ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଠାରେ ଶୁଦ୍ଧ,ଦେଶୀ ଓ ଜୈବିକ “ସିଦ୍ଧି ମସଲା” ଉଦଘାଟିତ

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଠାରେ ଶୁଦ୍ଧ,ଦେଶୀ ଓ ଜୈବିକ “ସିଦ୍ଧି ମସଲା” ଉଦଘାଟିତ….

ଭୁବନେଶ୍ୱର :- (ରିପୋର୍ଟ କୁନା ଦିଗାଲ )ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଠାରେ ଶୁଦ୍ଧ, ଦେଶୀ ଓ ଜୈବିକ ମସଲା “ସିଦ୍ଧି ମସଲା” ର ବିଭିନ୍ନ ମସଲା ଦ୍ରବ୍ୟ ଉଦଘାଟିତ ହୋଇଯାଇଛି । ଏହି ଶୁଭ ଉଦ୍ଘାଟନ ରେ ରୋଟାରି କ୍ଲବର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ ଓ ସ୍ୱୟଂ ସିଦ୍ଧି ଶୁଭ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ରୀୟ ଶ୍ରମ ଅଧିକାରୀ ଶ୍ରୀ ନାରାୟଣ ତ୍ରିପାଠୀ,ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବରେ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସ୍ୱତନ୍ତ୍ର ସଚିବ ଶ୍ରୀ ଭିଭୂତି ଦାସ, କେନ୍ଦ୍ରୀୟ ଶ୍ରମ କଲ୍ୟାଣ ବିଭାଗ ସଚିବ ଶ୍ରୀ ସଂଜୀବ ବର୍ମା, ଏକ୍ସ ଆଇ ଏମ ବି ପ୍ରଫେସର ଶ୍ରୀ ଗୋପାଳ କୃଷ୍ଣ ନାୟକ, ପୂର୍ବତନ ମୁଖ୍ୟଯନ୍ତ୍ରୀ ଶ୍ରୀ ରଥ ଓ କମଳା କାନ୍ତ ମିଶ୍ର ଯୋଗ ଦେଇଥିଲେ । ଉଦଘାଟନ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ଶ୍ରୀ ମନମୋହନ ଶର୍ମା । ଆଜିର ଏହି “ସିଦ୍ଧି ମସଲା “ଗ୍ରାଣ୍ଡ ଶୁଭା ଆରମ୍ଭ ଅନୁଷ୍ଠାନ ର ପରିଚାଳନା ନିର୍ଦେଶକ ଶ୍ରୀ ପ୍ରତାପ କୁମାର ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ସହ ବିଭିନ୍ନ ଦ୍ରବ୍ୟ ବିଷୟରେ ସମ୍ୟକ ବକ୍ତବ୍ୟ ଦେଇଥିଲେ । ‘ସିଦ୍ଧି ମସଲା ‘ ନିର୍ଦେଶକ ଶ୍ରୀ ପ୍ରଧାନ କହିଛନ୍ତି ଖାଉଟି ମାନଙ୍କୁ ଶୁଦ୍ଧ, ଦେଶୀ ଓ ଜୈବିକ ମସଲା ସହ ବିଭିନ୍ନ ଡାଲି ଜାତୀୟ ଦ୍ରବ୍ୟ ଯୋଗେଇବା ଓ ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ଭିକରିବା କମ୍ପାନୀ ର ମୁଖ୍ୟ ଲକ୍ଷ ବୋଲି ମତ ପ୍ରକାଶ କରିଛନ୍ତି l ଦିନକୁ ଦିନ ସହରାଅଞ୍ଚଳ ରେ ବିଭିନ୍ନ ପ୍ରକାରର ମସଲା ବିକ୍ରି ହେଉଛି ସେହି ମସଲା ଠାରୁ ସିଦ୍ଧି ମସଲା ଅନ୍ୟତମ ଅଟେ l ଏହା ବିଶୁଦ୍ଧ ସ୍ଵଛ ଭାବରେ ତିଆରି ପ୍ରତ୍ୟେକ ଜନସାଧାରଣ ‘ସିଦ୍ଧି ମସଲା’କୁ ବ୍ୟବହାର କରନ୍ତୁ ଏବଂ ବିଶ୍ୱାସ ଯୋଗ୍ୟ ସିଦ୍ଧି ମସଲା ର ପ୍ରକୃତ ସ୍ୱାଦ ଜାଣିପାରିବେ ବୋଲି କମ୍ପାନୀ ତରଫରୁ ମତ ପ୍ରକାଶ କରାଯାଉଛି l ଏହି କାର୍ଯ୍ୟକ୍ରମ କୁ ସୁନ୍ଦର ସରସ କରିବାରେ “ସିଦ୍ଧି ମସଲା” ପରିବାରର ସମସ୍ତ ଭାଇ ଓ ଭଉଣୀ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *