ନିଷ୍ଠା ପରିବାର ବରଗଡ ଦ୍ଵାରା ଅସହାୟ ଶବ ସତ୍କାର କରାଯାଇଥିଲା। ବରଗଡ ୧-୧୧-(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ବରଗଡ ବ୍ଲକ ଖୁଣ୍ଟପାଲି ଗ୍ରାମ ରେ ବସବାସ କରୁଥିବା ସନାତନ ବରିହା ବୟସ ୪୬ବର୍ଷ। କୌଣସି କାରଣ ବଶତଃ ତାଙ୍କ ର ମୃତ୍ୟୁ ହୁଏ। ତାଙ୍କ ର କେହି ପରିବାର ଲୋକ ନାହାନ୍ତି। ଜଣେ ଭାଇ ଅଛି, ଶତୃଘ୍ନ ବରିହା ବୟସ ୩୫ବର୍ଷ ସେ ଜଣେ ମାନସିକ ରୋଗୀ। ଜାତି ଭାଇଙ୍କୁ ସରପଞ୍ଚ ଶ୍ରୀ ବେଲାର ମେହେର ଓ ପଡାବାସୀ କୁଂ ଯେତେ ବୁଝାଇଲେ ବି କେହି ଶବ ସତ୍କାର ପାଇଁ ଆସି ନଥିଲେ। ଶେଷ ରେ ସରପଞ୍ଚ ବେଲାର ମେହେର ଶବ ସତ୍କାର ପାଇଁ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଙ୍କୁ ଖବର ଦେଇ ଥିଲେ। ତୁରନ୍ତ ନିଷ୍ଠା ପରିବାର ର ସଦସ୍ୟମାନେ ଶ୍ମଶାନ ବନ୍ଧୁ ଗାଡ଼ି ନେଇ ବାହାରିଥିଲେ, ଖୁଣ୍ଟପାଲି ଅଭିମୁଖେ। ସରପଞ୍ଚ ବେଲାର ମେହେର ଓ ପଡା ର ତୋଫାନ ସାହୁ, ପୁରନ୍ଦର ସାହୁ, ଶାନ୍ତନୁ ଦାଶ, ସୁଦାମ ଦାଶ ପ୍ରମୁଖ ସମସ୍ତ ପ୍ରକାର ର ସହଯୋଗ କରିଥିଲେ ଓ ସମାଜ ପାଇଁ ଏକ ସନ୍ଦେଶ ଦେଇଥିଲେ, ଆଜି ବି ମାନବିକତା ବଞ୍ଚିଛି ।ପଡାବାସୀ ଓ ସରପଞ୍ଚ ଙ୍କୁ ଯେତେ ପ୍ରଶଂସା କଲେ କମ ହେବ।ଏହି ମହତ କାମ ରେ ଆମ ନିଷ୍ଠା ପରିବାର ର ଉପସଭାପତି ବିଦ୍ୟାଧର ଭୋଇ,ଇନ୍ଦ୍ରଜିତ ଗଡତିଆ,ଝସ ସାହୁ ପ୍ରମୁଖ ଉପସ୍ଥିତ ରହି ସସମ୍ମାନେ ଶବ ସତ୍କାର କରିଥିଲେ।
Related Posts
ଆଦିମ ଜନଜାତିଙ୍କ ସ୍ଥାୟୀ ଜୀବନ ଜୀବିକା ଅର୍ଜନ ପାଇଁ ଉଦ୍ଧିଷ୍ଟ ବନ୍ଦ ପ୍ରକଳ୍ପକୁ ପୁନଃ ଆରମ୍ଭ କରିବାକୁ ଦାବୀ
– ଆଦିମ ଜନଜାତିଙ୍କ ସ୍ଥାୟୀ ଜୀବନ ଜୀବିକା ଅର୍ଜନ ପାଇଁ ଉଦ୍ଧିଷ୍ଟ ବନ୍ଦ ପ୍ରକଳ୍ପକୁ ପୁନଃ ଆରମ୍ଭ କରିବାକୁ ଦାବୀ ଗଜପତି(ମନୋଜ ପାଢୀ/୩/୧୧/୨୪ଗଜପତି ଜିଲ୍ଲାର ବଣ ପାହାଡ…
ଫୁଲବାଣୀ ପ୍ରେସ କ୍ଳବ ପକ୍ଷରୁ ନବ ନିର୍ବାଚିତ ଫୁଲବାଣୀ ବିଧାୟକଙ୍କୁ ସମ୍ବର୍ଦ୍ଧିତ..
ଫୁଲବାଣୀ ପ୍ରେସ କ୍ଳବ ପକ୍ଷରୁ ନବ ନିର୍ବାଚିତ ଫୁଲବାଣୀ ବିଧାୟକଙ୍କୁ ସମ୍ବର୍ଦ୍ଧିତ….. କନ୍ଧମାଳ :-27/06(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ନବ ନିର୍ବାଚିତ…
ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ ସୂଚନା
ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷା କର୍ମୀଙ୍କୁ ସଫଳତାଛତିଶଗଡ଼ରେ ବଡ଼ଧରଣର ମାଓ ବିରୋଧୀ ଅପରେସନ । ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ ସୂଚନା ।