଟଣା ର ତଦନ୍ତ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଏହି ବୈଠକ ରେ ଆଲୋଚନା ହୋଇଥିବା ର ଜଣାପଡିଛି l ଘଟଣା ଘଟିବା ର 10ବିତି ଯାଇଥିଲେ ମଧ୍ୟ୍ୟ ପୋଲିସ କିଛି କାର୍ୟନୁଷ୍ଠାନ ନେଉନଥିବା ରୁ ପୋଲିସ ର କାର୍ଯ୍ୟକଳାପ ପ୍ରତି ସନ୍ଦେହ ସୃଷ୍ଟି ହୋଇଥିବା ଆଲୋଚନା କରିଥିବା ର ଜଣାପଡିଛି l ଇତିମଧ୍ୟରେ 30.10.2024 ରେ ବ୍ଲକ ସହକାରୀ ଯନ୍ତ୍ରୀ ରଶ୍ମିତା ଶବର, କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ନାୟକ ଓ ଆଦିବାସୀ ସଙ୍ଘ ପକ୍ଷରୁ ଆଇନଜୀବୀ ଲିମା, ନାଇରା ର ପୂର୍ବତନ ସରପଞ୍ଚ ସୁବାସ ଶବର ଙ୍କ ନେତୃତ୍ୱ ରେ ଗୁଣୁପୁର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କୁ ସାକ୍ଷାତ କରି ଘଟଣା ବିଷୟରେ ଆଲୋଚନା କରିଥିଲେ l ଖୁବଶୀଘ୍ର ଘଟଣା ର ସମାଧାନ ହେବା ବୋଲି ଏସ ଡି ପି ଓ ଆଶ୍ୱାସନା ଦେଇଥିବା କଥା ଲିମା ବାବୁ କହିଛନ୍ତି l ସହକାରୀ ଯନ୍ତ୍ରୀ ଏକ ଥାନା ରେ କରିବା ପରେ ଠିକାଦାର ପ୍ରଶାନ୍ତ ସାହୁ ଓ ବ୍ଲକ ଉପାଦକ୍ଷ ରମେଶ ସାହୁ ଯନ୍ତ୍ରୀଙ୍କ ନାମରେ ଓଲଟା କେଶ କରିଛନ୍ତି ଯାହାର କେଶ ନମ୍ବର 146/24 ଓ 147/24 ବୋଲି ଥାନା ଅଧିକାରୀ କହିଛନ୍ତି l ଏକ ଠିକା ର ବିଲ କୁ ନେଇ ଗହଳି ହୋଇଛି ଏହା ସମାଧାନ ହୋଇଯିବ ବୋଲି ଥାନା ଅଧିକାରୀ କହିଛନ୍ତି l ଏସ ସି ଏସ ଟି ଆକ୍ଟ ଲାଗିଥିବାରୁ ଘଟଣା ର ତଦନ୍ତ ଏସ ଡି ପି ଓ କରୁଥିବା ର କହିଛନ୍ତି l ଘଟଣା କଣ ପାଇଁ ଘଟିଲା ତାହାର ପ୍ରତିକ୍ରିୟା ନେବା ନିମନ୍ତେ ଠିକାଦାର ଓ ବ୍ଲକ ଉପାଦକ୍ଷ ଙ୍କୁ ପଚାରିବାରୁ କହିଲେ ଯେ ଆମେ ମଧ୍ୟ୍ୟ ଯନ୍ତ୍ରୀ ଙ୍କ ନାମ ରେ କେଶ ଦେଇଛୁ ବୋଲି. କହିଥିଲେ l ଘଟଣା ଘଟିବାର ପ୍ରାୟ 12 ଦିନ ବିତିଯାଇଥିଲେ ମଧ୍ୟ୍ୟ ପୋଲିସ ଘଟଣା କୁ ଗୁରୁତ୍ୱ ଦେଉନାହିଁ ଏଥିପ୍ରତି ପୋଲିସ ର ଭୂମିକା ପ୍ରତି ସନ୍ଦେହ ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଆଦିବାସୀ ସଙ୍ଘ ର କର୍ମକର୍ତା ଆଲୋଚନା କରୁଥିବା ର ଦେଖିବାକୁ ମିଳୁଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ମାଣ୍ଡିମେରା ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।
ମାଣ୍ଡିମେରା ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ । ଆର, ଉଦୟଗିରି(ମନୋଜ କୁମାର ପାଢୀ/୨୭/୮/ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ପଞ୍ଚାୟତ…
ଖାଲି ହାତରେ ଅବସର ନେଲେ ବ୍ଲକଗ୍ରାଣ୍ଡ ଚତୁର୍ଥ ଶ୍ରେଣୀ କର୍ମଚାରୀ
ଖାଲି ହାତରେ ଅବସର ନେଲେ ବ୍ଲକଗ୍ରାଣ୍ଡ ଚତୁର୍ଥ ଶ୍ରେଣୀ କର୍ମଚାରୀଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା -31/08/24 ରିଖ ଶନିବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ହାଇସ୍କୁଲର…
ବାଉଁସୁରୀ ଗ୍ରାମଠାରୁ ପ୍ରଧାନମନ୍ତ୍ରୀ-ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ!
ବାଉଁସୁରୀ ଗ୍ରାମଠାରୁ ପ୍ରଧାନମନ୍ତ୍ରୀ-ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଆର, ଉଦୟଗିରି – ୨୩.୦୮.୨୦୨୪ ରିଖ ଦିନ ପୂର୍ବାହ୍ନ ଘ ୧୦.୩୦ ମିନଟ ସମୟରେ ଚନ୍ଦ୍ରଗିରି ପଂଚାୟତ…